ବିଜେପିରେ ମିଶିବେ ପଦ୍ମଲୋଚନ ପଣ୍ଡା ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 28, 2018

ବିଜେପିରେ ମିଶିବେ ପଦ୍ମଲୋଚନ ପଣ୍ଡା !

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା ଖୁବଶୀଘ୍ର ବିଜେପିରେ ସାମିଲ ହୋଇପାରନ୍ତି। ବାଲେଶ୍ୱର ଜିଲ୍ଲା କଂଗ୍ରେସରେ ତାଙ୍କୁ ଆବଶ୍ୟକ ଗୁରୁତ୍ୱ ମିଳୁନଥିବାରୁ ସେ ଅନ୍ୟ ଦଳରେ ସାମିଲ ହେବେ ବୋଲି ଚର୍ଚ୍ଚା। ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଶ୍ରୀ ପଣ୍ଡା ବିଜେପିରେ ସାମିଲ ହେବା ପ୍ରାୟତଃ ଚୂଡ଼ାନ୍ତ ହୋଇସାରିଛି। ବାଲେଶ୍ୱର ଜିଲ୍ଲାର ବରିଷ୍ଠ ବିଜେପି ନେତା ପ୍ରତାପ ଷଡ଼ଙ୍ଗୀଙ୍କ ସହ ଏନେଇ କେନ୍ଦ୍ରୀୟ ନେତୃତ୍ୱ ମଧ୍ୟ ଆଲୋଚନା କରିଥିବା ସହ ନିଜର ସହମତି ଦେଇଥିବାରୁ ଶ୍ରୀ ପଣ୍ଡାଙ୍କ ଦଳରେ ସାମିଲ ହେବା ପ୍ରାୟତଃ ନିଶ୍ଚିତ ହୋଇଛି। ସିମୂଳିଆ ବିଧାନସଭା ଆସନ ପାଇଁ ବିଜେପିର ଟିକେଟ୍ ଦାବିଦାର ଥିବା ନେତା ଏବେ ଚିଟଫଣ୍ଡ ଲିଙ୍କ୍‌ରେ ବିବାଦୀୟ ହୋଇ ପଡ଼ିଥିବାରୁ ସେଠାରେ ଶ୍ରୀ ପଣ୍ଡାଙ୍କୁ ବିଜେପି ନେତୃତ୍ୱ ପ୍ରାର୍ଥୀ କରିବାକୁ ଚାହୁଁଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ଶ୍ରୀ ଷଡ଼ଙ୍ଗୀଙ୍କୁ ଦିଲ୍ଲୀ ଡକାଇ ଆଲୋଚନା କରିଥିବା କୁହାଯାଉଛି। ୬-୭ଦିନ ମଧ୍ୟରେ ଶ୍ରୀ ପଣ୍ଡା ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହେବେ। ସୂଚନାଯୋଗ୍ୟ, ଏପ୍ରିଲ ୮ତାରିଖରେ ଶ୍ରୀ ପଣ୍ଡା କଂଗ୍ରେସର ଆଉ ଭବିଷ୍ୟତ ନାହିଁ ବୋଲି କହି ଦଳ ଛାଡ଼ିବେ ବୋଲି ଘୋଷଣା କରିଥିଲେ। ମାତ୍ର ଏପ୍ରିଲ ୨୦ତାରିଖରେ ନିରଞ୍ଜନ ପଟ୍ଟନାୟକ ପିସିସି ମୁଖ୍ୟ ହେବାପରେ ସେ ଚୁପ୍ ରହିଥିଲେ। ତେବେ ତାଙ୍କୁ ବାଲେଶ୍ୱର ଜିଲ୍ଲା ସଭାପତି କରାନଯିବାରୁ ସେ କଂଗ୍ରେସକୁ ସବୁଦିନ ପାଇଁ ବାଏ ବାଏ କହିବାକୁ ନିଷ୍ପତ୍ତି ନେଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି। ଶ୍ରୀ ପଣ୍ଡା ରାଜ୍ୟର ଜଣେ ପ୍ରମୁଖ ସମବାୟ ନେତା ଭାବେ ଜଣାଶୁଣା।


from OdishaReporter https://ift.tt/2LtIcho

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages