
ପୁରୀ (ଓଡ଼ିଶା ରିପୋର୍ଟର): ଆଜି ଆଡ଼ପ ମଣ୍ଡପକୁ ବିଜେ କରିବେ ମହାପ୍ରଭୁ। ସନ୍ଧ୍ୟାଦର୍ଶନ ପରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ଆଡ଼ପ ମଣ୍ଡପ ବିଜେ ରୀତିନୀତି। ରତ୍ନବେଦୀ ଛାଡ଼ି ଜନ୍ମବେଦୀ ଅଭିମୁଖେ ଭାଇ ଭଉଣୀଙ୍କୁ ଧରି ନବଦିନାତ୍ମକ ଘୋଷଯାତ୍ରାରେ ଆସିଥିବା କାଳିଆ ଠାକୁର ଏବେ ରଥ ଉପରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଦୁଇ ଦିନ ଧରି ବର୍ଷା ଲାଗି ରହିଥିଲେ ବି ପୁରୀରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି। ଆଜି ସନ୍ଧ୍ୟା ଦର୍ଶନ ଲାଗି ମଧ୍ୟ ବହୁ ସଂଖ୍ୟାର ଭକ୍ତଙ୍କ ଆଗମନ ହେବା ସମ୍ଭାବନା ରହିଛି। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
from OdishaReporter https://ift.tt/2KVmWkp
No comments:
Post a Comment