ଅନ୍ଧ ବିଶ୍ୱାସ: ୨୦ ପିଲାଙ୍କୁ ଦିଆଗଲା ଚେଙ୍କ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 11, 2018

ଅନ୍ଧ ବିଶ୍ୱାସ: ୨୦ ପିଲାଙ୍କୁ ଦିଆଗଲା ଚେଙ୍କ

ନବରଙ୍ଗପୁର (ସନ୍ତୋଷ କୁମାର ପଲେଇ): ଅନ୍ଧବିଶ୍ୱାସର ଅନ୍ଧାରୀ ଗଳିରେ ମଣିଷ। ଅନ୍ଧବିଶ୍ୱାସକୁ ଜାବୁଡ଼ି ଧରି ଛୋଟ ଛୋଟ ପିଲାଙ୍କୁ ଦେଉଛନ୍ତି ଚେଙ୍କ। ରୋଗ ଭଲ ହୋଇଯିବ ଭାବି ପିଲାଙ୍କ ଶରୀରକୁ ଯନ୍ତ୍ରଣା ଦେଇ ଚେଙ୍କ ଦେଉଛନ୍ତି। ଏହାକୁ ଏକ ପରମ୍ପରା ଭାବେ ଗ୍ରହଣ କରାଯାଇଛି। କେଉଁକାଳରୁ ପିଢି ପରେ ପିଢ଼ି ଛୋଟ ପିଲାଙ୍କୁ ଚେଙ୍କ ଦିଆଯାଉଥିବା ନେଇ ଚର୍ଚ୍ଚା ହେଉଛି।

ଆଜି ହେଉଛି ଚିତାଲାଗି ଅମାବାସ୍ୟା। ଆଜିର ଦିନରେ ଚେଙ୍କ ଦେଲେ ଛୋଟ ପିଲାର ସ୍ୱାସ୍ଥ୍ୟ ଭଲ ରହିବ ବୋଲି ଏ ଅଂଚଳରେ ଅନ୍ଧବିଶ୍ଵାସ ରହିଆସିଛି।

ସେଥିପାଇଁ ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ଅନ୍ତର୍ଗତ କଡ଼ରା ସାହିରେ ଘରେ ଘରେ ପିଲାଙ୍କୁ ଚେଙ୍କ ଦିଆଯାଇଛି। ପରିବାର ଲୋକେ ନିଜ ପିଲାଙ୍କୁ ଚେଙ୍କ ଦେଇଛନ୍ତି।

କାଠି (ଖଡିକା)କୁ ଗରମ କରି ପିଲାଙ୍କ ଦେହରେ ଚେଙ୍କ ଦିଆଯାଇଛି। ମୋଟ୍‌ ୨୦ ଜଣ ପିଲାଙ୍କୁ ଚେଙ୍କ ଦିଆଯାଇଥିବା ଅଭିଯୋଗ ହୋଇଛି।

ଏ ସମ୍ପର୍କରେ ଖବର ପ୍ରକାଶ ପାଇବା ପରେ ଶିଶୁ କଲ୍ୟାଣ ବିଭାଗର ଏକ ଟିମ୍‌ ଗାଁରେ ପହଞ୍ଚି ତନାଘନା ଆରମ୍ଭ କରିଛି।

ଅଙ୍ଗନବାଡ଼ି କର୍ମୀ ଚନ୍ଦ୍ରମା ମହାରଣା କହିଛନ୍ତି-“ଚେଙ୍କ ନଦେବା ପାଇଁ ବାରମ୍ୱାର ସଚେତନତା କରାଯାଉଛି। ଏହା ସତ୍ତ୍ୱେ ଆଜି ପିଲାମାନଙ୍କୁ ଚେଙ୍କ ଦେଇଛନ୍ତି। ପରିବାର ଲୋକ ନିଜ ପିଲାଙ୍କୁ ଚେଙ୍କ ଦେଇଛନ୍ତି।”

ଆଦିବାସୀ ପରମ୍ପରା ମତେ ଚିତାଲାଗି ଅମାବାସ୍ୟାରେ ଚେଙ୍କ ଦେଇଥିଲେ



from OdishaReporter https://ift.tt/2ntr6lp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages