ବର୍ଷା ପାଣିରେ ପୁରୀ ସହର ଉବୁଟୁବୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 15, 2018

ବର୍ଷା ପାଣିରେ ପୁରୀ ସହର ଉବୁଟୁବୁ

puri

ପୁରୀ (ଓଡ଼ିଶା ରିପୋର୍ଟର): ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରା ଏବେ ଗୁଣ୍ଡିଚା ଯାତ୍ରାରେ ଅଛନ୍ତି। ଶ୍ରୀଜିଉଙ୍କୁ ଦେଖିବାକୁ ପୁରୀରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେଉଛି। ତେବେ ଗତ ଦୁଇଦିନ ହେବ ଲଗାଣ ବର୍ଷା ଯୋଗୁ ପୁରୀ ବେହାଲ୍‌ ହୋଇଯାଇଛି। ପୂରା ସହର ବର୍ଷା ପାଣିରେ ଉବୁଟୁବୁ ହେଉଛି। ବଡ଼ଦାଣ୍ଡରେ ଲହଡ଼ି ଭାଙ୍ଗୁଛି ଆଣ୍ଠୁଏ ଉଚ୍ଚର ପାଣି। ଡାକ୍ତରଖାନା ଛକଠାରୁ ବଳଗଣ୍ଡି ଛକ ଯାଏ ଜମି ରହିଛି ପାଣି। ଲାଗୁଛି ସତେ ଯେମିତି ପୁରୀ ସହର ମଧ୍ୟକୁ ବନ୍ୟାପାଣି ପଶି ଆସିଛି। ସହରରେ କେଉଁଠି ଆଣ୍ଠୁଏ ତ କେଉଁଠି ଅଣ୍ଟେ ଉଚ୍ଚର ପାଣି ବହୁଛି। ବେଳାଭୂମି ରାସ୍ତା, ଅବକାଶ ନଗର, ଖାକି ମଠ, ନୂଆ ସାହି, ଗୁଣ୍ଡିଚା ମନ୍ଦିର ଏବଂ ମାଟିଆପଡ଼ା ଅଞ୍ଚଳରେ ପରିସ୍ଥିତି ସଙ୍ଗୀନ ରୂପ ନେବାକୁ ଲାଗିଲାଣି।

puriଜମି ରହିଥିବା ପାଣିକୁ ନିଷ୍କାସନ କରିବାକୁ ଅଗ୍ନିଶମ ବିଭାଗ ପକ୍ଷରୁ ବିଭିନ୍ନ ପମ୍ପ୍‌ ଲଗାଯାଇଛି।

ଭୁଶୁଡ଼ି ପଡ଼ିଲା ୫୦ ଫୁଟ୍‌ର ପାଚେରି

ପ୍ରବଳ ବର୍ଷା ଯୋଗୁ ମାର୍କେଣ୍ଡୟ ପୁଷ୍କରିଣୀ ପାଚେରି ଭୁଶୁଡ଼ି ପଡ଼ିଛି। ଏହି ପାଚେରି ପ୍ରାୟ ୫୦ ଫୁଟ ଉଚ୍ଚ ହେବ। ପାଚେରୀକୁ ଲାଗି କରିଥିବା ବିଦ୍ୟୁତ୍‌ ଖୁଣ୍ଟ ମଧ୍ୟ ଭାଙ୍ଗି ଯାଇଛି।puri



from OdishaReporter https://ift.tt/2uDrelc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages