ଦିନେ ବିବାହ ମଣ୍ଡପ ଛାଡ଼ି ଚାଲି ଆସିଥିଲେ ଏହି ନୋବେଲ୍ ଶାନ୍ତି ବିଜେତା: ଜାଣନ୍ତୁ ଶାନ୍ତିଦୂତଙ୍କ ସଂପର୍କରେ ୫ଟି କଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 18, 2018

ଦିନେ ବିବାହ ମଣ୍ଡପ ଛାଡ଼ି ଚାଲି ଆସିଥିଲେ ଏହି ନୋବେଲ୍ ଶାନ୍ତି ବିଜେତା: ଜାଣନ୍ତୁ ଶାନ୍ତିଦୂତଙ୍କ ସଂପର୍କରେ ୫ଟି କଥା

Nelson Mandela

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ତଥା ନୋବେଲ୍ ଶାନ୍ତି ବିଜେତା ନେଲ୍‌ସନ୍‌ ମାଣ୍ଡେଲାଙ୍କର ଆଜି ୧୦୦ତମ ଜନ୍ମବାର୍ଷିକୀ। ୧୯୧୮ ମସିହା ଆଜିର ଦିନରେ ସେ ଦକ୍ଷିଣ ଆଫ୍ରିକାର ବେଜୋ ସହରର ‘ଥେମ୍ବୁ’ ନାମକ ରାଜକୀୟ ପରିବାରରେ ଜନ୍ମ ନେଇଥିଲେ। ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣବୈଷମ୍ୟକୁ ଶେଷ କରିବା ପାଇଁ ସେ ମୁଖ୍ୟ ଭୂମିକା ନେଇଥିଲେ। ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ମାଣ୍ଡେଲା କେବଳ ଆଫ୍ରିକା ମହାଦେଶରେ ନୁହେଁ ସାରା ବିଶ୍ୱରେ ଶାନ୍ତିଦୂତ ଭାବରେ ପରିଚିତ ହୋଇ ପାରିଥିଲେ। ଫୁସ୍‌ଫୁସ୍‌ ସଂକ୍ରମଣ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ୨୦୧୩ ଡିସେମ୍ବର ୫ରେ ଦେହାନ୍ତ ହୋଇଥିଲା। ନେଲ୍‌ସନ୍‌ ୨୩ ବର୍ଷ ବୟସରେ ବିବାହ ମଣ୍ଡପ ଛାଡ଼ି ଚାଲି ଆସିଥିଲେ ଜୋହାନ୍ସବର୍ଗ। ଏହା ପରେ ଲମ୍ବା ସଂଘର୍ଷ କରି ଶାନ୍ତି ଦୂତ ହୋଇଥିଲେ। ଆସନ୍ତୁ ଜାଣିବା ନେଲ୍‌ସନ୍‌ ମାଣ୍ଡେଲାଙ୍କ ବିଷୟରେ ୫ଟି କଥା।

(୧) ୧୯୪୧ରେ ୨୩ ବର୍ଷ ବୟସରେ ମାଣ୍ଡେଲା ବିବାହ ମଣ୍ଡପ ଛାଡ଼ି ଚାଲି ଆସିଥିଲେ ଜୋହାନ୍ସବର୍ଗ। ଏହାର ଦୁଇବର୍ଷ ପରେ ଆଫ୍ରିକାର ‘ୱିଟ୍‌ ୱାଟରସ୍ରାଣ୍ଡ ବିଶ୍ୱବିଦ୍ୟାଳୟ’ରେ ସେ ଓକିଲାତି ପଢ଼ିଥିଲେ। ସେଠାରେ ସେ ଉଦାରବାଦୀ, କଠୋରପନ୍ଥୀ ଏବଂ ଆଫ୍ରିକୀୟ ବିଚାରଧାରା ସମ୍ପର୍କରେ ଆସିଥିଲେ ଏବଂ ମଣିଷ ରଙ୍ଗକୁ ନେଇ ହେଉଥିବା ଭେଦଭାବକୁ ଅନୁଭବ କରିଥିଲେ। ଯେଉଁଥିପାଇଁ ସେ  ରାଜନୀତି କରିବାକୁ ଇଚ୍ଛା ପ୍ରକାଶ କରିଥିଲେ।
(୨) ୧୯୪୪ରେ ଏବେଲିନ୍‌ ମେସେଙ୍କ ସହିତ ତାଙ୍କର ପ୍ରଥମ ବିବାହ ହୋଇଥିଲା। ବିବାହ ପରେ ତାଙ୍କର ୪ଟି ପିଲା ହୋଇଥିଲେ ଏବଂ ୧୯୫୮ ଦୁହିଁଙ୍କର ଛାଡ଼ପତ୍ର ହୋଇ ଯାଇଥିଲା। ଏହା ପରେ ମାଣ୍ଡେଲା ଓକିଲାତି ଆରମ୍ଭ କରିଥିଲେ ଏବଂ ୧୯୫୨ରେ ଓଲିବର ଟାମ୍ବୋଙ୍କ ସହ ମିଶି ଦେଶର ପ୍ରଥମ ଅଣଶ୍ୱେତ ଓକିଲାତି ସଂସ୍ଥା ଆରମ୍ଭ କରିଥିଲେ।
(୩) ୧୯୫୬ରେ ଅନ୍ୟ କାର୍ଯ୍ୟକର୍ତ୍ତାଙ୍କ ସହ ମାଣ୍ଡେଲାଙ୍କ ଉପରେ ଦେଶଦ୍ରୋହ ମାମଲା ଚାଲିଥିଲା। କିନ୍ତୁ ୪ ବର୍ଷର ଶୁଣାଣି ପରେ ଏହି ମାମଲା ତାଙ୍କ ଉପରୁ ଉଠି ଯାଇଥିଲା। ୧୯୫୮ରେ ମାଣ୍ଡେଲା ‘ୱିନି ମାଦିକେଜା’ଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ଯିଏ ପରେ ନିଜ ସ୍ୱାମୀଙ୍କୁ ଜେଲ୍‌ରୁ ମୁକୁଳାଇବା ଅଭିଯାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।
(୪) ଜୀବନର ୨୭ ବର୍ଷ ଜେଲ୍‌ର ଅନ୍ଧାର କୋଠରୀରେ କାଟିବା ପରେ ମାଣ୍ଡେଲା ଦକ୍ଷିଣ ଆଫ୍ରିକାର ପ୍ରଥମ ଅଣଶ୍ୱେତ ରାଷ୍ଟ୍ରପତି ହୋଇଥିଲେ ଏବଂ ଦେଶରେ ଚାଲିଥିବା ଶ୍ୱେତାଙ୍ଗ ଶାସନର ଅନ୍ତ ହୋଇଥିଲା।
(୫) ମାଣ୍ଡେଲା ମହାତ୍ମା ଗାନ୍ଧିଙ୍କ ଅହିଂସା ଆନ୍ଦୋଳନରେ ଅନୁପ୍ରାଣିତ ହୋଇ ଦକ୍ଷିଣ ଆଫ୍ରିକାରେ ଚାଲିଥିବା ବର୍ଣ୍ଣବୈଷମ୍ୟ ବିରୋଧରେ ଅହିଂସା ଉପାୟରେ ସଂଘର୍ଷ ଆରମ୍ଭ କରିଥିଲେ। ୧୯୯୦ରେ ତାଙ୍କୁ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଭାରତ ରତ୍ନ’ରେ ସମ୍ମାନୀତ କରାଯାଇଥିଲା।

 

 

 

 



from OdishaReporter https://ift.tt/2JxIZYB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages