ସମ୍ୱଲପୁରରେ ଲଗାଣ ବର୍ଷା: ତଳିଆ ଅଞ୍ଚଳ ଲୋକେ ଜଳବନ୍ଦୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 21, 2018

ସମ୍ୱଲପୁରରେ ଲଗାଣ ବର୍ଷା: ତଳିଆ ଅଞ୍ଚଳ ଲୋକେ ଜଳବନ୍ଦୀ

ସମ୍ୱଲପୁର(ସଞ୍ଜୟ ଜେନା): ସମ୍ବଲପୁରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରବାସୀଙ୍କ ଅବସ୍ଥା ବେହାଲ୍‌ ହୋଇପଡ଼ିଛି। ଗତକାଲିଠୁ ଆରମ୍ଭ ହୋଇଥିବା ବର୍ଷା ଏବେ ବି ଜାରି ରହିଛି।

ସହରରେ ୪୯୦ ମିଲିମିଟର ବର୍ଷା ହୋଇଥିବା ସମ୍ବଲପୁର ଜିଲ୍ଲାପାଳ  ସୂଚନା ଦେଇଛନ୍ତି। ଲୋକଙ୍କ ପାଇଁ ୩୪ଟି ଆଶ୍ରୟସ୍ଥଳୀ ଖୋଲା ଯାଇଛି।  ସେଠାରେ ୧୫ ଶହରୁ ଅଧିକ ଲୋକଙ୍କୁ ରଖାଯାଇଛି। ଲୋକଙ୍କୁ ଶୁଖିଲା ଖାଦ୍ୟ ଦିଆଯାଉଛି। ସମ୍ବଲପୁର ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ଏବଂ ଜିଲ୍ଲାପାଳ ନିଜେ ଆଶ୍ରୟ ସ୍ଥଳ କଥା ବୁଝୁଛନ୍ତି।

ଲୋକଙ୍କ ପାଇଁ ଟୋଲ୍ ଫ୍ରି ନମ୍ବର ମଧ୍ୟ ଜାରି ହୋଇଛି। ନମ୍ୱର ଗୁଡ଼ିକ ହେଉଛି ୦୬୬୩-୨୪୧୨୪୦୭  କିମ୍ବା ୧୦୭୭। ଏହି ନମ୍ବରରେ କଲ୍ କରି ଲୋକେ ନିଜ ଅସୁବିଧା ସମ୍ପର୍କରେ ଜଣାଇ ପାରିବେ।

ଲଗାତର ଦୁଇ ଦିନ ଧରି ବର୍ଷା ହେବା ଫଳରେ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଅବସ୍ଥା ସୃଷ୍ଟି ହୋଇଛି। ମୁଖତଃ ସହରର ତଳି ଅଞ୍ଚଳ ଓ ବୁର୍ଲା ଏବଂ ହୀରାକୁଦ ଅଞ୍ଚଳରେ ଲୋକେ ଜଳବନ୍ଦୀ ଭାବେ ଜୀବନ କାଟୁଛନ୍ତି। ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇଁ ଲୋକେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

 

 

 



from OdishaReporter https://ift.tt/2JIhXOD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages