୨୭ରେ ଐତିହ୍ୟ କ୍ୟାବିନେଟ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 25, 2018

୨୭ରେ ଐତିହ୍ୟ କ୍ୟାବିନେଟ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ନବଗଠିତ ଐତିହ୍ୟ କ୍ୟାବିନେଟ୍‌ର ପ୍ରଥମ ବୈଠକ ଆସନ୍ତା ୨୭ ତାରିଖରେ ବସିବ। ଏଥିରେ ପ୍ରାୟ ୮ଟି ପ୍ରସ୍ତାବକୁ ଅନୁମୋଦନ ମିଳିବାର ସମ୍ଭାବନା ରହିଛି। ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସଚିବାଳୟରେ ଅପରାହ୍ନ ୫ଟା ୪୫ ମିନିଟ୍‌ରେ ଐତିହ୍ୟ କ୍ୟାବିନେଟ୍ ବୈଠକ ବସିବ। ଗତ ସପ୍ତାହରେ ଏହି ଐତିହ୍ୟ କ୍ୟାବିନେଟ୍ ଗଠନ ପାଇଁ ସଂସଦୀୟ ବ୍ୟାପାର ବିଭାଗ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଥିଲା। ଐତିହ୍ୟ କ୍ୟାବିନେଟ୍‌ରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୮ ଜଣ ସଦସ୍ୟ ଅଛନ୍ତି। ଅର୍ଥମନ୍ତ୍ରୀ, ଓଡ଼ିଆ ଭାଷା ଓ ସଂସ୍କୃତି ମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ, ଅନୁସୂଚିତ ଜାତି-ଜନଜାତି ମନ୍ତ୍ରୀ, ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ, ବୟନଶିଳ୍ପ ମନ୍ତ୍ରୀ ଓ ଆଇଟି ମନ୍ତ୍ରୀ ସଦସ୍ୟ ଥିବାବେଳେ ଐତିହ୍ୟ କ୍ୟାବିନେଟ୍‌ର ସଚିବ ଭାବେ ମୁଖ୍ୟ ସଚିବ ଦାୟିତ୍ୱ ତୁଲାଇବେ। ୨୦୧୭ ଡିସେମ୍ୱର ୨୬ ତାରିଖରେ ରାଜ୍ୟ ସରକାର ଐତିହ୍ୟ କ୍ୟାବିନେଟ୍ ଗଠନ ପାଇଁ ନିଷ୍ପତ୍ତି ନେଇଥିଲେ।



from OdishaReporter https://ift.tt/2A9Hoci

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages