‘ଆମ ଗାଁ ଆମ ବିକାଶ’ ନାଁରେ ଲୁଟି ନେଉଛନ୍ତି ଟଙ୍କା, ଗାଡ଼ି ଭଡ଼ା ଦିନକୁ ଲକ୍ଷେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 28, 2018

‘ଆମ ଗାଁ ଆମ ବିକାଶ’ ନାଁରେ ଲୁଟି ନେଉଛନ୍ତି ଟଙ୍କା, ଗାଡ଼ି ଭଡ଼ା ଦିନକୁ ଲକ୍ଷେ

ଭୁବନେଶ୍ୱର: ଗ୍ରାମସଭାକୁ ହାଇଜ୍ୟାକ୍ କରି ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ଆଳରେ ବେଆଇନ୍‌ ଭାବେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯିବାକୁ ନେଇ ଏବେ ପାୱାର କରିଡର୍‌ରେ ଚର୍ଚ୍ଚା। ଶୁଣିବାକୁ ମିଳୁଛି, ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟ କୁଆଡ଼େ ମାତ୍ରାଧିକ ଚାପ ପକାଉଥିବାରୁ ଏହି ଯୋଜନାରେ ସମସ୍ତ ପ୍ରକାରର ଦୁର୍ନୀତି ଓ ବେଆଇନ କାର୍ଯ୍ୟକୁ ଚାପି ଦିଆଯାଉଛି। ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ପାଇଁ ଭିଡ଼ିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଓ ସାଧାରଣ ଲୋକଙ୍କୁ ଯୋଡ଼ୁଥିବା ଭ୍ୟାନ୍‌ର ଭଡ଼ା କୁଆଡ଼େ ଏବେ ରାଜକୋଷ ଉପରେ ବିରାଟ ବୋଝ ପାଲଟିଛି।
ଶୁଣିବାକୁ ମିଳୁଛି, ‘ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ’ ପାଇଁ କୁଆଡ଼େ ୪ଟି ଭ୍ୟାନ୍‌କୁ ନିୟୋଜିତ କରାଯାଇଛି। ତୃତୀୟ ମହଲା ସହ ଘନିଷ୍ଠ ସମ୍ପର୍କ ରଖିଥିବା କଳା କ୍ଷେତ୍ରର ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସଂସ୍ଥା, କୁଆଡ଼େ ଏହି ଭ୍ୟାନ୍ ଯୋଗାଇଛି। ଆଉ ଏସବୁ ଭ୍ୟାନ୍‌କୁ ମୁଖ୍ୟମନ୍ତ୍ରୀ ନିଜେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଚର୍ଚ୍ଚା ହେଉଛି, ସରକାରଙ୍କ ଏହି କାର୍ଯ୍ୟକ୍ରମରେ ନିୟୋଜିତ ଥିବା ଭ୍ୟାନ୍‌ଗୁଡ଼ିକର ଚୟନ ନିମନ୍ତେ କୁଆଡ଼େ କୌଣସି ପ୍ରକାରର ଟେଣ୍ଡର୍ ହୋଇନାହିଁ କିମ୍ବା କୌଣସି ସରକାରୀ ସଂସ୍ଥାକୁ ଏ ସମ୍ପର୍କରେ ଅବଗତ ମଧ୍ୟ କରାଯାଇ ନାହିଁ। ୧୨୫୦ କୋଟି ଟଙ୍କାର ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ସହଯୋଗ କରିବାକୁ ଉଦ୍ଦିଷ୍ଟ ଏହି ୪ଟି ଭ୍ୟାନ୍‌ର ଭଡ଼ା କୁଆଡ଼େ ଦୈନିକ ୯୬ ହଜାର ଟଙ୍କା। କାର୍ଯ୍ୟକ୍ରମ ନଥିବା ଦିନ ବି ଏହି ଗାଡ଼ି କୁଆଡ଼େ ଭଡ଼ା ଦାବି କରିଥାଏ।
ସେହିପରି ଏହି ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମବେଳେ ପ୍ରସାରିତ ହେଉଥିବା ୨ ମିନିଟର ଭିଡିଓ ପ୍ରସ୍ତୁତିରେ ମଧ୍ୟ ଅନୁରୂପ କେଳେଙ୍କାରୀ ହେଉଛି। ଏସବୁ ଭିଡିଓ ପ୍ରସ୍ତୁତ ଦାୟିତ୍ୱ କାର୍ଯ୍ୟ ବି ଚଢ଼ାଦରରେ ତଥା ବିନା ଟେଣ୍ଡରର ଜଣେ ବ୍ୟକ୍ତିଙ୍କୁ ଦିଆଯାଇଥିଲା। ରାଜକୋଷରୁ ଏଥିପାଇଁ ବି ଦୈନିକ ୧ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ଚର୍ଚ୍ଚା ହେଉଛି, ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ଆଳରେ ତୃତୀୟ ମହଲା ସହ ଜଡ଼ିତ ଥିବା କିଛି ଲୋକଙ୍କୁ କୁଆଡ଼େ ବେଆଇନ ଭାବେ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି।


from OdishaReporter https://ift.tt/2vfdY6L

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages