ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ନାହିଁ ଇଲେକ୍ଟ୍ରିସିଟି ମିଟର! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 25, 2018

ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ନାହିଁ ଇଲେକ୍ଟ୍ରିସିଟି ମିଟର!

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଜଣେ ସାଧାରଣ ବିଦ୍ୟୁତ ଗ୍ରାହକଙ୍କ ଘରେ ଯଦି ଇଲେକ୍ଟ୍ରିସିଟି ମିଟର୍‌ କୌଣସି କାରଣରୁ ଖରାପ ହୋଇଯାଉଛି ବା ସେ ଲଗାଇ ନାହାଁନ୍ତି, ତେବେ ବିଦ୍ୟୁତ୍ ବିଭାଗ ତାଙ୍କ ଉପରେ ମନଇଚ୍ଛା ଜୋରିମାନା ଲଗାଉଛନ୍ତି। କିନ୍ତୁ ଦେଶର ପ୍ରଧାନମନ୍ତ୍ରୀଙ୍କ ପାଇଁ ବୋଧହୁଏ ଏସବୁ ନିୟମ କାନୁନ୍‌ ଲାଗୁ ହୁଏନାହିଁ। ପ୍ରଧାନମନ୍ତ୍ରୀ କେତେ ବିଜୁଳି ଖର୍ଚ୍ଚ କରୁଛନ୍ତି, ତା’ର ହିସାବ କେହି ରଖନ୍ତି ନାହିଁ। ଆର୍‌ଟିଆଇ ତଥ୍ୟରୁ ସାମ୍ନାକୁ ଆସିଛି ଏଭଳି ରୋଚକ ତଥ୍ୟ। ମିଳିଥିବା ତଥ୍ୟ ଅନୁଯାୟୀ, ପ୍ରଧାନମନ୍ତ୍ରୀଙ୍କ ବାସଭବନରେ କୌଣସି ପ୍ରକାରର ଇଲେକ୍ଟ୍ରିସିଟି ମିଟ୍‌ର ନାହିଁ। ଏଠାରେ କିଏ କେତେ ବିଜୁଳି ଖର୍ଚ୍ଚ କଲା, ତା’ର ହିସାବ କେହି ରଖନ୍ତି ନାହିଁ। ଯିଏ ଯେମିତି ପାଇଲା, ସେମିତି ଖର୍ଚ୍ଚ କରି ଚାଲିଛନ୍ତି। ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ସାଧାରଣ ଲୋକଙ୍କୁ ବିଜୁଳି ସଂରକ୍ଷଣ ତଥା ମିଟର୍ ଲଗାଇବା କଥା କହୁଥିବା ବେଳେ, ଅନ୍ୟପଟେ ନିଜେ ଏହାର ପାଳନ ନକରିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଅବସରପ୍ରାପ୍ତ କର୍ମଚାରୀ ତଥା ସୂଚନା ଅଧିକାର କର୍ମୀ ଜଗଦୀଶ ସିଂହ ୱାଲିଆ, ଆର୍‌ଟିଆଇ ବଳରେ ପ୍ରଧାନମନ୍ତ୍ରୀଙ୍କ ‘୭-ଲୋକ କଲ୍ୟାଣ ମାର୍ଗ’ସ୍ଥିତ ବାସଭବନରେ ମାସକୁ କେତେ ବିଜୁଳି ଖର୍ଚ୍ଚ ହେଉଛି ଏବଂ ବିଜୁଳି ଖର୍ଚ୍ଚକୁ ହ୍ରାସ କରିବା ପାଇଁ ଲାଗିଥିବା ଏଲ୍‌ଇଡି ବଲ୍‌ବ ପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଛି, ତା’ର ତଥ୍ୟ ମାଗିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ବାସଭବନରେ ବିଜୁଳି ସଂରକ୍ଷଣ ପାଇଁ କ’ଣ ପଦକ୍ଷେପ ନେଉଛନ୍ତି, ସେକଥା ଜାଣିବା ପାଇଁ ଶ୍ରୀ ୱାଲିଆ ଆର୍‌ଟିଆଇ ସହାୟତା ନେଇଥିଲେ। ତାଙ୍କ ପ୍ରଥମ ପ୍ରଶ୍ନର ଉତ୍ତରରେ ସରକାର, ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଇଲେକ୍ଟ୍ରିସିଟି ମିଟର୍‌ ଲାଗିନାହିଁ ବୋଲି କହିଛନ୍ତି। ସେହିପରି ଏଲ୍‌ଇଡି ଲାଇଟ୍‌ ଲଗାଇବା ପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଛି, ତା’ର ହିସାବ ୭(୯) ଧାରା ଅନୁଯାୟୀ ସିପିଡବ୍ଲ୍ୟୁଡି ପାଖରେ ନାହିଁ ବୋଲି କୁହାଯାଇଛି। ଶ୍ରୀ ୱାଲିଆ ପ୍ରଧାନମନ୍ତ୍ରୀଙ୍କ ବାସଭବନ ପରିସରରେ ବିଜୁଳି ଖର୍ଚ୍ଚ କେତେ ହେଉଛି ବୋଲି ଜାଣିବାକୁ ଚାହିଁଥିଲେ ହେଁ ଏହାର ଉତ୍ତର ମିଳିନାହିଁ।



from OdishaReporter https://ift.tt/2LCcc9V

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages