
ନୂଆଦିଲ୍ଲୀ: ବିହାରର ମୁଜାଫରପୁର ଜିଲ୍ଲା ଶେଲଟର୍ ହୋମ୍ରେ ନାବାଳିକା ମାନଙ୍କୁ ସାମୂହିକ ଗଣଦୁଷ୍କର୍ମ ଘଟଣାର ତଦନ୍ତ ଭାର ଆଜି ସିବିଆଇ ହାତକୁ ନେଇଛି। ତଦନ୍ତ ଆରମ୍ଭ କରି ସିବିଆଇ ଆଜି ପ୍ରଥମ ଦିନରେ ଶେଲଟର୍ ହୋମ୍ର କର୍ମଚାରୀ ଓ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ସିବିଆଇ ମୁଖପାତ୍ର କହିଛନ୍ତି, ସେବା ସଂକଳ୍ପ ଏବଂ ବିକାଶ ସମିତର କର୍ମଚାରୀ ଓ ଅଧିକାରୀମାନେ ଏଠାରେ ରହୁଥିବା ନାବାଳିକାମାନଙ୍କୁ ଶାରୀରିକ, ମାନସିକ ଓ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି।
ମୁମ୍ବାଇର ଏକ ଇନ୍ଷ୍ଟିଚ୍ୟୁଟ୍ ଏହି ଶେଲଟର୍ ହୋମ୍ର ଅଡିଟ୍ କରିବା ସମୟରେ ଯୌନ ଉତ୍ପୀଡ଼ନର ଗନ୍ଧ ବାରିଥିଲା। ବିହାରର ସାମାଜିକ କଲ୍ୟାଣ ବିଭାଗ ଏନେଇ ଏକ ଏଫ୍ଆଇଆର୍ ଦାଖଲ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା।
ଶେଲଟର୍ ହୋମ୍ର ୩୫ରୁ ଅଧିକ ଝିଅଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା। ଖାଲି ସେତିକି ନୁହେଁ, ଏମାନଙ୍କୁ ଅନାହରରେ ରଖିବା ସହ ନିଆଁ ଚେଙ୍କ ଦିଆଯାଉଥିବା ମଧ୍ୟ ଜଣାପଡ଼ିଥିଲା। ବିହାର ସରକାର ଏହାକୁ ଗୁରୁତ୍ୱର ସହ ନେଇ ଏହାର ତଦନ୍ତ କରିବାକୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲେ। ଉକ୍ତ ଏନ୍ଜିଓକୁ କଳାତାଲିକା ଭୁକ୍ତ କରାଯିବା ସହ ଏଠାରେ ରହୁଥିବା ଅନ୍ତେବାସୀଙ୍କୁ ବିହାର ଓ ମଧୁବନ ସ୍ଥିତ ଶେଲଟର୍ ହୋମ୍କୁ ପଠାଯାଇଛି। ପୁଲିସ୍ ଶେଲଟର୍ ହୋମ୍ର ମହିଳା କର୍ମଚାରୀ ଏବଂ ଏନ୍ଜିଓ ଚଳାଉଥିବା ବ୍ରଜେଶ ଠାକୁରଙ୍କୁ ଗିରଫ କରିଛି।
from OdishaReporter https://ift.tt/2Ot0lcO
No comments:
Post a Comment