
ବାସୁଦେବପୁର (କିରୀଟି ଦାସ): ଭଦ୍ରକ ଜିଲ୍ଲା ଇଚ୍ଛାପୁର-ବାସୁଦେବପୁର ରାସ୍ତାର ବେକମୁଡ଼ି ମେଲଣ ପଡ଼ିଆ ନିକଟରେ ଆଜି ଏକ ବସ୍ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୧୫ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ଗେଲେଶ୍ୱର ନାମକ ଏହି ବସ୍ଟି ଭଦ୍ରକରୁ ବାସୁଦେବପୁର ଯାଉଥିଲା। ବସ୍ରେ ପ୍ରାୟ ୫୦ ଜଣ ଯାତ୍ରୀ ଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ବସ୍ ଭିତରୁ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। ବସ୍ ଡ୍ରାଇଭର୍ ଓ ହେଲ୍ପର୍ ଫେରାର ହୋଇଯାଇଛନ୍ତି।
from OdishaReporter https://ift.tt/2LniWbT
No comments:
Post a Comment