
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ତ୍ତମାନ ଫ୍ୟାସନ୍ର ଯୁଗ। ସବୁ ବର୍ଗର ଲୋକେ କିଛି ନା କିଛି ଫ୍ୟାସନ୍ ଆପଣାଉଛନ୍ତି। ଖାସ୍ କରି ଯୁବବର୍ଗଙ୍କ ମଧ୍ୟରେ ଏହି କ୍ରେଜ୍ ବହୁତ ଅଧିକ। କଲେଜ ପଢ଼ୁଆ ପିଲାମାନେ ନିଜର ଷ୍ଟାଇଲ୍ ଓ ଫ୍ୟାସନ୍କୁ ବହୁତ ଗୁରୁତ୍ୱ ଦେଇଥାନ୍ତି। ହେଲେ ବର୍ଷାଦିନ ଆସିଲେ ଏହି କ୍ରେଜ୍ ଫିକା ପଡ଼ିଯାଇଥାଏ। କାରଣ ବର୍ଷାରେ ଘରୁ ବାହାରିବା କଷ୍ଟକର ହୋଇଯାଇଥାଏ। ଯଦିବି ବାହାରକୁ ଯିବେ ବର୍ଷାରେ ଭିଜିବାର ଡର ରହେ। ଏପରି ସ୍ଥିତିରେ ଷ୍ଟାଇଲ୍ ଫିକା ପଡ଼ିଯିବାର ଭୟ ଥାଏ। ଆଜି ଆମେ ଏମିତି କିଛି ଟିପ୍ସ କହିବାକୁ ଯାଉଛୁ ଯାହା ବର୍ଷାଦିନେ ବି ଆପଙ୍କ ଷ୍ଟାଇଲ୍କୁ ଠିକ୍ ରଖିବ ଓ ଭିଡ଼ ଭିତରେ ଆପଣ ବାରି ହୋଇ ପଡ଼ିବେ।
ଆସନ୍ତୁ ଜାଣିବା ବର୍ଷାଦିନେ କେମିତି ଷ୍ଟାଇଲିଷ୍ଟ୍ ଦିଶିବେ
ଡ୍ରେସ୍ର ରଙ୍ଗ:ବର୍ଷା ଦିନେ ନେଭି ବ୍ଲୁ, କଳା ଓ ଗ୍ରେ ରଙ୍ଗର ପୋଷାକ ପିନ୍ଧନ୍ତୁ। ଏଥିରେ ଆପଣ ଅଧିକ ସ୍ମାର୍ଟ ଦିଶିବେ। ବର୍ଷା ସମୟରେ ମନ ଅଶାନ୍ତ ରହିଥାଏ। ଆଖପାଖରେ ଥିବା ଲୋକେ ମଧ୍ୟ ଖୁସି ନଥାନ୍ତି। ହେଲେ ଆପଣ ଏପରି ଡ୍ରେସ୍ ପିନ୍ଧିଲେ ନିଜେ ସ୍ମାର୍ଟ ଦିଶିବା ସହ ଆଖପାଖରେ ଥିବା ଲୋକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିପାରିବେ।
ଜ୍ୟାକେଟ୍:ଆଜିକାଲି ଜ୍ୟାକେଟ୍ ପିନ୍ଧିବାର ଫ୍ୟାସନ୍ ବହୁତ ଚାଲିଛି। ବର୍ଷାଦିନେ ଯୁବବର୍ଗ ଜ୍ୟାକେଟ୍ ପିନ୍ଧିବାକୁ ପସନ୍ଦ କରି ନଥାନ୍ତି। ହେଲେ ଏହି ସମୟରେ ଜ୍ୟାକେଟ୍ ପିନ୍ଧିଲେ ଆପଣ ଆଟ୍ରାକ୍ଟିଭ୍ ଲାଗିବେ ଓ ସମସ୍ତଙ୍କ ନଜର ଆପଣଙ୍କ ଉପରେ ପଡ଼ିବ। ୱାଟର ପ୍ରୁଫ୍ ଜ୍ୟାକେଟ୍ ପିନ୍ଧି ଷ୍ଟାଇଲିଶ୍ ଅନ୍ଦାଜରେ ଯେତେବେଳେ ରାସ୍ତାରେ ଯିବେ, ଯିଏ ଦେଖିବ ବାଃ ବାଃ କହିବେ।
ଜୋତା:ବର୍ଷା ଦିନେ ରାସ୍ତାରେ ଚାଲିବା ସବୁଠାରୁ କଷ୍ଟଦାୟକ। ପାଣି, କାଦୁଅ ପଚ ପଚ ରାସ୍ତାରେ କିଏ ବା ଯିବାକୁ ଭଲ ପାଇବ। ଏହାସହ ଗୋଡ଼ ଖସି ତଳେ ପଡ଼ିବାରର ଭୟ ରହିଥାଏ। ଯଦି ଏପରି ହୁଏ, ଆପଣଙ୍କୁ ସମସ୍ତଙ୍କ ଆଗରେ ଅପଦସ୍ତ ହେବାକୁ ବି ପଡ଼ିପାରେ। ତେଣୁ ବର୍ଷାଦିନେ ବାହାରକୁ ଯିବା ବେଳେ ଉପଯୁକ୍ତ ଜୋତା ପିନ୍ଧନ୍ତୁ। ଖାସ୍ କରି ସୋଲ୍ ଥିବା ଜୋତା ଚୟନ କରନ୍ତୁ। ଯଦି ଜୋତା ୱାଟର୍ ପ୍ରୁଭ୍ ହୋଇଥିବ ତାହା ହେଲେ ଆହୁରି ଭଲ।
from OdishaReporter https://ift.tt/2LU2tft
No comments:
Post a Comment