କ୍ରିକେଟ୍‌ କ୍ୟାପଟେନ୍‌ରୁ ଦେଶର କ୍ୟାପଟେନ୍ ହୋଇପାରନ୍ତି ଇମ୍ରାନ୍‌ ଖାନ୍‌: ସରକାର ଗଠନକୁ ନେଇ ଭାରତର ତୀକ୍ଷ୍‌ଣ ନଜର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 26, 2018

କ୍ରିକେଟ୍‌ କ୍ୟାପଟେନ୍‌ରୁ ଦେଶର କ୍ୟାପଟେନ୍ ହୋଇପାରନ୍ତି ଇମ୍ରାନ୍‌ ଖାନ୍‌: ସରକାର ଗଠନକୁ ନେଇ ଭାରତର ତୀକ୍ଷ୍‌ଣ ନଜର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କ୍ରିକେଟ୍‌ କ୍ୟାପଟେନ୍‌ରୁ ଦେଶର କ୍ୟାପଟେନ୍‌ ହୋଇପାରନ୍ତି  ଇମ୍ରାନ୍ ଖାନ୍‌। ୧୯୯୨ରେ ଦେଶକୁ କ୍ରିକେଟ୍‌ ବିଶ୍ୱକପରେ ବିଶ୍ୱବିଜୟୀ କରିଥିବା ଇମ୍ରାନ୍ ଖାନ୍‌, ୨୪ ବର୍ଷ ପରେ ନିର୍ବାଚନୀ ମୈଦାନରେ ମଧ୍ୟ ସମସ୍ତଙ୍କୁ ଅଲ ଆଉଟ କରି ଏବେ ହାତେଇବାକୁ ଯାଉଛନ୍ତି ସତ୍ତା। ସାଧାରଣ ନିର୍ବାଚନରେ ଇମ୍ରାନ୍ ଦଳ ‘ପାକିସ୍ତାନ ତହରିଖ ଏ ଇନସାଫ’ ସବୁଠୁ ଆଗରେ ରହିଛି। ସଂଖ୍ୟା ଗରିଷ୍ଠତା ହାସଲ କରିନଥିଲେ ମଧ୍ୟ ମ୍ୟାଜିକ୍‌ ନମ୍ବରଠାରୁ ଅଧିକ ଦୂରରେ ନାହିଁ ଦଳ। ୨୭୨ ଆସନରୁ ସଂଖ୍ୟା ଗରିଷ୍ଠତା ପାଇଁ ଆବଶ୍ୟକ ୧୩୭ଟି ଆସନ। ଏଭଳି ସ୍ଥିତିରେ ସ୍ୱାଧୀନ ଏବଂ ଅନ୍ୟ ଛୋଟ ଦଳ ଉପରେ ନିର୍ଭର କରିବାକୁ ପଡିବ ଇମ୍ରାନଙ୍କୁ। ତଥାପି ଇମ୍ରାନ୍ ଖାନଙ୍କ ତେହରିକ୍-ଏ-ଇନ୍ସାଫ୍ ସବୁଠାରୁ ଅଧିକ  ସିଟ୍ ପାଇଥିବାରୁ ସରକାର ଗଠନ ହେଲେ ଇମ୍ରାନ୍‌ ଖାନ୍ ହିଁ ପ୍ରଧାନମନ୍ତ୍ରୀ ହୋଇପାରନ୍ତି।

ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍ ସରିଫଙ୍କ ଦଳ ‘ପାକିସ୍ତାନ ମୁସଲିମ୍ ଲିଗ୍’ ୬୩ଟି ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟି ମାତ୍ର ୩୮ଟି ଆସନ ହିଁ ହାତେଇ ପାରିଛନ୍ତି। ତେବେ ନିର୍ବାଚନ ଫଳାଫଳ ଆନୁଷ୍ଠାନିକ ଭାବେ ଘୋଷଣା ହୋଇନଥିଲେ ମଧ୍ୟ ଏହାକୁ ସହଜରେ ଗ୍ରହଣ କରିନାହାନ୍ତି ଏହି ଦୁଇ ପ୍ରମୁଖ ବିରୋଧୀ ଦଳ। ନିର୍ବାଚନରେ ପ୍ରବଳ ଅନିୟମିତତା ହୋଇଥିବା ଅଭିଯୋଗ ଆସିଛି। ଯେଉଁଥିରେ ସାମରିକ ହସ୍ତକ୍ଷେପ ଅଭିଯୋଗ ସହ ମତଦାନ ହାର ବହୁତ କମ୍ ଥିବାରୁ ଏହାର ବିଶ୍ୱସନୀୟତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ତେବେ ଏହି ନିର୍ବାଚନରେ ଆତଙ୍କବାଦୀ ଓ ମୌଳବଦୀ ସଙ୍ଗଠନ ମାନଙ୍କର ପତ୍ତା ସାଫ ହୋଇଥିବା ଦେଖିବାକୁ ମିଳିଛି। ମୁମ୍ବାଇ ଆକ୍ରମଣ ମାଷ୍ଟ୍ରମାଇଣ୍ଡ ହାଫିଜ୍‌ ସଇଦର ସଙ୍ଗଠନ ପ୍ରାର୍ଥୀ ଦେଇଥିବା ୫୦ଟି ଆସନରୁ କୌଣସିଟିରେ ଖାତା ଖୋଲିପାରିନାହିଁ। ସେହିଭଳି ଅନ୍ୟତମ ମୌଳବାଦୀ ସଙ୍ଗଠନ ତେହେରିକ ଲାବିକ ମଧ୍ୟ ୧୫୨ଟି ଆସନରୁ ଲଢ଼ି ଗୋଟିଏରେ ବି ବିଜୟ ହାସଲ କରିପାରିନାହିଁ। ତେବେ ଫଳାଫଳ ଯାହା ହେଉନା କାହିଁକି, କିଏ ଗଢ଼ିବ ଆଗାମୀ ସରକାର ତା ଉପରେ ତୀକ୍ଷ୍‌ଣ ନଜର ନଜର ରଖିଛି ଭାରତ।

ସେପଟେ ଇମ୍ରାନ ଯଦି  ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ଭାରତ ପ୍ରତି ଶୁଭଙ୍କର ନୁହେଁ ବୋଲି ଅନେକ ବିଶେଷଜ୍ଞଙ୍କ ମତ। କାରଣ ଇମ୍ରାନ ପୂର୍ବରୁ ଭାରତ ଓ ଭାରତୀୟ ସେନା ବିରୋଧରେ ବିଷ ଓଗାଳିବାର ନଜିର୍‌ ରହିଛି।  ଆତଙ୍କବାଦ ପ୍ରସଙ୍ଗରେ ମଧ୍ୟ ଇମ୍ରାନ ନିଜର ନରମ ମନୋଭାବ ପୋଷଣ କରୁଥିବା ଦେଖାଦେଇଛି। ଏହା ଛଡା ଇମ୍ରାନଙ୍କୁ ରହିଛି ପାକିସ୍ତାନ ସେନାର ସିଧା ସମର୍ଥନ। ଏଭଳି ସ୍ଥିତିରେ ଯେଉଁ ନୀତି ନିର୍ଦ୍ଧାରଣ ହେବ ତାହା ଭାରତ ଏବଂ କାଶ୍ମୀର ବିରୋଧୀ ହେବାର ଆଶଙ୍କା ରହିଛି।



from OdishaReporter https://ift.tt/2mJDJIw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages