ସନ୍ନିଙ୍କ ନ୍ୟୁଡ୍‌ ଫଟୋ ବିକି ପଇସା ରୋଜଗାର କରୁଥିଲେ ଭାଇ; ଜାଣନ୍ତୁ ଗୋଟିଏ ଫଟୋର ଦାମ୍‌ ଥିଲା କେତେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 26, 2018

ସନ୍ନିଙ୍କ ନ୍ୟୁଡ୍‌ ଫଟୋ ବିକି ପଇସା ରୋଜଗାର କରୁଥିଲେ ଭାଇ; ଜାଣନ୍ତୁ ଗୋଟିଏ ଫଟୋର ଦାମ୍‌ ଥିଲା କେତେ

ମୁମ୍ବାଇ: ଆଗକୁ ଆସୁଛି ସନ୍ନି ଲିଓନିଙ୍କ ବାୟୋପିକ୍‌ ‘କରନ୍‌ଜିତ୍‌ କୌର, ଦି ଅନ୍‌ଟୋଲ୍ଡ ଷ୍ଟୋରୀ’। ଏଥିପାଇଁ ସନ୍ନି ଲିଓନିଙ୍କୁ ନେଇ ଏବେଠୁ ଚର୍ଚ୍ଚା ଆରମ୍ଭ ହୋଇ ଗଲାଣି କାରଣ, ଏହି ବାୟୋପିକ୍‌ରେ ସନ୍ନିଙ୍କୁ ନେଇ ଅନେକ ରହସ୍ୟ ଖୋଲିବାକୁ ଯାଉଛି। ସନ୍ନିଙ୍କ ଜୀବନର ଅନେକ ଅଜଣା ଘଟଣା ବିଷୟରେ ଲୋକେ ଅବଗତ ହେବାକୁ ଯାଉଛନ୍ତି।  ସେମିତି ଏକ କଥା ହେଉଛି ସନ୍ନି ଲିଓନିଙ୍କ ବୋଲ୍‌ଡ ଫଟୋକୁ ବିକି ପଇସା ରୋଜଗାର କରୁଥିଲେ ସନ୍ନିଙ୍କ ଭାଇ ସନ୍ଦୀପ୍‌ ଭୋରା। ସନ୍ଦୀପ୍ ହେଉଛନ୍ତି ସନ୍ନିଙ୍କ ଏକମାତ୍ର ଭାଇ। ସେ ଆମେରିକାରେ ଜଣେ ସେଫ୍‌ ଭାବେ କାମ କରୁଛନ୍ତି। ସେ କେବଳ କରନ୍‌ଜିତ୍‌ଙ୍କୁ ସନ୍ନି ହେବା ଦେଖିନାହାଁନ୍ତି, ତାଙ୍କର ଏହି ଯାତ୍ରା ସହ ଅଙ୍ଗାଙ୍ଗୀ ଭାବେ ଜଡିତ ରହିଛନ୍ତି।

ସନ୍ନୀ ଲିଓନି ଯେତେବେଳେ ୨୦୧୩ରେ ‘ପେଣ୍ଟହାଉସ୍‌’ ମ୍ୟାଗାଜିନ୍‌ ପାଇଁ ନ୍ୟୁଡ୍‌ ଫଟୋଶୁଟ୍‌ କରି ‘ପେଣ୍ଟ୍ ଅଫ୍‌ ଦି ଇୟର’ ଭାବେ ମନୋନୀତ ହୋଇଥିଲେ, ସେତେବେଳେ ଆମେରିକାର ତାଙ୍କର ଅନେକ ପ୍ରଶଂସକ ରାତାରାତ୍‌ ସୃଷ୍ଟି ହୋଇଗଲେ। ସେ ସମୟରେ ସନ୍ନିଙ୍କ ଫଟୋ ଏବଂ ଅଟୋଗ୍ରାଫ୍‌ ମିଳିବା ମୁସ୍କିଲ୍‌ ଥିଲା। କିନ୍ତୁ ସନ୍ନିଙ୍କ ଭାଇଙ୍କ ପାଇଁ ଏହାଥିଲା ଏକ ମାମୁଲି କଥା। ସେ ଘରକୁ ଆସି ସନ୍ନିଙ୍କ ଫଟୋ ଉପରେ ଭଉଣୀଙ୍କ ଅଟୋଗ୍ରାଫ୍‌ ନେଉଥିଲେ ଏବଂ ସେହି ଫଟୋକୁ ତାଙ୍କ ସାଙ୍ଗ ମାନଙ୍କୁ ୧୦ରୁ୧୫ ଡଲାର୍‌ରେ ବିକୁଥିଲେ।

ପରିବାର ଭିତରେ ସନ୍ନୀଙ୍କ ଭାଇ ହିଁ ଜାଣିଥିଲା ଯେ ସନ୍ନି ନ୍ୟୁଡ୍‌ ଫଟୋଶୁଟ୍‌ କରୁଛନ୍ତି। ଆଉ ସେ ଭଉଣୀଙ୍କ ଏହି ନିଷ୍ପତ୍ତିକୁ ସମ୍ମାନ ଦେଉଥିଲେ। ସନ୍ନିଙ୍କୁ ଜଣେ ପର୍ଣ୍ଣ ଷ୍ଟାର୍‌ ହେବାର ଆଇଡିଆ ଭାଇ ସନ୍ଦୀପ୍‌ ଦେଇଥିଲେ।

ସନ୍ନି ଲିଓନି ପେଣ୍ଟ୍‌ହାଉସ୍ ମ୍ୟାଗାଜିନ୍‌ ପାଇଁ ନ୍ୟୁଡ୍‌ ଫଟୋ ଶୁଟ୍‌ କରୁଥିବା ସମୟରେ ତାଙ୍କ ନାଁ କରନଜିତ୍‌ କୌର ଭୋରା ଥିଲା। ଡାଇରେକ୍ଟର ତାଙ୍କର ଅସଲି ନାଁକୁ ଫଟୋ ଶୁଟ୍‌ ପାଇଁ ବ୍ୟବହାର କରିବାକୁ ଚାହୁଁନଥିବାରୁ ତାଙ୍କୁ ନାଁ ବଦଳାଇବାକୁ କହିଥିଲେ। ଏତେ କମ୍‌ ସମୟ ମଧ୍ୟରେ କଣ ନାଁ ରଖିବେ ସେ ନେଇ ସନ୍ନି ଦ୍ୱନ୍ଦ୍ୱରେ ଥିବା ବେଳେ ଭାଇ ସନ୍ଦୀପ୍‌ ତାଙ୍କୁ ‘ସନ୍ନି’ ନାଁ ରଖିବାକୁ କହିଥିଲେ। ସନ୍ଦୀପ୍‌ଙ୍କୁ ଘରେ ସମସ୍ତେ ସ୍ନେହରେ ସନ୍ନି ଡାକନ୍ତି।

 



from OdishaReporter https://ift.tt/2JW0rXd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages