ରାସ୍ତା ଖାଲରେ ପଡ଼ି ପୁଅ ପ୍ରାଣ ହରାଇଥିଲେ, ବାପା କଲେ ଏମିତି କାମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 29, 2018

ରାସ୍ତା ଖାଲରେ ପଡ଼ି ପୁଅ ପ୍ରାଣ ହରାଇଥିଲେ, ବାପା କଲେ ଏମିତି କାମ

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ରାସ୍ତାରେ ଖାଲ ହେବା କିଛି ନୂଆ କଥା ନୁହେଁ। ରାସ୍ତାରେ ଖାଲ ହୋଇଥିବାରୁ ଅନେକ ସମୟରେ ଲୋକମାନେ ଦୁର୍ଘଟଣାର ସମ୍ମୁଖୀନ ମଧ୍ୟ ହୁଅନ୍ତି। କିନ୍ତୁ ମୁମ୍ବାଇରେ ରାସ୍ତାରେ ଖାଲ ଯୋଗୁ ଅନେକ ଲୋକ ପ୍ରାଣ ହରାଇବାର ନଜିର ରହିଛି। ଠିକ୍‌ ୩ ବର୍ଷ ତଳେ ଏମିତି ଏକ ଘଟଣା ଘଟିଥିଲା। ଯୋଗେଶ୍ୱରୀ –ଭିଖରୋଲି ଲିଙ୍କ ରୋଡ୍‌ରେ ହୋଇଥିବା ଖାଲରେ ପଡ଼ି ଜଣେ ୧୬ ବର୍ଷୀୟ ନାବାଳକଙ୍କ ମୃତ୍ୟୁ ଘଟିଥିଲା। ହେଲେ ତାଙ୍କ ବାପା ଦାଦାରାଓ ବିଲୋରି ଏମିତି କିଛି କାମ କରିଛନ୍ତି, ଯାହା ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି।

ପୁଅର ତୃତୀୟ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଦାଦାରାଓ ଉକ୍ତ ଖାଲକୁ ମାଟି ପକାଇ ମରାମତି କରିଛନ୍ତି। ୩ ବର୍ଷ ମଧ୍ୟରେ ସେ ବିଭିନ୍ନ ରାସ୍ତାରେ ଥିବା ପାଖାପାଖି ୫୫୬ଟି ଖାଲ ପୋତିଛନ୍ତି। ନିକଟରେ ତାଙ୍କ ଭିଣୋଇ ମଧ୍ୟ ରାସ୍ତାରେ ଥିବା ଖାଲ ଯୋଗୁ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏବେ ସେ ଧୀରେଧୀରେ ସୁସ୍ଥ ହେଉଛନ୍ତି।

ଦାଦାରାଓ କହିଛନ୍ତି, ଗତ ୩ ବର୍ଷ ମଧ୍ୟରେ ସେ ୫୫୫ଟି ଖାଲ ମରାମତି କରିଛନ୍ତି। “ଆଜି ମୋ ପୁଅ ପ୍ରକାଶ ଯେଉଁ ଖାଲ ଯୋଗୁ ପ୍ରାଣ ହରାଇଥିଲା, ସେହି ସ୍ଥାନକୁ ମରାମତି କରିଛି। ଆଗକୁ ମଧ୍ୟ ମୋର ଏହି ଅଭିଯାନ ଜାରି ରହିବ। ରାସ୍ତାରେ ହୋଇଥିବା ଖାଲ ଯୋଗୁ ଯେମିତି କାହାର ଜୀବନ ନ ଯିବ, ସେକଥାକୁ ସୁନିଶ୍ଚିତ କରିବାକୁ ମୁଁ ଏଭଳି କାର୍ଯ୍ୟ ଆରମ୍ଭ କରିଛି। ପ୍ରଶାସନିକ ଅଧିକାରୀମାନେ ଦୁର୍ଘଟଣା ପରେ ମରାମତି କରିବାକୁ ଆଗେଇ ଆସନ୍ତି। ହେଲେ ସେମାନେ ଏଭଳି ସ୍ଥିତିକୁ କାହିଁକି ଅପେକ୍ଷା କରନ୍ତି?”



from OdishaReporter https://ift.tt/2AjYVhW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages