
ନୂଆଦିଲ୍ଲୀ: ବର୍ଷର ତୃତୀୟ ଏବଂ ଶେଷ ସୂର୍ଯ୍ୟପରାଗ ଆଜି ହେବ। ଏହା ଆଂଶିକ ସୂର୍ଯ୍ୟପରାଗ ହେବ। ଏହାର ଅବଧି ୩ ଘଣ୍ଟା ୨୮ମିନିଟ୍ ରହିବ।
ଏହା ପୂର୍ବରୁ ଫେବ୍ରୁଆରୀ ୧୫ ତାରିଖରେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ହୋଇଥିଲା। ଦ୍ୱିତୀୟ ସୂର୍ଯ୍ୟପରାଗ ଜୁଲାଇ ୧୩ରେ ହୋଇଥିଲା।
ଏଥର ସୂର୍ଯ୍ୟପରାଗର ସମୟ
ଏଥରର ସୂର୍ଯ୍ୟପରାଗ ଭାରତୀୟ ସମୟାନୁସାରେ ଦିନ ୧ଟା ୩୨ମିନିଟ୍ରୁ ଆରମ୍ଭ ହୋଇ ସଂଧ୍ୟା ୫ଟାରେ ସରିବ। ଅନ୍ତରାଷ୍ଟ୍ରୀୟ ସମୟାନୁସାରେ ଆଂଶିକ ସୂର୍ଯ୍ୟପରାଗ ୮ଟା ୦୨ମିନିଟ୍ରେ ଆରମ୍ଭ ହୋଇ ୧୧ଟା ୩୦ମିନିଟ୍ରେ ଶେଷ ହେବ।
କେଉଁ କେଉଁ ସ୍ଥାନରେ ଦେଖାଯିବ ସୂର୍ଯ୍ୟପରାଗ?
ପୃଥିବୀର ଉତ୍ତର ଗୋଲାର୍ଦ୍ଧ ଅର୍ଥାତ୍ ଉତ୍ତର ୟୁରୋପଠୁ ପୂର୍ବ ଏସିଆ ଏବଂ ଋଷରେ ସୂର୍ଯ୍ୟପରାଗ ଦେଖାଯିବ।
କାହିଁକି ହୁଏ ସୂର୍ଯ୍ୟପରାଗ?
ପୃଥିବୀ ନିଜ ଅକ୍ଷ ଚାରିପଟେ ଘୂରିବା ସହ ସୌରମଣ୍ଡଳରେ ସୂର୍ଯ୍ୟ ଚାରିପଟେ ଘୂରିଥାଏ। ଅନ୍ୟପଟେ ଚନ୍ଦ୍ର ପୃଥିବୀର ଉପଗ୍ରହ ଏବଂ ତାହା ପୃଥିବୀ ଚାରିପଟେ ଘୂରିଥାଏ। ତେଣୁ ଯେତେବେଳେ ଚନ୍ଦ୍ର ଘୂରି ଘୂରି ସୂର୍ଯ୍ୟ ଏବଂ ପୃଥିବୀ ମଝିକୁ ଆସିଯାଏ ସେତେବେଳେ ପୃଥିବୀ ପୃଷ୍ଠକୁ ଆଂଶିକ କିମ୍ବା ପୂର୍ଣ୍ଣ ରୂପରେ ଆଉ ଦେଖାଯାଏ ନାହିଁ। ଏହାକୁ ହିଁ ସୂର୍ଯ୍ୟପରାଗ କୁହାଯାଏ।
from OdishaReporter https://ift.tt/2OvkEpx
No comments:
Post a Comment