କେନ୍ଦ୍ର ଅଧୀନରେ ଥିବା ଏହି କମ୍ପାନୀର କର୍ମଚାରୀ ପାଇବେ ପେନ୍‌ସନ୍‌ ସୁବିଧା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 27, 2018

କେନ୍ଦ୍ର ଅଧୀନରେ ଥିବା ଏହି କମ୍ପାନୀର କର୍ମଚାରୀ ପାଇବେ ପେନ୍‌ସନ୍‌ ସୁବିଧା

sail

ନୂଆଦିଲ୍ଲୀ: ସରକାରୀ ଷ୍ଟିଲ୍‌ କମ୍ପାନୀରେ କାମ କରୁଥିବା ଲୋକଙ୍କ ପାଇଁ ଆସିଛି ଏକ ଖୁସି ଖବର। ଏହି କମ୍ପାନୀର ଅଧିକାରୀ ଓ କର୍ମଚାରୀଙ୍କୁ ଏବେ ପେନ୍‌ସନ୍‌ ସ୍କିମ୍‌ରୁ ଲାଭ ମିଳିବ। ଏହାସହ କମ୍ପାନୀରୁ ଅବସର ନେଇ ସାରିଥିବା କର୍ମଚାରୀ ମଧ୍ୟ ଏହି ପେନ୍‌ସନ୍‌ ଯୋଜନାରୁ ଲାଭ ପାଇବେ।

ଇସ୍ପାତ ମନ୍ତ୍ରାଳୟ ଅଧୀନରେ ଥିବା ବିଭିନ୍ନ ସେଣ୍ଟ୍ରାଲ ପବ୍ଲିକ୍‌ ସେକ୍ଟର୍‌ ଏଣ୍ଟର୍‌ପ୍ରାଇଜେସ୍‌ (CPSEs)ର ପ୍ରସ୍ତାବକୁ ନେଇ ଏହି ନିଷ୍ପତ୍ତି ହୋଇଛି। ପଦାଧିକାରୀଙ୍କ କ୍ଷେତ୍ରରେ ୨୦୦୭ ଜାନୁଆରୀ ୧ ଏବଂ ସାଧାରଣ କର୍ମଚାରୀଙ୍କ କ୍ଷେତ୍ରରେ ୨୦୧୨ ଜାନୁଆରୀ ୧ରୁ ପେନ୍‌ସନ୍‌ ଯୋଜନା ପିଛିଲା ଭାବେ ଲାଗୁ ହେବ।

ସେଲ୍‌(SAIL), ଆରଆଇଏନ୍‌ଏଲ୍‌(RINL), ଏମ୍‌ଏସ୍‌ଟିସି(MSTC), ଏଫ୍‌ଏସ୍‌ଏନ୍‌ଏଲ୍‌(FSNL), ମେକନ୍‌ MECON) ଓ କେଆଇଓସିଏଲ୍‌ର (KIOCL)ର କର୍ମଚାରୀ ସଂଘ ଓ ଅଧିକାରୀଙ୍କ ପ୍ରତିନିଧିଙ୍କ ସହ ବିସ୍ତୃତ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଇସ୍ପାତ ମନ୍ତ୍ରାଳୟ ଅନୁସାରେ ପେନ୍‌ସନ୍‌ ଯୋଜନାରେ ୯୪ ହଜାରରୁ ଅଧିକ କାର୍ଯ୍ୟରତ ଓ ୫୬ ହଜାର ଅପସରପ୍ରାପ୍ତ କର୍ମଚାରୀ ଲାଭବାନ ହେବେ। ଏଥିପାଇଁ ଅତିରିକ୍ତ ୪୫ କୋଟି ଟଙ୍କା ଖର୍ଚ୍ଚ ହେବ।

ବିଭାଗୀୟ ମନ୍ତ୍ରୀ ଚୌଧୁରୀ ବୀରେନ୍ଦ୍ର ସିଂହ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, “କମ୍ପାନୀର କର୍ମଚାରୀ ଓ ଅଧିକାରୀଙ୍କୁ ପୂର୍ବରୁ ମେଡିକାଲ ସୁବିଧା ଦିଆଯାଉଛି। ଏହି ଯୋଜନାର ସମସ୍ତ ଖର୍ଚ୍ଚ କମ୍ପାନୀମାନେ ନିଜେ ଉଠାଇବେ ଏବଂ ଏଥିପାଇଁ ସରକାରଙ୍କ ଉପରେ ଏହାର ବୋଝ ପଡ଼ିବ ନାହିଁ।”

ସେ ଆହୁରି କହିଛନ୍ତି, “ସ୍କିମ୍‌ ଲାଗୁ କରିବା ଓ ଏହାକୁ କର୍ମଚାରୀ ଓ ଅଧିକାରୀଙ୍କ କ୍ଷେତ୍ରରେ କେମିତି ଲାଗୁ କରାଯିବ ତାହା ଉପରେ କମ୍ପାନୀ ମ୍ୟାନେଜ୍‌ମେଣ୍ଟ ବିଚାର କରି ଶେଷ ନିଷ୍ପତ୍ତି ନେବ।”

ସୂଚନାଯୋଗ୍ୟ, କିଛିବର୍ଷ ପୂର୍ବେ ସେନାକୁ ଛାଡ଼ି ଅନ୍ୟ ସରକାରୀ ଚାକିରିରୁ ସରକାର ପେନ୍‌ସନ୍‌ ବ୍ୟବସ୍ଥା ସମ୍ପୂର୍ଣ୍ଣ ଉଠାଇ ଦେଇଥିଲେ। ଏହାଦ୍ୱାରା ଅତ୍ୟଧିକ ଖର୍ଚ୍ଚ ହେଉଛି ବୋଲି ସରକାର କହିଥିଲେ।



from OdishaReporter https://ift.tt/2Olwnrl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages