
ଆପଣମାନେ ଜାଣିଥିବେ ସ୍ମାର୍ଟଫୋନ୍ କମ୍ପାନୀ ଭିଭୋ ନିକଟରେ ତା’ର ନୂଆ Vivo Nex ସ୍ମାର୍ଟଫୋନ ଲଞ୍ଚ୍ କରିଥିଲା। ବର୍ତ୍ତମାନ ଏହି ସ୍ମାର୍ଟ ଫୋନ୍ ଭାରତରେ ମଧ୍ୟ ଉପଲବ୍ଧ ହୋଇଗଲାଣି। ଗ୍ରାହକମାନେ ଏହାକୁ ଆମାଜନ୍ ଇଣ୍ଡିଆ କିମ୍ବା ଭିଭୋ ଅନ୍ଲାଇନ୍ ଷ୍ଟୋର୍ରୁ କିଣିପାରିବେ। କମ୍ପାନୀ ଏହାର ଦାମ୍ ୪୪, ୯୯୦ ଟଙ୍କା ରଖିଛି। ଏହା ବ୍ୟତୀତ ଏହି ସ୍ମାର୍ଟଫୋନ୍ ବହୁତ ଶୀଘ୍ର ଦେଶର ସବୁ ଭିବୋ ଷ୍ଟୋର୍ଗୁଡ଼ିକରେ ବିକ୍ରି ହେବ। ଏହି ସ୍ମାର୍ଟଫୋନ୍କୁ କିଣିଲେ ଏହା ସହିତ ଗ୍ରାହକମାନଙ୍କୁ ଅନେକ ଆକର୍ଷଣୀୟ ଅଫର୍ ମଧ୍ୟ ମିଳିବ।
ଏହି ସ୍ମାର୍ଟଫୋନ୍ର ବିଶେଷତ୍ୱ ହେଉଛି, ଏଥିରେ ପପ୍ ଅପ୍ ସେଲ୍ଫି କ୍ୟାମେରା ଅଣ୍ଡର୍ ଡିସପ୍ଲେ ଫିଙ୍ଗର୍ପ୍ରିଣ୍ଟ ସ୍କାନର୍ ରହିଛି। ଏହା ବ୍ୟତୀତ ଏହା ହେଉଛି ଏକ ହାଇ ଏଣ୍ଡ୍ ସ୍ମାର୍ଟ ଫୋନ୍। ଏଥିରେ କ୍ୱାଲକମ୍ର ସବୁଠୁ ଦାମୀ ପ୍ରୋସେସର ସ୍ନାପ୍ଡ୍ରାଗନ୍୮୪୫ ଦିଆଯାଇଛି। ଏହାର ଟପ୍ ଭ୍ୟରିଆଣ୍ଟ୍ରେ ୮ଜିବି ରାମ୍ ଦିଆଯାଇଛି।
Vivo Nex ର ସ୍ପେସିଫିକେସନ୍ ଓ ଫିଚର- ୬.୫୯ ଇଞ୍ଚର ଫୁଲ୍ HD+ ଡିସ୍ପ୍ଲେ ଯୁକ୍ତ ଏହି ଫୋନ୍ରେ ସୁପର AMOLED ପ୍ୟାନେଲ୍ ବ୍ୟବହାର କରାଯାଇଛି। ଏଥିରେ କ୍ୱାଲକମ୍ ସ୍ନାପ୍ଡ୍ରାଗନ୍ ୮୪୫ ପ୍ରୋସେସର୍ ଦିଆଯାଇଛି ଯାହାକି, 2.8GHzର। ଏଥିରେ ୮ଜିବି ରାମ୍ ସହ ୧୨୮ ଜିବି ଇଣ୍ଟର୍ନାଲ୍ ମେମୋରି ରହିଛି। ଭାରତରେ ଏହାର ମାତ୍ର ଗୋଟିଏ ଭ୍ୟାରିଆଣ୍ଟ୍ ଲଞ୍ଚ୍ ହୋଇଛି।
ଫଟୋଗ୍ରାଫି ପାଇଁ ଏଥିରେ ଡୁଆଲ୍ କ୍ୟାମେରା ସେଟ୍ଅପ୍ ରହିଛି, ଯେଉଁଥିରେ ଗୋଟିଏ ୧୨ ମେଗାପିକ୍ସେଲ ହୋଇଥିବାବେଳେ ଅନ୍ୟଟି ୫ ମେଗା ପିକ୍ସେଲର। କ୍ୟାମେରାରେ ଅପ୍ଟିକାଲ୍ ଇମେଜ୍ ଷ୍ଟେବିଲାଇଜେସନ୍ ଓ ଫେସ୍ ଡିଟେକ୍ସନ୍ ଅଟୋଫୋକସ୍ ଦିଆଯାଇଛି।
ସେଲ୍ଫି ପାଇଁ ଏଥରେ ବିଶେଷ ପ୍ରକାରର ପପ୍ ଅପ୍ କ୍ୟାମେରା ଦିଆଯାଇଛି। ଡିସ୍ପ୍ଲେ ଉପରେ ଆପଣଙ୍କୁ କୌଣସି ପ୍ରକାରର କ୍ୟାମେରା ନଜର ଆସିବ ନାହିଁ। କିନ୍ତୁ ଯେମିତି ଆପଣ କ୍ୟାମେରା ଇଣ୍ଟରଫେସ୍ରେ ସେଲ୍ଫି ମୋଡ଼୍ ଏନାବଲ୍ କରିବେ ଉପରେ ଏକ ପପ୍ ଅପ୍ କ୍ୟାମେରା ବାହାରିବ। ସେଲ୍ଫି କ୍ଲିକ୍ କରିବା ପରେ ବନ୍ଦ କରିଦେଲେ କ୍ୟାମେରା ଆପେ ଆପେ ଭିତରକୁ ପଳେଇବ। ଏଥିରେ ୮ ମେଗାପିକ୍ସେଲର ପ୍ରଣ୍ଟ କ୍ୟାମେରା ରହିଛି।
from OdishaReporter https://ift.tt/2NAKR5F
No comments:
Post a Comment