ପୁଣି ଏମ୍‌ସରେ ଭର୍ତ୍ତି ହେଲେ କମେଡ଼ି କିଙ୍ଗ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 28, 2018

ପୁଣି ଏମ୍‌ସରେ ଭର୍ତ୍ତି ହେଲେ କମେଡ଼ି କିଙ୍ଗ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଲିଉଡ୍‌ର କମେଡ଼ି କିଙ୍ଗ୍ ପପୁ ପମ୍‌ପମ୍‌ ଓରଫ ତତ୍ୱପ୍ରକାଶ ଶତପଥୀ ପୁଣି ଥରେ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅଳ୍ପ କିଛି ଅବନତି ଘଟିବାରୁ ତାଙ୍କୁ ପୁଣିଥରେ ଦିଲ୍ଲୀ ଏମ୍‌ସରେ ଭର୍ତ୍ତି କରାଯାଇଛି। ଏମ୍‌ସର ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି (gastroenterology) ବିଭାଗର ଆଇସିୟୁରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ଗତ ୭ ଦିନ ହେଲା ସେ ମେଡିକାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। କିନ୍ତୁ ପରିବାର ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇ ନାହିଁ। ପାନ୍‌କ୍ରିୟାସ୍ ଜନିତ ରୋଗରେ ଆକ୍ରାନ୍ତ ହୋଇଥିବା ପପୁ ଗତ ଜୁଲାଇ ୧୦ ତାରିଖରେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ଏବେ ପୁଣିଥରେ ସେ ଅସୁସ୍ଥ ହୋଇପଡ଼ିଥିବା ଖବର ମିଳିଛି। ହେଲେ ଏନେଇ ସବିଶେଷ ତଥ୍ୟ ମିଳିପାରି ନାହିଁ।

ସୂଚନାଯୋଗ୍ୟ ଯେ, ଗତ ମେ’ ୧୫ ତାରିଖରେ ତାଙ୍କୁ ଚିକିତ୍ସା ପାଇଁ ନୂଆଦିଲ୍ଲୀ ସ୍ଥିତ ଏମ୍‌ସକୁ ନିଆଯାଇଥିଲା। ପପୁ ସୁଟିଂ ସେଟ୍‌ରୁ ଫେରିବା ସମୟରେ ହଠାତ୍‌ ଅସୁସ୍ଥ ଅନୁଭବ କରିଥିଲେ। ପ୍ରଥମେ ତାଙ୍କୁ ଭୁବନେଶ୍ୱରର ଖଣ୍ଡଗିରି ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଓ ପରେ ଦିଲ୍ଲୀ ଏମ୍‌ସକୁ  ସ୍ଥାନାନ୍ତର କରାଯାଇଥିଲା।

ସେଠାରେ ସେ (ଅଗ୍ନାଶୟ) ପାନ୍‌କ୍ରିୟାସ ଜନିତ ରୋଗରେ ଶିକାର ହୋଇଥିବା ଜଣା ପଡ଼ିଥିଲା। ସେ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗ ଆଇସିୟୁରେ ଚିକିତ୍ସାଧୀନ ଥିଲେ। ଗତ ଜୁଲାଇ ୧୦ ତାରିଖରେ ପପୁ ସୁସ୍ଥ ହୋଇ ଫେରିବା ପରେ ସୋସିଆଲ୍ ମିଡିଆରେ ତାଙ୍କ ଭଲ ହେବା ଖବର ନିଜେ ଏକ ଭିଡିଓ ମାଧ୍ୟମରେ ଜାରି କରିଥିଲେ।



from Odisha Reporter https://ift.tt/2PImsN4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages