ବିଜେଡି କର୍ମୀଙ୍କ ତୁଷ୍ଟୀକରଣ ଯୋଜନା: ପଲ୍ଲୀସଭାରେ ସ୍ଥିର ହେବନି ଠିକା କାମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 21, 2018

ବିଜେଡି କର୍ମୀଙ୍କ ତୁଷ୍ଟୀକରଣ ଯୋଜନା: ପଲ୍ଲୀସଭାରେ ସ୍ଥିର ହେବନି ଠିକା କାମ

ଭୁବନେଶ୍ୱର: (ଓଡ଼ିଶା ରିପୋର୍ଟର): ନିର୍ବାଚନୀ ବର୍ଷରେ ଗାଁ ଗହଳିର ଦଳୀୟ କର୍ମୀଙ୍କୁ କୋଟି କୋଟି ଟଙ୍କାର ଠିକା କାମ ବାଣ୍ଟିବା ପାଇଁ ରାଜ୍ୟ ସରକାର ଗଳାବାଟ ବାହାର କରିଛନ୍ତି।ବିଭିନ୍ନ ଯୋଜନାରେ ଗ୍ରାମାଞ୍ଚଳରେ ହେଉଥିବା ବିଭିନ୍ନ କାର୍ଯ୍ୟର ଠିକା କିଏ ନେବ, ତାହା ଏଣିକି ପଲ୍ଲୀସଭା ସ୍ଥିର କରିବ ନାହିଁ  ପଞ୍ଚାୟତିରାଜ ବିଭାଗର କର୍ମଚାରୀମାନେ ହିଁ ଠିକା କାର୍ଯ୍ୟ କରିବେ  ଏପରିକି ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯେଉଁ ପ୍ରକଳ୍ପଗୁଡ଼ିକର ଠିକା କାମ ପଲ୍ଲୀସଭା ମାଧ୍ୟମରେ ଆବଣ୍ଟନ୍‌ ହୋଇଛି ତାକୁ ୧୫ଦିନ ମଧ୍ୟରେ ବାତିଲ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।
ଗ୍ରାମାଞ୍ଚଳରେ ହେଉଥିବା ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ    ସମସ୍ତ ବିକାଶମୂଳକ କାର୍ଯ୍ୟକୁ  ପଞ୍ଚାୟତିରାଜ ବିଭାଗର ଅଧିକାରୀମାନଙ୍କ ମାଧ୍ୟମରେ କାର୍ଯ୍ୟାନ୍ୱୟନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି  ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ମାଧ୍ୟମରେ ଅନୁମୋଦନ କରିଥିବା ୫୪୮ କୋଟି ଟଙ୍କାର ୨୨ହଜାର ପ୍ରକଳ୍ପର କାର୍ଯ୍ୟକୁ ବିଜେଡି କର୍ମୀଙ୍କ ମାଧ୍ୟମରେ ସମ୍ପୂର୍ଣ୍ଣ କରିବା ପାଇଁ ରାଜ୍ୟ ସରକାର ଏହି ଗଳାବାଟ ବାହାର କରିଥିବା ଚର୍ଚ୍ଚା ହେଉଛି।
ରାଜ୍ୟ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଜୁଲାଇ ୧୩ ତାରିଖରେ ସଂଶୋଧିତ ଗାଇଡ୍‌ଲାଇନ୍ ଜାରି ହୋଇଛି  ଏଥିରେ ସ୍ପଷ୍ଟ ଭାବେ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାର୍ଯ୍ୟକୁ ବିଭାଗସ୍ତରରେ କାର୍ଯ୍ୟାନ୍ୱୟନ ନିମନ୍ତେ ନିର୍ଦ୍ଦେଶ           ଦିଆଯାଇଛି ଏସବୁ କାର୍ଯ୍ୟାଦେଶ ବ୍ଲକ୍ ସମ୍ପ୍ରସାରଣ ଅଧିକାରୀଜୁନିୟର  ଇଞ୍ଜିନିୟର ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ  ଅଧିକାରୀଙ୍କ ନାଁରେ ଆବଣ୍ଟନ୍‌ କରି ତାକୁ କାର୍ଯ୍ୟାନ୍ୱୟନ କରାଯିବ  ପଲ୍ଲୀସଭା ମାଧ୍ୟମରେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ
ଯେଉଁ ପ୍ରକଳ୍ପର ଠିକା କାର୍ଯ୍ୟ ଆବଣ୍ଟିତ ହୋଇଛି ତାକୁ ୧୫ଦିନିଆ ନୋଟିସ୍ ଦେଇବାତିଲ କରିବାକୁ କୁହାଯାଇଛି  ଏହା ସହିତ ବ୍ଲକରେ ଥିବା ସହାୟକ   ନିର୍ବାହୀଯନ୍ତ୍ରୀଙ୍କୁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରକଳ୍ପକୁ ଅନୁମୋଦନ କରିବାର
କ୍ଷମତା ନ୍ୟସ୍ତହୋଇଛି  

ବର୍ତ୍ତମାନର ପ୍ରଚଳିତ ବ୍ୟବସ୍ଥା ଅନୁସାରେ ପଲ୍ଲୀ ସଭାରେ କୌଣସି ପ୍ରକଳ୍ପର ଠିକା କାମକୁ ନେଇ ବିବାଦ ଉପୁଜିଲେ ସେହି ଠିକା କାର୍ଯ୍ୟ ବିଭାଗୀୟ ଅଧିକାରୀଙ୍କ ନାଁରେ ରହିଥାଏ   ମାତ୍ର ବାସ୍ତବ ପକ୍ଷେ ସ୍ଥାନୀୟ ନେତାଙ୍କ ଇଙ୍ଗିତରେ ଦଳୀୟ କର୍ମୀ ହିଁ ସେହି କାର୍ଯ୍ୟ କରିଥାନ୍ତି । ଉଲ୍ଲେଖଯୋଗ୍ୟପୂର୍ବରୁ ‘ଆମ ଗାଁ ଆମ ବିକାଶ’ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ସରକାର ପଲ୍ଲୀସଭାର କ୍ଷମତାକୁ ସଙ୍କୁଚିତ କରିସାରିଛନ୍ତି  ଓଡ଼ିଶାପପଞ୍ଚାୟତିରାଜ ଆଇନ୯୬୪ର ଧାରା   ୫ରେ ଗାଁ ଗହଳିରେ ପ୍ରକଳ୍ପ ଚୟନ କ୍ଷମତା ପଲ୍ଲୀସଭା ଉପରେ ନ୍ୟସ୍ତ ହୋଇଛି  କିନ୍ତୁ ‘ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ପାଇଁ ୧ରୁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରକଳ୍ପ ଚୟନ କାର୍ଯ୍ୟ ବାସ୍ତବ କ୍ଷେତ୍ରରେ ସ୍ଥାନୀୟ ଜନପ୍ରତିନିଧି କିମ୍ବା ବିଜେଡି ନେତାଙ୍କୁ ନ୍ୟସ୍ତ ହୋଇଛି ଏସବୁ ପ୍ରକଳ୍ପ କାର୍ଯ୍ୟର ଠିକା କାମକୁ ବିଜେଡି କର୍ମୀମାନେ ଯେଭଳି ସୁରୁଖୁରୁରେ କରିପାରିବେ ସେଥିପାଇଁ ପଞ୍ଚାୟତିରାଜ ବିଭାଗ ଏହି  ସଂଶୋଧିତ ଗାଇଡ୍‌ ଲାଇନ୍‌ ଜାରି କରିଥିବା ସ୍ପଷ୍ଟ ଜଣାପଡ଼ୁଛି  ସାଧାଣତଃ ଗାଁ ଗହଳିରେ ପ୍ରକଳ୍ପ ଚୟନ ସହ ତା’ର ଠିକା କାର୍ଯ୍ୟ କିଏ ନେବ ତାହା ପଲ୍ଲୀସଭାରେ ସ୍ଥିର ହୋଇଥାଏ।  କିନ୍ତୁ ପଞ୍ଚାୟତିରାଜ ଆଇନ୧୯୬୪ର ଧାରା   ୬ର ପ୍ରାବଧାନକୁ ଉଲ୍ଲଘଂନ କରି ବିଜେଡି ସରକାର ନିର୍ବାଚନୀ ବର୍ଷରେ ଏବେ ବିଶେଷକରି ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ପାଇଁ ଆବଣ୍ଟିତ ୧୨୫୦ କୋଟି ଟଙ୍କା,  ଗୋପବନ୍ଧୁ ଗ୍ରାମୀଣ ଯୋଜନାରାଜ୍ୟ ଅର୍ଥ କମିଶନ  ଚତୁର୍ଦ୍ଦଶ ଅର୍ଥକମିଶନ ସମେତ ବିଭିନ୍ନ ଯୋଜନାର ପାଣ୍ଠିକୁ ନିଜ ଦଳୀୟ କର୍ମୀଙ୍କ ମଧ୍ୟରେବାଣ୍ଟିବା ନିମନ୍ତେ ଏଭଳି ଗଳାବାଟ ବାହାର କରିଥିବା ବିରୋଧୀ ମହଲରେ ଚର୍ଚ୍ଚା ହେଉଛି 



from OdishaReporter https://ift.tt/2uENYCq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages