
ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଜମ୍ମୁ କଶ୍ମୀର୍ ବିଜେପି ବିଧାୟକ ଗଗନ ଭଗତଙ୍କ ଉପରେ ଜଣେ କଲେଜ୍ ଛାତ୍ରୀଙ୍କ ସହ ଅନୈତିକ ସମ୍ପର୍କ ଥିବା ଅଭିଯୋଗ ଆସିଛି। ଅଭିଯୋଗ ଆଣିଛନ୍ତି ଖୋଦ୍ ବିଧାୟକଙ୍କ ପତ୍ନୀ।
ଗଗନ ଭଗତ ଜମ୍ମୁ ଜିଲ୍ଲା ଆର୍ଏସ୍ପୁରା ସିଟ୍ରୁ ବିଧାୟକ ଅଛନ୍ତି। ତାଙ୍କ ପତ୍ନୀ ମୋନିକା ଅଭିଯୋଗ କରିଛନ୍ତି ଗଗନ ଭଗତ ଜଣେ କଲେଜ ଛାତ୍ରୀଙ୍କୁ ବିବାହ କରି ତାଙ୍କ ସହ ରହୁଛନ୍ତି।
ଏଭଳି ପରିସ୍ଥିତିରେ ବିଧାୟକ ଓ କଲେଜ ଛାତ୍ରୀ ଜଣକ ଏହି ଖବରକୁ ଖାରଜ୍ କରିଛନ୍ତି। ଏହି ଦୁଇ ଜଣ କହିଛନ୍ତି ସେମାନଙ୍କୁ ବଦନାମ କରିବା ପାଇଁ ଏଭଳି ଖବର ପ୍ରଚାର କରାଯାଉଛି। ଗଗନ ଭଗତ କହିଛନ୍ତି ସେ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ଛାଡ଼ପତ୍ର ପାଇଁ ପ୍ରକ୍ରିୟା କୋର୍ଟରେ ଚାଲିଛି। ଏଭଳି ବଦନାମ କରି ଅଧିକ ଟଙ୍କା ନେବା ଆଶାରେ ତାଙ୍କ ପତ୍ନୀ ଏଭଳି ମିଥ୍ୟ ପ୍ରଚାର କରୁଛନ୍ତି।
from OdishaReporter https://ift.tt/2zBoI4R
No comments:
Post a Comment