‘ବାବା ନଗରୀ’ରେ ଜମୁଛି କାଉଡ଼ିଆଙ୍କ ଭିଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 30, 2018

‘ବାବା ନଗରୀ’ରେ ଜମୁଛି କାଉଡ଼ିଆଙ୍କ ଭିଡ଼

lord-shiva

ନୂଆଦିଲ୍ଲୀ: ଏବେ ଶ୍ରାବଣ ମାସ ଚାଲିଛି। ହିନ୍ଦୁ ଧର୍ମରେ ଏହି ମାସର ମହତ୍ତ୍ୱ ବହୁତ ଅଧିକ। ଶ୍ରାବଣ ସୋମବାରରେ ଭୋଳାନାଥ ଶିବ ଶଙ୍କରଙ୍କୁ ଜଳଲାଗି କଲେ ସବୁ ପାପର ଅନ୍ତ ଘଟିଥାଏ ଓ ବାବା ପ୍ରସନ୍ନ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି। ତେଣୁ ଲକ୍ଷ ଲକ୍ଷ କାଉଡ଼ିଆ ନଦୀରୁ ପବିତ୍ର ଜଳ ଉଠାଇ ବାବାଙ୍କଠାରେ ଲାଗି କରିଥାନ୍ତି।

ଶ୍ରାବଣ ଅବସରରେ ଆଜି ଆମେ ଏମିତି ଏକ ଶୈବପୀଠ ସମ୍ପର୍କରେ କହିବାକୁ ଯାଉଛୁ, ଯେଉଁଠି ଏହି ମାସ ପ୍ରତିଦିନ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ଏହି ପୀଠଟି ରହିଛି ଝାଡ଼ଖଣ୍ଡର ଦେୱଘରରେ। ‘ବାବା ନଗରୀ’ ନାଁରେ ପରିଚିତ ଏହି ଧାମଟି ହେଲା ବୈଦ୍ୟନାଥ ଧାମ।

lord-shivaଦ୍ୱାଦଶ ଜ୍ୟୋର୍ତିଲିଙ୍ଗ ମଧ୍ୟରୁ ଏହା ସବୁଠାରୁ ଅଧିକ ମହିମା ମଣ୍ଡିତ ଧାମ। ଶ୍ରାବଣମାସରେ ଏଠାରୁ ପ୍ରତିଦିନ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥାଏ। ଆଉ ଶ୍ରାବଣ ସୋମବାର କଥା ନକହିବା ଭଲ।

ସାଧାରଣ ଦିନରେ ଏଠାରେ ସବୁବେଳେ ଶ୍ରଦ୍ଧାଳୁଙ୍କ ଗହଳି ଲାଗି ରହିଥାଏ। ହେଲେ ଶ୍ରାବଣ ମାସରେ କାଉଡ଼ିଆଙ୍କ ଯୋଗୁ ପୂରା ଅଞ୍ଚଳ ‘କେଶର ରଙ୍ଗ’ରେ ରଙ୍ଗେଇ ହୋଇଯାଇଥାଏ।

ଏଠାକୁ ଆସୁଥିବା କାଉଡ଼ିଆଙ୍କୁ ଲମ୍ବା ଯାତ୍ରା କରିବାକୁ ପଡ଼ିଥାଏ। ବିହାରର ସୁଲ୍‌ତାନଗଞ୍ଜ ଦେଇ ପ୍ରବାହିତ ହେଉଥିବା ‘ଉତ୍ତର ବାହିନୀ ଗଙ୍ଗା’ରୁ କାଉଡ଼ିଆମାନେ ଜଳ ଉଠାଉ ୧୦୫ କିମି ଚାଲି ଚାଲି ବାବାଙ୍କ ମନ୍ଦିରରେ ପହଞ୍ଚିଥାନ୍ତି।

lord-shivaଆଖପାଖରେ ଥିବା ନଦୀରୁ ମଧ୍ୟ କିଛି କାଉଡ଼ିଆ ଜଳ ଆଣିଥାନ୍ତି। ହେଲେ ‘ଉତ୍ତର ବାହିନୀ ଗଙ୍ଗା’ରୁ ଅଧିକ ଶ୍ରଦ୍ଧାରୁ ଜଳ ଉଠାଇ ବାବାଙ୍କ ପାଖକୁ ଆସିଥାନ୍ତି।

ଲମ୍ବା ଯାତ୍ରାରେ ଆସୁଥିବା କାଉଡ଼ିଆଙ୍କ ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏଠାରେ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥାଏ। କାଉଡ଼ିଆମାନଙ୍କ ରହିବା ପାଇଁ ଅସ୍ଥାୟୀ ଶିବିର କରାଯାଇଥାଏ। ସେମାନଙ୍କ ଖାଇବା, ପିଇବା ବ୍ୟବସ୍ଥା ମଧ୍ୟ କରାଯାଇଥାଏ। ଏହାସହ ବେସରକାରୀ ଭାବେ ମଧ୍ୟ ବହୁ ଲୋକ କାଉଡ଼ିଆଙ୍କ ସୁବିଧା ପାଇଁ ବ୍ୟବସ୍ଥା କରିଥାନ୍ତି।

ଚଳିତବର୍ଷ କାଉଡ଼ିଆଙ୍କ ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୧୦,୦୦୦ ପୁଲିସ୍‌ ଓ ସୁରକ୍ଷାକର୍ମୀଙ୍କୁ ଏଠାରେ ନିୟୋଜିତ କରଯାଇଛି।



from OdishaReporter https://ift.tt/2AjAbGs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages