ରସଗୋଲା ଯୁଦ୍ଧରେ ସରକାର ଚିତ୍‌ପଟାଙ୍ଗ: ଜିଆଇ ମାନ୍ୟତା ପାଇଁ ଡେଡ୍‌ଲାଇନ୍‌ ଭିତରେ ଦେଇ ପାରିଲେନି ତଥ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 25, 2018

ରସଗୋଲା ଯୁଦ୍ଧରେ ସରକାର ଚିତ୍‌ପଟାଙ୍ଗ: ଜିଆଇ ମାନ୍ୟତା ପାଇଁ ଡେଡ୍‌ଲାଇନ୍‌ ଭିତରେ ଦେଇ ପାରିଲେନି ତଥ୍ୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜଗତର ନାଥ ଜଗନ୍ନାଥଙ୍କ ପାଖରେ ଲାଗି ହେଉଛି ରସଗୋଲା। ନିଳାଦ୍ରି ବିଜେର ଏହି ପରମ୍ପରା ଦ୍ୱାଦଶ ଶତାବ୍ଦୀରୁ ଚାଲି ଆସିଛି। ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଏହି ଚିତ୍ର ହିଁ ବୟାନ କରୁଛି ରସଗୋଲାର ଉତ୍ପତ୍ତି ସ୍ଥଳ ହେଉଛି ଓଡ଼ିଶା। ଏପଟେ ରସଗୋଲାକୁ ନେଇ କଟକ ନିକଟ ପାହାଳରେ ପାଳନ ହୋଇଛି ରସଗୋଲା ଦିବସ। ଏଥିରେ ଯୋଗଦେଇଛନ୍ତି ମନ୍ତ୍ରୀ, ବିଧାୟକ ଓ ମେୟରଙ୍କ ପରି ବିଶିଷ୍ଟ ବ୍ୟକ୍ତିମାନେ। ହେଲେ କାହା ମନରେ ଅନୁଶୋଚନା ନାହିଁ ଯେ, ଓଡ଼ିଶା ରସଗୋଲାକୁ ଏ ପର୍ଯ୍ୟନ୍ତ ଜିଓଗ୍ରାଫିକାଲ ଇଣ୍ଡିକେସନ୍ ବା ଜି.ଆଇ. ମାନ୍ୟତା ମିଳି ପାରିଲା ନାହିଁ।

ରସଗୋଲାକୁ ନେଇ ବାଦ ବିବାଦ ଓ ସମାଲୋନା ପରେ ରାଜ୍ୟ ସରକାର ଗଠନ କରିଥିଲେ ତ୍ରିସ୍ତରୀୟ କମିଟି। ତଥ୍ୟ ପ୍ରମାଣ ଯୋଗାଡ଼ ବି ହେଲା। ଆଉ ସରକାର ଜି.ଆଇ. ମାନ୍ୟତା ପାଇଁ ଫେବ୍ରୁଆରୀ ୨୩ ତାରିଖରେ ଆବେଦନ କଲେ। ହେଲେ ଦୁର୍ବଳ ଯୁକ୍ତି ପାଇଁ ଜି.ଆଇ. କର୍ତ୍ତୃପକ୍ଷ ପୁଣି ୧୪ଟି ପ୍ରଶ୍ନକୁ ନେଇ ସରାକରଙ୍କ ପାଖରୁ ସ୍ପଷ୍ଟୀକରଣ ମାଗିଲେ। ଡେଡ୍‌ଲାଇନ୍‌ ଥିଲା ଜୁଲାଇ ୨୨ ତାରିଖ। କିନ୍ତୁ ବିଡ଼ମ୍ବନାର ବିଷୟ ହେଉଛି, ସରକାରଙ୍କ ତଥ୍ୟ ପ୍ରମାଣ ଯୋଗାଡ଼ ସରିଲା ନାହିଁ। ତେଣୁ ଆଉ ଗୋଟିଏ ମାସ ସମୟ ଦେବାକୁ ଏବେ ସରକାର ଅନୁରୋଧ କରିଛନ୍ତି ବୋଲି ଅଣୁ ଓ କ୍ଷୁଦ୍ରଶିଳ୍ପ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଛନ୍ତି।

ପଶ୍ଚିମବଙ୍ଗର ‘ନବୀନ ଚନ୍ଦ୍ର ଦାସ’ ରସଗୋଲାର ଉଦ୍ଭାବକ ବୋଲି ଦାବି କରି ଗତବର୍ଷ ନଭେମ୍ବର ୧୪ ତାରିଖରେ ‘ବାଂଲା ରସଗୋଲା’ର ଜି.ଆଇ. ମାନ୍ୟତା ପାଇ ସାରିଛି। ଓଡ଼ିଶା ଦାବି କରୁଛି, ଦ୍ୱାଦଶ ଶତାବ୍ଦୀରୁ ନିଳାଦ୍ରି ବିଜେରେ ଜଗନ୍ନାଥଙ୍କ ପାଖରେ ରସଗୋଲା ଭୋଗ ଲାଗୁଛି। ସଂସ୍କୃତି ଗବେଷକ ଅସିତ ମହାନ୍ତି ପଞ୍ଚଦଶ ଶତାବ୍ଦୀରେ ଦାଣ୍ଡି ରାମାୟଣରେ ରସଗୋଲାର ବ୍ୟବହାର ନେଇ ପ୍ରମାଣ ଯୋଗାଡ଼ ସହ ୧୦୦ ପୃଷ୍ଠାର ତଥ୍ୟ ସମ୍ବଳିତ ପୁସ୍ତକ ୨୦୧୬ ମସିହାରେ ସରକାରଙ୍କୁ ଦେଇଥିଲେ। ତଥାପି ରସଗୋଲା ଯେ ଓଡ଼ିଶାର, ସେ ନେଇ ସରକାରଙ୍କ ତଥ୍ୟ ଯୋଗାଡ଼ ସରୁନି ବୋଲି ସଂସ୍କୃତି ଗବେଷକ ଅସିତ ମହାନ୍ତି କହିଛନ୍ତି।

ପଶ୍ଚିମବଙ୍ଗକୁ ରସଗୋଲା ବାଂଲା ଜି.ଆଇ. ମାନ୍ୟତାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଛି। ଏବେ ପ୍ରଶ୍ନ, ଆସନ୍ତା ନୀଳାଦ୍ରି ବିଜେ ବେଳକୁ ସ୍ଥିତି ବଦଳିଥିବ ନା ପଶ୍ଚିମବଙ୍ଗ ହିଁ ରସଗୋଲାର ଏକମାତ୍ର ଦାବିଦାର ହୋଇ ରହିଯିବ।



from OdishaReporter https://ift.tt/2NJras5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages