‘ଏବେ ଡିସ୍‌ଚାର୍ଜ ହେବେନି ଜଗା ଓ କାଳିଆ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 20, 2018

‘ଏବେ ଡିସ୍‌ଚାର୍ଜ ହେବେନି ଜଗା ଓ କାଳିଆ’

ନୂଆଦିଲ୍ଲୀ(ଶିବାନନ୍ଦ ରାଉତ): ଏବେ ଦିଲ୍ଲୀ ଏମ୍‌ସରୁ ଡିସ୍‌ଚାର୍ଜ ହେବେନି କନ୍ଧମାଳର ଜଗା ଓ କାଳିଆ। ଉଭୟଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟୁଛି। ଜଗାର ସ୍ୱାସ୍ଥ୍ୟାବସ୍ଥା ଠିକ ଅଛି। କାଳିଆ ଠିକ ହୋଇନି। ସେ ସମ୍ପୂର୍ଣ୍ଣ ସୁସ୍ଥ ନହେବା ପର୍ଯ୍ୟନ୍ତ ଉଭୟ ଏମ୍‌ସରେ ରହିବେ। ଉଭୟଙ୍କୁ ଏମ୍‌ସରେ ରଖିବାକୁ ଅନୁରୋଧ କରାଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।

ଦିଲ୍ଲୀ ଏମ୍‌ସରେ ଚିକିତ୍ସିତ ହେଉଥିବା ଜଗା ଓ କାଳିଆଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ବୁଝିବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ୫ ଜଣିଆ ଡାକ୍ତରୀ ଟିମ୍ ଦିଲ୍ଲୀ ଯାଇଥିଲେ। ସେମାନେ ଆଜି ଏମ୍‌ସରେ ଜଗା ଓ କାଳିଆଙ୍କୁ ଭେଟିଛନ୍ତି। ଏପରିକି ସେମାନଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଡାକ୍ତରଙ୍କୁ ପଚାରି ବୁଝିଛନ୍ତି। ଏହି ଟିମ୍‌ରେ ଡାକ୍ତର ସଞ୍ଜୀବ ମିଶ୍ର, ପ୍ରଫେସର ସରୋଜ ଶତପଥୀ, ଡାକ୍ତର ରଶ୍ମିରଞ୍ଜନ ମହାନ୍ତି, ପୃଥ୍ୱୀରାଜ ସିଂହ ଓ ଡାକ୍ତର ଜଗମୋହନ ମିଶ୍ର ଅଛନ୍ତି।  ଦିଲ୍ଲୀ ଏମ୍‌ସରେ ଜଗା-କାଳିଆଙ୍କ ଚିକିତ୍ସାକୁ ପୂରିଲା ବର୍ଷେ। ଏହା ଭିତରେ ସୁସ୍ଥ ହୋଇଗଲେଣି ଦୁଇ ଭାଇ। ଦୁଇ ତିନି ଦିନ ଭିତରେ ଏମ୍‌ସରୁ ଡିସ୍‌ଚାର୍ଜ ହେବେ ଜଗା-କଳିଆଙ୍କ ବାପା ଭୂୟାଁ କହଁର ସୂଚନା ଦେଇଥିଲେ। ଏହା ପରେ ଆରମ୍ଭ ହୋଇଥିଲା ଆଲୋଚନା।

କନ୍ଧମାଳର ଯାଆଁଳା ଭାଇ ଜଗା-କାଳିଆ। ସଫଳ ହୋଇଥିଲା ସେମାନଙ୍କ ବିରଳ ଅପରେସନ। ଯୋଡ଼ା ମୁଣ୍ଡ ଅଲଗା ହେବା ପରଠୁ ଦୁହେଁ ଭଲ ଅଛନ୍ତି। ଜଗା ଓ୍ୱାର୍ଡ ଭିତରେ ଖୁସି ମନରେ ବଲ୍ ଧରି ଖେଳାବୁଲା କରୁଛି।  ଦୁଇ ଦିନ ତଳେ ଦୁଇ ଭାଇଙ୍କର ଏକ ଆଶ୍ୱସ୍ତି ଦେଲା ଭଳି ଫଟୋ ମଧ୍ୟ ଆସିଥିଲା। ଯେଉଁଥିରେ ଉଭୟଙ୍କ ମୁଣ୍ଡରେ ସ୍ୱତନ୍ତ୍ର ହେଲମେଟ୍‌ ନଥିଲା। ଦୁଇ ଭାଇ ଦିଲ୍ଲୀ ଏମ୍‌ସରୁ ଡିସଚାର୍ଜ ହେବା ପରେ ପ୍ରଥମେ ଦିଲ୍ଲୀର ଓଡ଼ିଶା ଭବନରେ ରହିବେ ବୋଲି ସେମାନଙ୍କ ବାପା ଭୂୟାଁ କହଁର କହିଥିଲେ।



from OdishaReporter https://ift.tt/2JGHmrJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages