ବିଏସ୍‌ଏନ୍‌ଏଲ୍‌ର ଦୁଇଟି ଜବରଦସ୍ତ ଅଫର୍‌, ୯ ଟଙ୍କାରେ ଅନ୍‌ଲିମିଟେଡ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 11, 2018

ବିଏସ୍‌ଏନ୍‌ଏଲ୍‌ର ଦୁଇଟି ଜବରଦସ୍ତ ଅଫର୍‌, ୯ ଟଙ୍କାରେ ଅନ୍‌ଲିମିଟେଡ୍‌

ନୂଆଦିଲ୍ଲୀ: ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଟେଲିକମ୍‌ କମ୍ପାନୀଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ଚାଲିଥିବା ବେଳେ ଏହି ଦୌଡ଼ରେ ବିଏସ୍‌ଏନ୍‌ଏଲ୍‌ ମଧ୍ୟ ପଛରେ ପଡ଼ିଯାଇ ନାହିଁ। ଗ୍ରାହକଙ୍କୁ ଲୋଭେଇଲା ଭଳି ବିଭିନ୍ନ ଅଫର୍‌ ଘୋଷଣା କରୁଛି।

ପ୍ରିପେଡ୍‌ ଗ୍ରାହକଙ୍କ ପାଇଁ ବିଏସ୍‌ଏନ୍‌ଏଲ୍‌ ଏଥର ‘ଫ୍ରିଡମ୍‌ ଅଫର୍‌’ ଘୋଷଣା କରିଛି। ଅଳ୍ପ ଖର୍ଚ୍ଚରେ ଗ୍ରାହକଙ୍କୁ ଭଏସ୍‌ କଲ୍‌ ଓ ଡାଟା ସୁବିଧା ଯୋଗାଇ ଦେବା ପାଇଁ କମ୍ପାନୀ ୯ ଟଙ୍କା ଓ ୨୯ ଟଙ୍କାରେ ଦୁଇଟି ନୂଆ ପ୍ଲାନ୍‌ ଘୋଷଣା କରିଛି। ଦିଲ୍ଲୀ ଓ ମୁମ୍ବାଇକୁ ଛାଡ଼ିଦେଲେ, ଭାରତର ସବୁ ଜାଗାରେ ଏହି ଅଫ୍‌ର ଲାଗୁହୋଇଛି। ସ୍ୱାଧୀନତା ଦିବସ ପାଇଁ କମ୍ପାନୀ ଗ୍ରାହକଙ୍କୁ ଏହି ନୂଆ ଭେଟି ଦେଇଛି।

୯ ଟଙ୍କିଆ ଫ୍ଲାନ୍‌ରେ ଖାସ୍‌ କଥା: ୯ ଟଙ୍କିଆ ପ୍ରିପେଡ୍‌ ପ୍ଲାନ୍‌ରେ କମ୍ପାନୀ ଗ୍ରାହକଙ୍କୁ ଅନ୍‌ଲିମିଟେଡ୍‌ ଭଏସ୍‌ କଲ୍‌ ସହିତ ୨ ଜିବି ଡାଟା ଓ ୧୦୦ ଏସ୍‌ଏମ୍‌ଏସ୍‌ର ସୁବିଧା ଦେଉଛି। ଏହି ଅଫର୍‌ର ବୈଧତା କେବଳ ଗୋଟିଏ ଦିନ ପାଇଁ। ଅଗଷ୍ଟ ୧୦ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଗ୍ରାହକ ଏହାର ଲାଭ ଉଠାଇ ପାରିବେ।

୨୯ ଟଙ୍କିଆ ପ୍ଲାନ୍‌: ୨୯ ଟଙ୍କିଆ ପ୍ଲାନ୍‌ରେ ମଧ୍ୟ ଭଏସ୍‌ କଲ୍‌ ଡାଟାର ସମାନ୍‌ ସୁବିଧା ଦିଆଯାଇଥିବା ବେଳେ ଏହାର ବୈଧତା ସାତ ଦିନ ପର୍ଯ୍ୟନ୍ତ ରଖାଯାଇଛି। ଅଗଷ୍ଟ ୨୫ ତାରିଖ ପରେ ମଧ୍ୟ ଏହି ପ୍ଲାନ୍‌ରେ ୧ଜିବି ଡାଟା ସହିତ ୩୦୦ ଏସ୍‌ଏମ୍‌ଏସ୍‌ର ସୁବିଧା ଦିଆଯିବ।



from OdishaReporter https://ift.tt/2w0PpuG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages