କାମ କରିବାକୁ ଆସିଥିଲେ, ୫୦ ହଜାର ଟଙ୍କାରେ ବିକ୍ରି ହୋଇଗଲେ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 9, 2018

କାମ କରିବାକୁ ଆସିଥିଲେ, ୫୦ ହଜାର ଟଙ୍କାରେ ବିକ୍ରି ହୋଇଗଲେ!

ବାଲେଶ୍ୱର (ରଶ୍ମୀରଞ୍ଜନ ଦାସ): ଛୋଟ ଝିଅଟି ସହି ପାରିଲାନି ବାପାର ଦୁଃଖ ଓ ଯନ୍ତ୍ରଣା। କୋମଳ ବୟସରେ ଘରୁ ଗୋଡ଼ କାଢ଼ିଲା। ପର ଘରକୁ କାମ କରିବାକୁ ଗଲା। ଭାବିଥିଲା, ବାପାଙ୍କ ଦୁଃଖ ସମୟରେ ସହଯୋଗ କରିବ। ହେଲେ ଦୁନିଆ ବଜାରରେ ବିକ୍ରି ହୋଇଗଲା! ବଜାରରେ ଦଲାଲ୍ ତା ଦାମ୍‌ କଷିଲା ୫୦ ହଜାର ଟଙ୍କା! ପାଠ ପଢ଼ାଇବାକୁ ଆଣିଥିବା ମହିଳା ଜଣକ ତାଙ୍କୁ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି। ଦୁଇମାସ ତଳେ ଝିଅଟି ଉଦ୍ଧାର ହୋଇଥିଲା ସିନା, ଆଜି ଘରକୁ ଫେରିଛି। ନାତୁଣୀକୁ ପାଖରେ ପାଇ ଆତ୍ମହରା ହୋଇ ପଡ଼ିଛନ୍ତି ବାଲେଶ୍ୱର ଜିଲ୍ଲା ସମଲପୁର ଅଞ୍ଚଳର ପାରା ସିଂ।

ସମଲପୁର ଅଞ୍ଚଳର ବାଇନ। ପରିବାର କହିଲେ ପତ୍ନୀ, ବୁଢ଼ୀମାଆ ଓ ୩ଟି ଝିଅ। କାମ କରି ଯାହା ଉପାର୍ଜନ କରନ୍ତି, ସେଥିରେ ଚଳେ ପୂରା ପରିବାର। ହଠାତ କାହା ନଜର ଲାଗିଲା ବାଇଧରଙ୍କ ପରିବାର ଉପରେ। ପତ୍ନୀ ଆରପାରିକୁ ଚାଲିଗଲେ। ପତ୍ନୀଙ୍କ ମୃତ୍ୟୁ ପରେ ଭାଙ୍ଗି ପଡ଼ିଲେ ବାଇନ। ମାରାତ୍ମକ ଟିବି ରୋଗରେ ଆକ୍ରାନ୍ତ ହେଲେ। ଆଖିକୁ ଦେଖାଗଲା ନାହିଁ, ଶଯ୍ୟାଶାୟୀ ହେଲେ ବାଇନ। ପରିବାର ଚଳାଇବା ତାଙ୍କ ପକ୍ଷେ ସମ୍ଭବ ହେଲା ନାହିଁ। ବାପାଙ୍କ ଏହି ଦୁଃଖ ସମୟରେ ସହଯୋଗ କରିବା ପାଇଁ ବଡ଼ ଝିଅ ପଦ୍ମା (ଛଦ୍ମନାମ) ଘରୁ ଗୋଡ଼ କାଢ଼ିଲେ। ପାପିଆ ହର୍ସନ୍‌ ନାମକ ଜଣେ ମହିଳାଙ୍କ ସହିତ କଟକରେ ରହୁଥିବା ତାଙ୍କ ବଡ଼ ଭଉଣୀ ମଧୁମିତା ବିଶ୍ୱାସଙ୍କ ଘରକୁ ଚାଲିଯାଇଥିଲେ ପଦ୍ମା। ସେଠାରେ ପାଠ ପଢ଼ିବା ସହିତ ଘରର ସମସ୍ତ କାମ ମଧ୍ୟ କରୁଥିଲେ। କିଛିଦିନ ପରେ ମଧୁମିତା ତାଙ୍କୁ ସେଲ୍‌ଟ୍ୟାକ୍ସ ଅଫିସର ରାଜେନ୍ଦ୍ର ଦାସଙ୍କୁ ୫୦,୦୦୦ ଟଙ୍କାରେ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଥିଲା। ଏସମ୍ପର୍କରେ ବାଇଧର ଜାଣିପାରି ଜଣେ ସମାଜସେବୀଙ୍କୁ ଜଣାଇଥିଲେ।

କଟକ ଚାଇଲ୍ଡ ଲାଇନ୍‌ କର୍ମକର୍ତ୍ତା ଏ ଖବର ଜାଣି ପାରି ନାବାଳିକାଙ୍କୁ ଉଦ୍ଧାର କରି ‘ବସୁନ୍ଧରା’ ଅନୁଷ୍ଠାନରେ ରଖିଥିଲେ। ଦୁଇମାସ ପରେ ନାବାଳିକାଙ୍କୁ କଟକ ସିଡବ୍ଲ୍ୟୁସି ବାଲେଶ୍ୱର ସିଡବ୍ଲ୍ୟୁସିକୁ ହସ୍ତାନ୍ତର କରିଛି। ବାଲେଶ୍ୱର ସିଡବ୍ଲ୍ୟୁସି ଝିଅକୁ ନେଇ ତାଙ୍କ ବାପା ଓ ଜେଜେମାଆଙ୍କୁ ହସ୍ତାନ୍ତର କରିଛି।

ଅନ୍ୟପକ୍ଷରେ ବାଇନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଗତ ୧୩ ତାରିଖରେ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସାମାନ୍ୟ ସୁସ୍ଥ ହୋଇ ସେ ଭଙ୍ଗା ଦଦରା ଘରକୁ ଫେରିଛନ୍ତି। ଘରେ ରହୁଥିବା ଦୁଇଝିଅ ଅନ୍ୟଠୁ ମାଗିଯାଚି ଯାହା ଆଣୁଛନ୍ତି, ସେଥିରେ ଦୁଃଖ କଷ୍ଟରେ ସମସ୍ତେ ଚଳୁଛନ୍ତି।



from OdishaReporter https://ift.tt/2J5LPnN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages