ଆଜି ସ୍ୱାମୀର ବାହାଘର, ସ୍ତ୍ରୀ ବସିଛି ଧାରଣାରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 20, 2018

ଆଜି ସ୍ୱାମୀର ବାହାଘର, ସ୍ତ୍ରୀ ବସିଛି ଧାରଣାରେ

ସୋର (ଶଶିକାନ୍ତ ବେହେରା): ଆଜି ସ୍ୱାମୀର ବାହାଘର। ସେଥିପାଇଁ ବନ୍ଧା ଯାଇଛି ଟେଣ୍ଟ୍‌। ବନ୍ଧୁ ବାନ୍ଧବରେ ପୂରିଛି ଘର। ସାହି ପଡ଼ିଶାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ହେଲେ ଝିପିଝିପି ବର୍ଷାକୁ ଖାତିର ନ କରି ନ୍ୟାୟ ପାଇଁ ସ୍ୱାମୀ ଘର ଆଗରେ ଧାରଣାରେ ବସିଛି ସ୍ତ୍ରୀ। କଥାଟି ନିଶ୍ଚିତ ମନରେ ଭ୍ରମ ସୃଷ୍ଟି କରୁଥିବ। ହଁ ଆଜ୍ଞା, କଥାଟି ସମ୍ପୂର୍ଣ୍ଣ ସତ। ପ୍ରଥମ ସ୍ତ୍ରୀଙ୍କୁ ଛାଡ଼ି ସ୍ୱାମୀ ଦ୍ୱିତୀୟ ବାହା ହେଉଛନ୍ତି। ଏକଥା ଜାଣି ପ୍ରଥମ ସ୍ତ୍ରୀଙ୍କ ଅକଲ ଗୁଡୁମ ହୋଇଗଲା। ଶେଷରେ ସିଧା ଯାଇ ସ୍ୱାମୀଙ୍କ ଘର ଆଗରେ ଧାରଣାରେ ବସିଲେ। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା ଗଗନଧୂଳି ପଞ୍ଚାୟତରେ।

ମହିଳାଙ୍କ ଅଭିଯୋଗରୁ ଜଣାପଡ଼ିଛି, ୨୦୧୮ ଜୁଲାଇ ୧୬ ତାରିଖରେ ମଲ୍ଲିକାପୁର ଗାଁର ସୁବାସ ମହାପାତ୍ର ଭଦ୍ରକ ଲୋକନାଥ ମନ୍ଦିରରେ କରିସ୍ମା (ଛଦ୍ମନାମ) ନାମକ ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ପରେ ସେମାନେ ଭଦ୍ରକ କୋର୍ଟରେ ମଧ୍ୟ ବାହା ହୋଇଥିଲେ। ବାହାଘର ପରେ ଉଭୟେ ଭୁବନେଶ୍ୱର ଚାଲି ଯାଇଥିଲେ। ଏଠାରେ ଏକ ଭଡ଼ା ଘରେ ଉଭୟ ଏକାଠି ରହୁଥିଲେ। କିଛି ଦିନ ପରେ କରିସ୍ମାଙ୍କ ଉପରେ ଆରମ୍ଭ ହେଲା ନିର୍ଯାତନା। ସୁବାସ ତାଙ୍କୁ ମାଡ଼ ମାରୁଥିବା ଅଭିଯୋଗ ହୋଇଛି। ଶେଷରେ କରିସ୍ମାଙ୍କୁ ତାଙ୍କ ବାପଘରେ ଛାଡ଼ି ରାଜ୍ୟ ବାହାରକୁ ଚାଲି ଯାଇଥିଲେ ସୁବାସ।

ଦୁଇ ମାସ ତଳେ ସୁବାସ ଘରକୁ ଫେରି ରାଣୀତାଳ ଅଞ୍ଚଳରେ ଜଣେ ଯୁବତୀଙ୍କୁ ବିବାହ କରିବା ପାଇଁ ସ୍ଥିର କରିଥିଲେ। ଏଥିରେ ପରିବାର ଲୋକଙ୍କ ସହମତି ଥିଲା। ଆଜି ବାହାଘର ହୋଇଥାଆନ୍ତା। ସେଥିପାଇଁ ଘର ଆଗରେ ଟେଣ୍ଟ୍‌ ବନ୍ଧା ଯାଇଛି। ରଙ୍ଗୀନ କନାରେ ଗେଟ୍‌ ସଜା ଯାଇଛି। ଏକଥା କରିସ୍ମା ଜାଣିପାରି ସ୍ୱାମୀ ସୁବାସଙ୍କ ଘର ଆଗରେ ଧାରଣା ଦେଇଥିଲେ। ନ୍ୟାୟ ଦେବାକୁ ଦାବି କରିଥିଲେ। କରିସ୍ମାଙ୍କୁ ଦେଖି ସୁବାସ ଫେରାର ହୋଇଯାଇଛନ୍ତି। ଏନେଇ ଥାନାରେ ଅଭିଯୋଗ ହେବା ପରେ ଗାଁ କମିଟି ମାଧ୍ୟମରେ ଘଟଣାର ସମାଧାନ ପାଇଁ ଉଦ୍ୟମ ହେଉଥିବା ଜଣାପଡ଼ିଛି। କିନ୍ତୁ କରିସ୍ମା ସ୍ୱାମୀଙ୍କ ପାଖକୁ ଫେରିବାକୁ ଜିଦ୍‌ ଧରିଥିବାରୁ କିଛି ନିଷ୍କର୍ସ ବାହାରି ପାରୁ ନାହିଁ।



from OdishaReporter https://ift.tt/2NwaGUp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages