
ବେଙ୍ଗାଲୁରୁ: ଟ୍ରାଫିକ୍ରେ ଅନୁଶାସନ ଆଣିବାରେ ବିଭାଗ ଫେଲ୍ ମାରିବା ପରେ ଏବେ ଟ୍ରାଫିକ୍ ନିୟମ ବୁଝାଇବା ପାଇଁ ମର୍ତ୍ତ୍ୟକୁ ଓହ୍ଲାଇଛନ୍ତି ମୃତ୍ୟୁର ଦେବତା ସ୍ୱୟଂ ଯମରାଜ। ଯିଏ ହେଲ୍ମେଟ୍ ପିନ୍ଧି ନାହାନ୍ତି, ତାଙ୍କ ପଛରେ ଗଦା ଧରି ଗୋଡ଼ାଉଛନ୍ତି। ତାଙ୍କଠାରୁ ଖସିବାର କୌଣସି ଚାନ୍ସ ନାହିଁ। ପୁଲିସ୍ ବାବୁମାନେ ବି ଯମରାଜଙ୍କୁ ସାହାଯ୍ୟ କରୁଛନ୍ତି। ତେଣୁ ଯଦି ଆପଣ ବି ଟ୍ରାଫିକ୍ ନିୟମ ମାନୁ ନାହାନ୍ତି, ତେବେ ସାବଧାନ ହୋଇ ଯ।ଆନ୍ତୁ। ନ ହେଲେ ଯମରାଜଙ୍କ ଆକ୍ରୋଶର ଶିକାର ହୋଇପାରନ୍ତି। ଏସବୁ ପଢ଼ିସାରିବା ପରେ ଆପଣ ବୋଧହୁଏ କଥାଟା ଠିକ୍ ଠଉରେଇ ପାରୁଥିବେ।
ପ୍ରକୃତ କଥା ହେଲା ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ ରୋକିବା ପାଇଁ ବେଙ୍ଗାଲୁରୁ ପୁଲିସ୍ର ଏହା ହେଉଛି ଏକ ନୂଆ ଫର୍ମୁଲା। ଏଥିପାଇଁ ପୁଲିସ୍ ଏକ କଳାକାରଙ୍କ ସାହାଯ୍ୟ ନେଇଛି। ଯିଏ କି ଯମରାଜଙ୍କ ବେଶରେ ଲୋକଙ୍କୁ ଟ୍ରାଫିକ୍ ନିୟମ ବିଷୟରେ ବୁଝାଉଛନ୍ତି। ଯିଏ ନିୟମ ମାନୁ ନାହାନ୍ତି, ସେମାନଙ୍କ ପଛରେ ଗଦା ଧରି ଗୋଡ଼ାଉଛନ୍ତି। ଆଉ ଯିଏ ନିୟମ ମାନୁଛନ୍ତି ଯମରାଜ ତାଙ୍କୁ ଗୋଲାପ ଫୁଲ ଉପହାର ଦେଉଛନ୍ତି। ଟ୍ରାଫିକ୍ ନିୟମ ନ ମାନିଲେ ଯମରାଜ ସିଧା ଘରେ ପହଞ୍ଚିଯିବେ ବୋଲି ଚେତାବନୀ ମଧ୍ୟ ଦେଉଛନ୍ତି।
ହଲାସୁର ଗେଟ୍ ଟ୍ରାଫିକ୍ ପୁଲିସ୍ର ଏହି ଆଇଡିଆ ଏବେ ବେଶ୍ ଚର୍ଚ୍ଚା ହେଉଛି। ପୁଲିସ୍ ଉପାୟୁକ୍ତ ଅନୁପମ୍ ଅଗ୍ରୱାଲ୍ଙ୍କ କହିବାନୁସାରେ, ବର୍ତ୍ତମାନ ଜୁଲାଇ ମାସ ଚାଲିଥିବାରୁ ଏହାକୁ ‘ସଡ଼କ ସୁରକ୍ଷା ମାସ’ ଭାବରେ ପାଳନ କରାଯାଉଛି। ତେଣୁ ନାଟକୀୟ ଢଙ୍ଗରେ ଲୋକମାନଙ୍କୁ ସଚେତନ କରାଇବା ପାଇଁ ଏଭଳି ପ୍ରୟାସ କରାଯାଇଛି। ଟ୍ରାଫିକ୍ ନିୟମ ନ ମାନିବା ଜୀବନ ପ୍ରତି ବିପଦ ବୋଲି ମେସେଜ୍ ଦେବା ପାଇଁ ଯମରାଜଙ୍କ ଚରିତ୍ରର ସାହାଯ୍ୟ ନିଆଯାଇଛି ବୋଲି ସେ କହିଛନ୍ତି।
from OdishaReporter https://ift.tt/2NJEYUn
No comments:
Post a Comment