
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତ ଏପ୍ରିଲ ମାସରେ ଅନୁଷ୍ଠିତ ଡିପ୍ଲୋମା ୩ୟ ବର୍ଷ ଛାତ୍ରଛାତ୍ରୀଙ୍କର ପରୀକ୍ଷାଫଳ ନିକଟରେ ପ୍ରକାଶ ପାଇଛି। ଏଥିରେ ଡିପ୍ଲୋମା ମେକାନିକାଲ୍ ଇଂଜିନିୟରିଂ ଏବଂ ସିଭିଲ୍ ଇଂଜିନିୟରିଂର ୩୨୦୦ ପିଲାଙ୍କର ମୂଲ୍ୟାଙ୍କନ ୦ (ଶୂନ) ଆସିଛି। ଯେଉଁଥିପାଇଁ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଛାତ୍ରଛାତ୍ରୀମାନେ ବୋର୍ଡର ଏହି ନିୟମ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ମେକାନିକାଲ୍ ଇଂଜିନିୟର ଏବଂ ସିଭିଲ୍ ଇଂଜିନିୟରର ଛାତ୍ରଛାତ୍ରୀମାନଙ୍କୁ ଅନ୍ୟ ସମସ୍ତ ପେପର୍ରେ ଭଲ ମାର୍କ ମିଳିଥିବା ବେଳେ ଥିଓରି ପେପର ଓ ଏଣ୍ଟରପ୍ରିନ୍ୟୁର୍ସିପ୍ ମ୍ୟାନେଜ୍ମେଣ୍ଟ ପେପରରେ ୩୨୦୦ ପରୀକ୍ଷାର୍ଥୀଙ୍କୁ କୌଣସି ନମ୍ବର ମିଳିନାହିଁ। ଏନେଇ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବା ପରେ କୌଣସି ପରିବର୍ତ୍ତନ ହେଉନି।
ଛାତ୍ରନେତା ଶିବରାମ ମହାପାତ୍ରଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀମାନେ ନୟାଗଡ଼ରେ ଜିଲ୍ଲାପାଳକୁ ଦାବିପତ୍ର ଦେଇଥିବା ବେଳେ ଅନୁଗୁଳ, କଟକ ଏବଂ ନୟାଗଡ଼ ଜିଲ୍ଲାର ଛାତ୍ରଛାତ୍ରୀମାନେ ମିଳିତ ଭାବେ ରାଜ୍ୟ ବୈଷୟିକ ଶିକ୍ଷା ପ୍ରଶିକ୍ଷଣ ପରିଷଦ କାର୍ଯ୍ୟାଳୟକୁ ଘେରାଉ କରିଥିଲେ। ସମସ୍ୟାର ତୁରନ୍ତ ସମାଧାନ କରା ନଗଲେ ପିରିସ୍ଥିତି ଭୟାନକ ହେବ ବୋଲି ସଭିଏଁ ଚେତାବନୀ ଦେଉଛନ୍ତି। ରାଜ୍ୟ ବୈଷୟିକ ଶିକ୍ଷା ପ୍ରଶିକ୍ଷଣ ପରିଷର କହିବା ଅନୁଯାୟୀ, ‘ଯଦି ଦୁଇ କିମ୍ବା ତା’ଠାରୁ ଅଧିକ ପୀକ୍ଷାର୍ଥୀଙ୍କ ଉତ୍ତର ଖାତା ସମାନ ହେବ, ତେବେ ପରୀକ୍ଷାର୍ଥୀଙ୍କୁ ଶୂନ ମାର୍କ ଦିଆଯିବ। ଏହି ନିୟମ ଅନୁସାରେ ୩୨୦୦ ପିଲାଙ୍କୁ ଶୂନ ମାର୍କ ଦିଆଯାଇଛି।’ କିନ୍ତୁ ଅଭିଭାବକ ଓ ଛାତ୍ରଛାତ୍ରୀ ଏପରି ପଦକ୍ଷେପକୁ ନାପସନ୍ଦ କରିଛନ୍ତି। ପିଲାଙ୍କୁ ଯଥାକ୍ରମେ ଉଚିତ୍ ମାର୍କ ନଦେଲେ ରାଜ୍ୟବ୍ୟାପୀ ଛାତ୍ର ଆନ୍ଦୋଳନକୁ ବ୍ୟାପକ କରାଯିବା ସହ ସ୍ଥିତି ଭୟାନକ ହେବ ବୋଲି ଛାତ୍ରନେତା ଶିବରାମ ମହାପାତ୍ର ଚେତାବନୀ ଦେଇଛନ୍ତି।
from OdishaReporter https://ift.tt/2O1g1DV


No comments:
Post a Comment