ଠାକୁରଙ୍କ ଆଗରେ ହୀନାଙ୍କ ଆପତ୍ତିଜନକ ପୋଜ୍‌, ଦେଖାଯାଉଛି ଅନ୍ତଃବସ୍ତ୍ର, ପିନ୍ଧିଛନ୍ତି ଜୋତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 11, 2018

ଠାକୁରଙ୍କ ଆଗରେ ହୀନାଙ୍କ ଆପତ୍ତିଜନକ ପୋଜ୍‌, ଦେଖାଯାଉଛି ଅନ୍ତଃବସ୍ତ୍ର, ପିନ୍ଧିଛନ୍ତି ଜୋତା

ମୁମ୍ବାଇ: ଠାକୁରଙ୍କ  ଆଗରେ ହୀନାଙ୍କ ଆପତ୍ତିଜନକ ପୋଜ୍‌। ଏହାକୁ ନେଇ ବିବାଦରେ ଫସିଛନ୍ତି ଜାତୀୟସ୍ତରର ଟେଲିଭିଜନ୍‌ ଅଭିନେତ୍ରୀ ହୀନା ଖାନ୍‌। ନିଜ୍‌ ଇନ୍‌ଷ୍ଟାଗ୍ରାମ୍‌ରେ ହୀନା ଏସଂପର୍କିତ ଫଟୋ ପୋଷ୍ଟ କରିବା ପରେ ସୋଶାଲ୍‌ ମିଡିଆରେ ସେ କଡ଼ା ସମାଲୋଚନାର ଶିକାର ମଧ୍ୟ ହୋଇଛନ୍ତି ।

ପୋଷ୍ଟ୍‌ ହୋଇଥିବା ଫଟୋରେ ହୀନା ଏବଂ ତାଙ୍କ ବୟ ଫ୍ରେଣ୍ଡ୍‌ ଅତ୍ୟନ୍ତ ଅଶ୍ଲୀଳ ଭାବେ ପୋଜ୍‌ ଦେଇଛନ୍ତି। ହୀନା ପିନ୍ଧିଥିବା ପୋଷାକର ନିମ୍ନଭାଗରେ ଅନ୍ତଃବସ୍ତ୍ରର କିଛି ଭାଗ ଦେଖାଯାଉଛି। ଖାଲି ସେତିକି ନୁହଁ, ଦେବତାଙ୍କ ପାଖରେ ଜୋତା ବାରଣ ଥିବାବେଳେ ଉଭୟେ ଏହି ପରମ୍ପରାକୁ ଆଦୌ ସମ୍ମାନ ଦେଇ ନାହାନ୍ତି। ଫଟୋରେ ଉଭୟେ ଜୋତା ପିନ୍ଧି ଥିବା ଲକ୍ଷ୍ୟ କରାଯାଇଛି।

ଅବଶ୍ୟ ଏହି ଫଟୋଟି କୌଣସି ଏକ ଘରେ ସୁଟ୍‌ କରାଯାଇଥିବା ନଜରକୁ ଆସିଛି। କିନ୍ତୁ ଏହା ହିନ୍ଦୁ ଦେବତାଙ୍କ ପାଇଁ ଅପମାନ ବୋଲି ଲୋକେ ସମାଲୋଚନା କରିଛନ୍ତି। ଜଣେ ଟ୍ରଲ୍‌ କରି କହିଛନ୍ତି, ‘ତୁମ ଦୁହିଁଙ୍କୁ ଲାଜ ନାହିଁ । ୟୁ ବୋଥ୍‌ ଆର୍‌ ସେମ୍‌ଲେସ୍‌। ଅନ୍ୟଜଣେ ଲେଖିଛନ୍ତି, ତୁମେ ଦୁଇ ଜଣ ନର୍କକୁ ଯିବା ଉଚିତ୍‌।

ସୂଚନା ଅନୁଯାୟୀ, ଅଭିନେତ୍ରୀ ହୀନା ଖାନ୍‌ଙ୍କ ଅଭିନୀତ ‘ୟେ ରିସ୍ତା କ୍ୟା କେହେଲାତା ହୈ’ ସିରିଏଲ୍‌ ଭାରି ଲୋକପ୍ରିୟ ହୋଇପାରିଥିଲା। ଏହି ଧାରାବାହିକରେ ସେ ଅକ୍ସରା ଚରିତ୍ରରେ ନଜର ଆସିଥିଲେ, ଯେଉଁଥିରେ ସେ ଜଣେ ସଂସ୍କାରୀ ଓ ଆଦର୍ଶ ବୋହୂ ଭୂମିକାରେ ଦର୍ଶକଙ୍କ ମନ କିଣିପାରିଥିଲେ। ହେଲେ କିଛି ଦିନ ପୂର୍ବେ ସେ ଏହି ସିରିଏଲରୁ ବିଦାୟ ନେଇସାରିଛନ୍ତି। କିନ୍ତୁ ସିରିଏଲରେ ସଂସ୍କାର ବାର୍ତ୍ତା ବାଣ୍ଟୁଥିବା ହୀନାଙ୍କ ବାସ୍ତବ ରୂପ ଯେ ଭିନ୍ନ, ତାହା ଲୋକେ ସମାଲୋଚନା କରି କହିଛନ୍ତି।



from OdishaReporter https://ift.tt/2B2wRjv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages