
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଚଳିତ ଶତାଦ୍ଦୀର ଏକ ବିରଳ ମହାଜାଗତିକ ଘଟଣା ଦେଖିବାକୁ ମିଳିବ। ଦୃଶ୍ୟମାନ ହେବ ରକ୍ତବର୍ଣ୍ଣ ଚନ୍ଦ୍ର ବା ବ୍ଲଡ୍-ମୁନ୍। ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ ଅବସରରେ ଚନ୍ଦ୍ର ବିରାଟ ଆକାରରେ ଓ ସମ୍ପୂର୍ଣ୍ଣ ଭାବେ ଲାଲ୍ ଦେଖାଯିବ। ୧ ଘଣ୍ଟା ୪୩ ମିନିଟ୍ ଧରି ଏହି ପୂର୍ଣ୍ଣଗ୍ରାସ ରହିବ। ଆଜି ରାତି ୧୦ଟା ୪୪ରୁ ଗ୍ରହଣ ଆରମ୍ଭ ହେବ। ତେବେ ଚନ୍ଦ୍ର ପୃଥିବୀର ଉପଛାୟାରେ ୧୧ଟା ୫୪ ମିନିଟ୍ରେ ପ୍ରବେଶ କରିବ। ଏହା ଛାୟାରେ ପ୍ରବେଶ କରିବା ସହ ରାତି ଗୋଟାଏରେ ପୂର୍ଣ୍ଣଗ୍ରହଣ ହୋଇ ୨ଟା ୪୩ରେ ପୂର୍ଣ୍ଣ ଗ୍ରହଣ ଶେଷ ହେବ। ତେବେ ଗ୍ରହଣ ସଂପୂର୍ଣ୍ଣ ଛାଡ଼ିବା ଲାଗି ପାଖାପାଖି ୬ ଘଣ୍ଟା ସମୟ ଲାଗିବ। ଆସନ୍ତାକାଲି ଭୋର୍ ୪ଟା ୫୮ ମିନିଟ୍ରେ ସର୍ବମୋକ୍ଷ ହେବ।
ଭାରତ ସମେତ ଉତ୍ତର ଆଫ୍ରିକା, ମଧ୍ୟପ୍ରାଚ୍ୟ, ଚୀନ୍ର ପଶ୍ଚିମାଞ୍ଚଳରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦେଖି ହେବ। ଅନ୍ୟପକ୍ଷରେ ଉତ୍ତର ଆମେରିକା, ଅଷ୍ଟ୍ରେଲିଆ,ଗ୍ରୀନ୍ଲ୍ୟାଣ୍ଡ୍ ଏବଂ
ବିଶ୍ୱର ଅଧିକାଂଶ ରାଷ୍ଟ୍ରରେ ଏହା ଆଂଶିକ ଦୃଶ୍ୟମାନ ହେବ।
ଚନ୍ଦ୍ରଗ୍ରହଣ ଲାଗି ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଭାବେ ନୀତି ନିର୍ଘଣ୍ଟ କରାଯାଇଛି। ଭୋର ୫ଟାରୁ ଦ୍ୱାରଫିଟା, ୫ଟା ୪୦ରେ ମଙ୍ଗଳ ଆଳତୀ କରାଯାଇଛି। ମଇଲମ, ତଡ଼ପଲାଗି, ଅବକାଶ ନୀତି ଆଦି ପରେ ସକାଳ ୯ଟାରେ ଗୋପାଳ ବଲ୍ଲଭ ଏବଂ
ଅନ୍ୟାନ୍ୟ ନୀତି କରାଯିବ। ୯ଟା ୩୦ରୁ ୧୦ଟା ୩୦ରେ ଭିତରେ କାଳଧୂପ, ତା’ପରେ ଭୋଗମଣ୍ଡପରେ ମହାପ୍ରସାଦ ବାହାରିବା ସହ ମଧ୍ୟାହ୍ନ ଧୂପ କରାଯାଇ ଦକ୍ଷିଣୀ ଘରଭୋଗ ଓ ୨ଟା ୫୪ ମିନିଟ୍ରେ ମଇଲମ ଏବଂ ତଡ଼ପଲାଗି କରାଯାଇ ନୀତିକୁ ବନ୍ଦ କରାଯିବ।
ଆହୁରି ପଢ଼ନ୍ତୁ: କେତୁ-ଗ୍ରାସ ଚନ୍ଦ୍ରଗ୍ରହଣକୁ ନେଇ ଆଶା ଆଶଙ୍କା: ଏହି ରାଶିର ଲୋକଙ୍କ ପାଇଁ ଅଶୁଭ, ଜାଣନ୍ତୁ କେମିତି ରହିବ ଓଡ଼ିଶାର ଭାଗ୍ୟ
from OdishaReporter https://ift.tt/2LVTJ5r
No comments:
Post a Comment