ଛାତ୍ରୀଙ୍କ ସହ ରଖିଥିଲେ ଯୌନ ସଂପର୍କ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 1, 2018

ଛାତ୍ରୀଙ୍କ ସହ ରଖିଥିଲେ ଯୌନ ସଂପର୍କ

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ଗୁରୁ ନାଁରେ କଳଙ୍କ। ବିଭିନ୍ନ ସମୟରେ ୫ ଜଣ ଛାତ୍ରୀଙ୍କ ସହ ଯୌନ ସଂପର୍କ ରଖିବା ଅଭିଯୋଗରେ ଜଣେ ଟ୍ୟୁସନ ସାର୍‌ଙ୍କୁ ପୁଲିସ ଗିରଫ କରିଛି। ଘଟଣାଟି ଘଟିଛି ଦେବଗଡ଼ ଜିଲ୍ଲା କୁଣ୍ଡେଇଗୋଳା ଥାନା ଅଞ୍ଚଳରେ। ଅଭିଯୁକ୍ତ ଜଣଙ୍କ ହେଲେ ୪୪ ବର୍ଷୀୟ ରବୀନ୍ଦ୍ର ସାହୁ। ଅଭିଯୋଗ ଆଣିଥିବା ୫ ଜଣ ଯାକ ନାବାଳିକାଙ୍କୁ ଡାକ୍ତରୀମାଇନା ପାଇଁ ପଠାଇ ଦିଆଯାଇଛି। ଗିରଫ ହୋଇଥିବା ଟ୍ୟୁସନ ସାର୍ ରବୀନ୍ଦ୍ର ସାହୁ ଅବିବାହିତ ଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ନିଜ ଘରେ ଟ୍ୟୁସନ ପଢ଼ାଇବା ବେଳେ ରବୀନ୍ଦ୍ର ୩ ବର୍ଷ ହେଲା ୫ ଜଣ ଛାତ୍ରୀଙ୍କୁ ଦୁଷ୍କର୍ମ କରି ଆସୁଥିବା ଅଭିଯୋଗ ହୋଇଛି। ହେଲେ ଲୋକଲଜ୍ଜା ଭୟରେ ଝିଅମାନେ ଏ କଥା ବାହାରେ ପ୍ରକାଶ କରୁ ନଥିଲେ।

ତେବେ ଏ ସଂପର୍କରେ ସଂପୃକ୍ତ ଦୁଇଜଣ ଛାତ୍ରୀଙ୍କଠାରୁ ଜାଣିବାକୁ ପାଇଥିଲେ ସେମାନଙ୍କ ଅଭିଭାବକ। ପରେ ସୋମବାର ଦିନ ଏହି କଥାକୁ ନେଇ ରବୀନ୍ଦ୍ରଙ୍କ ସହ ସେ ଦୁଇ ଅଭିଭାବକଙ୍କର ପାଟିତୁଣ୍ଡ ହୋଇଥିଲା। ସେମାନଙ୍କ ଭିତରୁ ଘଟଣା ସଂପର୍କରେ ଗତକାଲି ଜଣେ ମହିଳା କୁଣ୍ଡେଇଗୋଳା ଥାନାରେ  ଲିଖିତ ଅଭିଯୋଗ କରିଥିଲେ। ଏହାପରେ ପୁଲିସ୍‌ ଏକ  ଦୁଷ୍କର୍ମ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।



from OdishaReporter https://ift.tt/2LOjdoi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages