ଟେଷ୍ଟ୍‌ ଟିମ୍‌ରୁ ଭୁବନେଶ୍ୱର ଆଉଟ୍‌: ପ୍ରଥମ ଥର ପାଇଁ IPL ହିରୋ ରିଷବ ପନ୍ତଙ୍କୁ ସୁଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 18, 2018

ଟେଷ୍ଟ୍‌ ଟିମ୍‌ରୁ ଭୁବନେଶ୍ୱର ଆଉଟ୍‌: ପ୍ରଥମ ଥର ପାଇଁ IPL ହିରୋ ରିଷବ ପନ୍ତଙ୍କୁ ସୁଯୋଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯୁବ କ୍ରିକେଟର୍‌ ତଥା ଆଇପିଏଲ୍‌ ହିରୋ ରିଷଭ ପନ୍ତଙ୍କୁ ପ୍ରଥମ ଥର ପାଇଁ ଭାରତୀୟ ଟେଷ୍ଟ ଟିମ୍‌ରେ ସ୍ଥାନ ମିଳିଛି। ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ୫ଟିକିଆ ଟେଷ୍ଟ ମ୍ୟାଚ୍‌ ସିରିଜରୁ ପ୍ରଥମ ୩ଟି ମ୍ୟାଚ୍ ପାଇଁ ଟିମ୍‌ ଚୟନ କରାଯାଇଛି। ଟିମ୍‌ରେ ରିଷଭ ପନ୍ତଙ୍କୁ ପ୍ରଥମ ଥର ପାଇଁ ସୁଯୋଗ ଦିଆଯାଇଛି। ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (BCCI)ଆଜି ଟିମ୍‌ ଘୋଷଣା କରିଛି। ଦିନିକିଆ ସିରିଜ୍‌ରେ ସ୍ଥାନ ପାଇନଥିବା ବୁମ୍‌ରାଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିଛି। ଆହତ କାରଣରୁ ସେ ପ୍ରଥମ ଟେଷ୍ଟ୍ ଖେଳିବେ ନାହିଁ ବୋଲି ଜଣାପଡ଼ିଛି। ଅନ୍ୟପଟେ ଆହତ ଥିବା କାରଣରୁ ରିଦ୍ଧିମାନ ଶାହଙ୍କୁ ମଧ୍ୟ ଟେଷ୍ଟ୍‌ ଟିମ୍‌ରୁ ବାଦ ପଡ଼ିଛନ୍ତି। ଦିନେଶ କାର୍ତ୍ତିକ ଏଥର ୱିକେଟ୍‌ କିପିଂ ଦାୟିତ୍ୱ ତୁଲାଇବେ। ଭାରତୀୟ ଟିମ୍‌ର ନିୟମିତ ବୋଲର୍‌ ଭୁବନେଶ୍ୱର କୁମାରଙ୍କୁ ଟିମ୍‌ରେ ସ୍ଥାନ ମିଳିନାହିଁ। ଦିନିକିଆ ଓ ଟି-ଟ୍ୱେଣ୍ଟିର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମାଙ୍କୁ ମଧ୍ୟ ଟେଷ୍ଟରେ ସ୍ଥାନ ମିଳିନାହିଁ।



from OdishaReporter https://ift.tt/2LpcHEa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages