ସମ୍ଭାବ୍ୟ ସାଂସଦ ପ୍ରାର୍ଥୀ ତାଲିକା ପଠାଇଲା ଓଡ଼ିଶା ପିସିସି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 19, 2018

ସମ୍ଭାବ୍ୟ ସାଂସଦ ପ୍ରାର୍ଥୀ ତାଲିକା ପଠାଇଲା ଓଡ଼ିଶା ପିସିସି

ଭୁବନେଶ୍ୱର :(ଓଡ଼ିଶା ରିପୋର୍ଟର) ସାଧାରଣ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଥିବା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି) ଏକ ସମ୍ଭାବ୍ୟ ସାଂସଦ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରିଛି। ଓଡ଼ିଶା ପିସିସି ପ୍ରଭାରୀ ଜିତେନ୍ଦ୍ର ସିଂହ ଏହି ତାଲିକାକୁ ବୁଧବାର ଏଆଇସିସିକୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି।

ପିସିସି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଜୁଲାଇ ୧୫ତାରିଖ ସୁଦ୍ଧା ସମ୍ଭାବ୍ୟ ସାଂସଦ ପ୍ରାର୍ଥୀଙ୍କ ତାଲିକା ପଠାଇବା ପାଇଁ ଏଆଇସିସି ପକ୍ଷରୁ ନିଦ୍ଦେର୍ଶ ମିଳିଥିଲା। ପିସିସି କାର୍ଯ୍ୟାଳୟରେ ରାଜ୍ୟ କଂଗ୍ରେସର ବରିଷ୍ଠ ନେତାମାନଙ୍କର୩ଦିନ ଧରି ସାଂଗଠନିକ ପ୍ରକ୍ରିୟା ଓ ନିର୍ବାଚନ ପ୍ରସ୍ତୁତିକୁ ନେଇ ମାନସମନ୍ଥନ କରିବା ପରେ ସମ୍ଭାବ୍ୟ ସାଂସଦ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ ହୋଇଛି। ଆଗାମୀ ସାଧାରଣ ନିର୍ବାଚନର ଯଥେଷ୍ଟ ପୂର୍ବରୁ କଂଗ୍ରେସ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିବା ଉପରେ ଗୁରୁତ୍ୱ ଦେଉଥିବାରୁ ସମ୍ଭାବ୍ୟ ସାଂସଦ ପ୍ରାର୍ଥୀଙ୍କ ତାଲିକା ପିସିସିସ୍ତରରେ ଚୂଡ଼ାନ୍ତ ହୋଇଛି।

ଆଗ୍ରହୀ ପ୍ରାର୍ଥୀମାନେ ଏଆଇସିସି ଦ୍ୱାରା ଦିଆଯାଇଥିବା ଏକ ନିର୍ଦ୍ଦିଷ୍ଟ ଫର୍ମାଟ‌୍‍ରେ ଏଥିପାଇଁ ଆବେଦନ କରିଛନ୍ତି। ରାଜ୍ୟର ସମସ୍ତ ୨୧ଟି ଲୋକସଭା ଆସନ ପାଇଁ ସମ୍ଭାବ୍ୟ ସାଂସଦ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ ହୋଇଥିଲେ ମଧ୍ୟ ୬ରୁ ୭ଟି ଆସନରେ ଏକାଧିକ ସମ୍ଭାବ୍ୟ ପ୍ରାର୍ଥୀ ରହିଥିବା ଜଣାପଡ଼ିଛି। ଏଆଇସିସିର ସ୍କ୍ରିନିଂ କମିଟି ଏହି ସମ୍ଭାବ୍ୟ ପ୍ରାର୍ଥୀ  ତାଲିକାକୁ ଅନୁଧ୍ୟାନ କରିବା ପରେ ଏ ପ୍ରସଙ୍ଗରେ ଓଡ଼ିଶା ପିସିସି ନେତୃତ୍ୱ ସହ କଂଗ୍ରେସ ହାଇକମାଣ୍ଡ ଆଲୋଚନା କରିବେ। ତା’ପରେ ସମ୍ଭାବ୍ୟ ପ୍ରାର୍ଥୀଙ୍କ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ ବୋଲି ଜଣାପଡ଼ିଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଆସନ୍ତା ମାସରେ ପ୍ରସ୍ତାବିତ ଓଡ଼ିଶା ଗସ୍ତ ପୂର୍ବରୁ ଏହି ତାଲିକାକୁ ଏଆଇସିସି ପକ୍ଷରୁ ଜାରି କରାଯିବ ବୋଲି ସୂଚନା ମିଳିଛି।



from OdishaReporter https://ift.tt/2mry6OZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages