କଦଳୀ ବଗିଚାରେ ୧୨ ଫୁଟ୍‌ର ଅଜଗର, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 18, 2018

କଦଳୀ ବଗିଚାରେ ୧୨ ଫୁଟ୍‌ର ଅଜଗର, ଦେଖନ୍ତୁ ଭିଡିଓ

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): ଏବେ ସାପଙ୍କର ପ୍ରଜନନ ସମୟ। ତେଣୁ ରାଜ୍ୟର ବିଭିନ୍ନ ସ୍ଥାନରୁ ସାପ ବାହାରିବାର ଖବର ଆସୁଛି। ଏହିପରି ସାପ ସଂପର୍କିତ ଏକ ଖବର ଆସିଛି କଳାହାଣ୍ଡି ଜିଲ୍ଲାରୁ। ଜିଲ୍ଲାର ଜୟପାଟଣା ପାଇକପଡ଼ା ଗାଁରୁ ଏକ ବିଶାଳ ଅଜଗର ସାପ ଉଦ୍ଧାର ହୋଇଥିବା ଖବର ମିଳିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଏହି ବିଶାଳକାୟ ଅଜଗରଟି ଏକ କଦଳୀ ବଗିଚାରେ ଗୋଟିଏ ବିଲୁଆକୁ ଖାଉଥିଲା। ଲୋକମାନେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେମାନେ ସାପ ସଂପର୍କରେ ଜୟପାଟଣାସ୍ଥିତ ସ୍ନେକ୍‌ ହେଲ୍ପଲାଇନ୍‌କୁ ଫୋନ୍ କରିଥିଲେ। ଖବର ପାଇ ସ୍ନେକ୍‌ ହେଲ୍‌ଲାଇନ୍‌ର ଶରତ ନାୟକ ଗାଁରେ ପହଞ୍ଚି ସାପଟିକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଥିଲେ। ଅଜଗର ସାପଟି ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଛି। ଉଦ୍ଧାର ହୋଇଥିବା ଏହି ଅଜଗରର ଲମ୍ୱ ୧୨ ଫୁଟ୍‌ ଏବଂ ଓଜନ ୫୦ କିଲୋଗ୍ରାମ।



from OdishaReporter https://ift.tt/2NsaBRr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages