ଭାରତ ଆଗରେ ୱକସ୍‌ କଣ୍ଟା: ହାତରୁ ଖସିବାକୁ ବସିଛି ଦ୍ୱିତୀୟ ଟେଷ୍ଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 11, 2018

ଭାରତ ଆଗରେ ୱକସ୍‌ କଣ୍ଟା: ହାତରୁ ଖସିବାକୁ ବସିଛି ଦ୍ୱିତୀୟ ଟେଷ୍ଟ୍‌

wokas

ଲଣ୍ଡନ୍: ପାଗ ବଦଳିବା ସହିତ ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଟିମ୍ ଇଣ୍ଡିଆ ପାଇଁ କମ୍ ବ୍ୟାକ୍ କରିବାର ଆଶା ମଧ୍ୟ ମଉଳିବାରେ ଲାଗିଛି। ବର୍ଷା ବାଧାପ୍ରାପ୍ତ ଦ୍ବିତୀୟ ଟେଷ୍ଟର ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଘରୋଇ ଇଂଲଣ୍ଡ ୬ ୱିକେଟ୍ ହରାଇ ୩୭୫ ରନ୍ କରିଛି। ଏବେବି ଇଂଲଣ୍ଡ ବ୍ୟାଟିଂ ଲାଇନ୍ ଅପ୍‌ରେ ମଙ୍ଗ ସମ୍ଭାଳିଥିବା ଅଲରାଉଣ୍ଡର କ୍ରିସ୍ ୱକସ୍ ୧୨୦ ରନ୍ କରି କ୍ରିଜ୍‌ରେ ଅପରାଜିତ ରହିଛନ୍ତି। ୱାକସ୍‌ ତାଙ୍କ ଟେଷ୍ଟ୍‌ କ୍ୟାରିଅରରେ ପ୍ରଥମ ଶତକ ହାସଲ କରି ରେକର୍ଡ କରିଛନ୍ତି।

ୱକସ୍‌ଙ୍କ ସହ ନବାଗତ ସାମ୍ କରାନ୍ ୨୨ ରନ୍ କରି ଭରପୁର ସହଯୋଗ ଦେଇଛନ୍ତି।
ଭାରତ ପ୍ରଥମ ଇନିଂସରେ ୧୦୭ ରନ୍ କରିଥିବାବେଳେ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୨୫୦ ରନ୍‌ର ଅଗ୍ରଣୀ ଲାଭ କରିଛି। ଏବେ ୱକସ୍ ଭାରତୀୟ ବୋଲର୍‌ଙ୍କ ପାଇଁ ଚିନ୍ତାର କାରଣ ପାଲଟିଛନ୍ତି।
ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଇଂଲଣ୍ଡ ୨୫୦ ରନ୍‌ର ଅଗ୍ରଣୀ ନେଇଥିବାରୁ ଏବେ ମ୍ୟାଚ୍ ବଞ୍ଚାଇବା ବିରାଟ ବାହିନୀ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି।
ଭାରତ ପ୍ରଥମ ଇନିଂସ ସ୍କୋର ୧୦୭ ରନ୍ ଜବାବରେ ଶନିବାର ବ୍ୟାଟିଂ ଆରମ୍ଭ କରିଥିବା ଟିମ୍ ଇଂଲଣ୍ଡକୁ ପ୍ରଥମ ଝଟକା ଦେଇଥିଲେ ଭାରତୀୟ ସ୍ପିଡଷ୍ଟାର ମହମ୍ମଦ ସାମି। ଏହାପରେ ଇଶାନ୍ତ ଶର୍ମା ଅନ୍ୟତମ ଓପନର୍ ଆଲିଷ୍ଟର କୁକଙ୍କୁ ୨୧ ରନରେ ଦୀନେଶ କାର୍ତ୍ତିକଙ୍କ ହାତରେ ଆଉଟ୍ କରି ପାଭିଲିଅନ୍ ରାସ୍ତା ଦେଖାଇଥିଲେ।
ତୃତୀୟ ଓ୍ୱିକେଟ୍ ପାଇଁ ଅଧିନାୟକ ଜୋ ରୁଟ୍ ଏବଂ ଓଲି ପୋପଙ୍କ ମଧ୍ୟରେ ଏକ ଭଲ ଭାଗିଦାରୀ ସୃଷ୍ଟି ହୋଇଥିଲା। ତେବେ ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦି ପାଣ୍ଡିୟା ପୋପଙ୍କୁ ଆଉଟ୍ କରି ତୃତୀୟ ସଫଳତା ଦେଇଥିଲେ।



from OdishaReporter https://ift.tt/2MESVSL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages