
ଜୟପୁର: ମରିଯାଉଛି ମାନବିକତା। ସମ୍ବେଦନଶୀଳ ଶୂନ୍ୟ ହୋଇଯାଉଛି ମଣିଷ। ବିପଦଆପଦରେ ପଡ଼ିଥିବା ବ୍ୟକ୍ତିଙ୍କୁ ସହାୟତା କରିବା ତ’ ଦୂରର କଥା ବରଂ ସେଥିରୁ ଫାଇଦା ଉଠାଇବା ପାଇଁ ମଣିଷ କେତେ ତଳକୁ ଖସିଯାଇପାରେ ତା’ର ନଗ୍ନ ଉଦାହରଣ ରାଜସ୍ଥାନର ବାଡ଼ମେର ଜିଲ୍ଲାରେ ଦେଖିବାକୁ ମିଳିଛି। ଏଠାରେ ଏକ ସଡ଼କ ଦୁର୍ଘଟଣାରେ ଆହତଙ୍କୁ ଡାକ୍ତରଖାନା ନେବା ବଦଳରେ ସେମାନଙ୍କ ସେଲଫି ନେଲେ। ଫଳରେ ୩ ଜଣଙ୍କ ଜୀବନ ଚାଲିଯାଇଛି।
ମଙ୍ଗଳବାର ଏହି ଅଭାବନୀୟ ଘଟଣା ଘଟିଛି। ମୃତକମାନେ ହେଲେ ପରମାନନ୍ଦ, ଚନ୍ଦ ରାମ ଏବଂ ଏବଂ ଗୀତା ରାମ। ଏମାନେ ସମସ୍ତେ ଗୁଜରାଟର ଶ୍ରମିକ ଠିକାଦାର ଭାବେ କାମ କରୁଥିଲେ। ତେବେ ଦୁଇଦିନ ପୂର୍ବେ ସମ୍ପୃକ୍ତ ଠିକାଦାରମାନେ ଶ୍ରମିକ ସନ୍ଧାନରେ ରାଜସ୍ଥାନ ଆସିଥିଲେ। ସମ୍ପୃକ୍ତ ୩ ଜଣ ବାଇକ୍ରେ ଯାଉଥିବା ବେଳେ ଏକ ସ୍କୁଲ ବସ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା।
ଘଟଣାସ୍ଥଳରେ ସଙ୍ଗେ ସଙ୍ଗେ ଲୋକଙ୍କ ଭିଡ଼ ଜମି ଯାଇଥିଲା। ଆହତମାନେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଛଟପଟ ହେଉଥିଲେ। ଯନ୍ତ୍ରଣାରେ ଚିତ୍କାର କରୁଥିଲେ। ହେଲେ ଏମିତି ଏକ ଦୁଃଖଦ ସମୟରେ ଲୋକମାନେ ଚିକିତ୍ସା ପାଇଁ ଆଗେଇ ନଆସି ଭିଡିଓ ସୁଟ୍ କରିଥିଲେ। ଆଉ କେହି କେହି ସେଲ୍ଫି ନେଇଥିଲେ। ଫଳରେ ଠିକ୍ ସମୟରେ ଚିକତ୍ସା ନ ପାଇ ୩ ଜଣଙ୍କ ଜୀବନ ଚାଲି ଯାଇଥିଲା।
from OdishaReporter https://ift.tt/2N3AbvQ
No comments:
Post a Comment