
ଭୁବନେଶ୍ୱର: ଲଗାଣ ବର୍ଷା ଓ ବନ୍ୟା ଯୋଗୁ ଜଳବନ୍ଦୀ ହୋଇ ରହିଥିବା ଲୋକଙ୍କୁ ଆଜି ବିଭିନ୍ନ ତୈଳ କମ୍ପାନୀ ଯଥା, ଆଇଓସିଏଲ୍, ବିପିସିଏଲ୍ ଓ ଏଚ୍ପିସିଏଲ୍ ପକ୍ଷରୁ ରିଲିଫ୍ ସାମଗ୍ରୀ ଦିଆଯାଇଛି। ଭୁବନେଶ୍ୱରର ସତ୍ୟ ନଗର ସ୍ଥିତ ସତ୍ୟକାଳୀ ବସ୍ତି ଓ ଡମଣାସ୍ଥିତ ନୀଳ ପଡ଼ିଆ ବସ୍ତି ସମେତ କଟକ, କଳାହାଣ୍ଡି, ବରଗଡ଼, ସମ୍ବଲପୁର ଓ ବୌଦ୍ଧ ଜିଲ୍ଲାରେ ଜଳପ୍ଲାବିତ ଲୋକଙ୍କୁ କମ୍ପାନୀଗୁଡ଼ିକ ପକ୍ଷରୁ ବିଭିନ୍ନ ଆବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଇଛି।
ଗତ ୨୦ ତାରିଖରୁ ରାଜ୍ୟରେ ଲଗାଣ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ସାମ୍ଭାବ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟର ପ୍ରଭାବିତ ଅଞ୍ଚଳରେ କରାସିନି, ଏଲପିଜି, ପଟ୍ରୋଲ ଓ ଡିଜେଲ୍ ଭଳି ଅନ୍ୟାନ୍ୟ ଆବଶ୍ୟକ ଇନ୍ଧନ କିପରି ନିରବଚ୍ଛିନ୍ନ ଭାବେ ଯୋଗାଣ ହୋଇପାରିବ, ତା’ ଉପରେ ଦୃଷ୍ଟି ଦେବାକୁ ବିଭିନ୍ନ ତୈଳ କମ୍ପାନୀକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ନିର୍ଦ୍ଦେଶ ପାଇବା ପରେ ତୈଳ କମ୍ପାନୀମାନଙ୍କ ରାଜ୍ୟସ୍ତରୀୟ ସଂଯୋଜକ ପ୍ରୀତିଶ ଭାରତ କମ୍ପାନୀମାନଙ୍କ ସହ ଜରୁରୀ ବୈଠକ କରିଥିଲେ। ଏହି ବୈଠକରେ ସାମ୍ଭାବ୍ୟ ବନ୍ୟା ସମ୍ପର୍କରେ ଆଲୋଚନା ହେବା ସହ କିରାସିନି, ଏଲପିଜି ଓ ଅନ୍ୟାନ୍ୟ ଆବଶ୍ୟକ ଇନ୍ଧନର ନିରବଚ୍ଛିନ୍ନ ଯୋଗାଣ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା କାର୍ଯ୍ୟକୁ ବିଭିନ୍ନ ଅଧିକାରୀ ତଦାରଖ କରିବେ ବୋଲି କୁହାଯାଇଥିଲା। ସାମ୍ଭାବ୍ୟ ବନ୍ୟା ପରିସ୍ଥିତି ଉପରେ ନଜର ରଖିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା।
from OdishaReporter https://ift.tt/2uPPaCX

No comments:
Post a Comment