‘ଶ୍ରୀଜଗନ୍ନାଥ ମନ୍ଦିର କାରଖାନା ନୁହେଁ, ବଂଶଗତ ସେବା ପରମ୍ପରା ରକ୍ଷା ହେବା ଆବଶ୍ୟକ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 26, 2018

‘ଶ୍ରୀଜଗନ୍ନାଥ ମନ୍ଦିର କାରଖାନା ନୁହେଁ, ବଂଶଗତ ସେବା ପରମ୍ପରା ରକ୍ଷା ହେବା ଆବଶ୍ୟକ’

san

ପୁରୀ(ମଧୁସୂଦନ ମିଶ୍ର): “ଶ୍ରୀଜଗନ୍ନାଥ ମନ୍ଦିର କୌଣସି କାରଖାନା ନୁହେଁ। ଏଠାରେ ବଂଶଗତ ସେବା ପରମ୍ପରା ରକ୍ଷା ହେବା ଆବଶ୍ୟକ। ସେବା ପରମ୍ପରା ବ୍ୟବସ୍ଥିତ ଢଙ୍ଗରେ ହେବା ଉଚିତ୍।” ଗୁରୁବାର ପୁରୀ ଗୋବର୍ଦ୍ଧନ ମଠରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଏକଥା କହିଛନ୍ତି।

ସେ କହିଥିଲେ,“ଜଗନ୍ନାଥ ମନ୍ଦିର ଗାନ୍ଧିଜୀଙ୍କ ସମାଧିର ରୂପ ଧାରଣ ନକରୁ। ସେବାୟତଙ୍କୁ ଆର୍ଥିକ ସଙ୍କଟରୁ ରକ୍ଷା କରିବା କଥା ଚିନ୍ତା କରାଯାଉ। ସେବାୟତଙ୍କ ଲାଗି ଶିକ୍ଷା ସଂସ୍କାର ପ୍ରକଳ୍ପ କଥା ଚିନ୍ତା କରାଯାଉ। ନ୍ୟାୟଧୀଶଙ୍କ ନିକଟରେ ବଂଶଗତ ସେବାର ସବୁ ତଥ୍ୟ ଉପସ୍ଥାପନ କରିବାର ଆବଶ୍ୟକତା ରହିଛି।”

puri

ସେହିପରି ବୈଠକ ଶେଷରେ ଗଜପତି ମହାରାଜ ଦିବ୍ୟସିଂହ ଦେବ କହିଥିଲେ,“ଏହି ସମସ୍ୟାର ସମାଧାନ ଲାଗି ସବୁ ସେବାୟତ ଏକଜୁଟ ହେବା ଆବଶ୍ୟକ। ଏକ ଲିଗାଲ୍‌ ସେଲ୍ ଗଠନ କରିବାର ଆବଶ୍ୟକତା ରହିଛି। ଆଇନ ସଂପର୍କିତ ଜ୍ଞାନ ଥିବା ଅଭିଜ୍ଞ ସେବାୟତଙ୍କୁ ନେଇ ଏହି ସେଲ୍ ଗଠନ ହେଉ।”

ଏହି ବୈଠକରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସମେତ ବହୁ ବରିଷ୍ଠ ସେବାୟତ ଏବଂ ଛତିଶା ନିଯୋଗ ପ୍ରତିନିଧି ଯୋଗ ଦେଇଥିଲେ।

ସେହିପରି ପାରାଦୀପରେ ଏକ ପ୍ରବଚନ କାର୍ଯ୍ୟକ୍ରମରେ ବାବା ବଳିଆ କହିଛନ୍ତି ଯେ ଶ୍ରୀମନ୍ଦିରରେ ପାରମ୍ପରିକ ସେବା ଉଚ୍ଛେଦ ହେବା ଉଚିତ୍‌ ନୁହେଁ। ତେବେ ଏହା ଶୃଙ୍ଖଳିତ ଭାବେ ହେବା ଆବଶ୍ୟକ।



from OdishaReporter https://ift.tt/2JW6HOt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages