ବିଚ୍ଛିନ୍ନତାବାଦୀ ଓ ଇମ୍ରାନଙ୍କ ପାଇଁ ଓକିଲାତି କଲେ ମେହବୁବା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 28, 2018

ବିଚ୍ଛିନ୍ନତାବାଦୀ ଓ ଇମ୍ରାନଙ୍କ ପାଇଁ ଓକିଲାତି କଲେ ମେହବୁବା

ଶ୍ରୀନଗର: ପିଡିପି ସୁପ୍ରିମୋ ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଆଜି ଉପତ୍ୟକାରେ ଅଶାନ୍ତି ସୃଷ୍ଟି କରୁଥିବା ବିଚ୍ଛିନ୍ନତାବାଦୀ ଓ ପାକିସ୍ତାନର ଭାଵୀ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ସପକ୍ଷରେ ଓକିଲାତି କରିଛନ୍ତି। ନିକଟରେ ପିଡିପିଠାରୁ ବିଜେପି ସମର୍ଥନ ପ୍ରତ୍ୟାହାର କରି ନେବାରୁ ମେହବୁବା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଆଜି ମେହବୁବା ସିଧାସଳଖ ବିଜେପି ଉପରେ ହମ୍‌ଲା କରି କହିଛନ୍ତି,  ଜମ୍ମୁ-କଶ୍ମୀର ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଜେପି ସହ ସମ୍ପର୍କ ଛିନ୍ନ କରାଯାଇଛି।  କଶ୍ମୀରରେ ଶାନ୍ତି ସ୍ଥାପନ କରିବାକୁ ହେଲେ ବିଚ୍ଛିନ୍ନତାବାଦୀ ନେତାଙ୍କ ପ୍ରତି ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର କୋହଳ ମନୋଭାବ ପୋଷଣ କରିବା ଦରକାର। ସେମାନଙ୍କ ସହ ଆଲୋଚନା କରି ସମସ୍ୟା ସାମାଧନ କରିବାକୁ କେନ୍ଦ୍ର ସରକାର ପ୍ରକ୍ରିୟା ଆରମ୍ଭ କରିବା ଉଚିତ୍। ଏଥିସହ ପାକ୍‌ର ଭାବୀ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଦ୍ୱିପାକ୍ଷିକ ଆଲୋଚନା ପାଇଁ ଯେଉଁ ପ୍ରସ୍ତାବ ଦେଇଛନ୍ତି, ତାକୁ ଭାରତ ସରକାର ସକାରାତ୍ମକ ଭାବେ ଗ୍ରହଣ କରିବାକୁ ମେହବୁବା ମତ ଦେଇଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରାମର୍ଶ ଦେଇ କହିଛନ୍ତି, ବର୍ତ୍ତମାନ ପାକିସ୍ତାନରେ ଏକ ନୂଆ ସରକାର ଗଠନ ହେବାକୁ ଯାଉଛି। ଏହାର ଭାବୀ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଭାରତକୁ ବନ୍ଧୁତାର ହାତ ବଢ଼ାଇଛନ୍ତି। ଏବେ ମୋଦି ସରକାର ଏହାକୁ ସକାରାତ୍ମକ ଭାବେ ଗ୍ରହଣ କରି ଦ୍ୱିପାକ୍ଷିକ ଆଲୋଚନା ପାଇଁ ଆଗେଇ ଆସିବା ଦରକାର ବୋଲି ସେ କହିଛନ୍ତି। ପୂର୍ବରୁ ଇମ୍ରାନ୍‌ ଖାନ୍‌ କଶ୍ମୀର ପ୍ରସଙ୍ଗ ଉଠାଇବା ସହ ଏହାକୁ ଆଲୋଚନା ମାଧ୍ୟମରେ ସମାଧାନ କରିବା ଦରକାର ବୋଲି କହିଥିଲେ। ଏହାକୁ ହୁରିୟତ ପକ୍ଷରୁ ସ୍ୱାଗତ କରାଯାଇଥିଲା ।



from OdishaReporter https://ift.tt/2LOKc2W

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages