
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଝିଅଙ୍କ ମୁହଁରେ କେଶ ରହିଲେ,ଏହା ସୌନ୍ଦର୍ଯ୍ୟକୁ ନଷ୍ଟ କରିବା ସହିତ ମୁହଁରେ ବ୍ରଣ ଏବଂ ଦାଗ ଭଳି ସମସ୍ୟା ସୃଷ୍ଟି କରେ। ଏପରିକି ଝିଅମାନେ ନିଜ ଆଇବ୍ରୋ, ଅପର୍ ଲିପ୍ସ୍ ବ୍ୟତୀତ ଗାଲ, ଥୋଡ଼ି ଏବଂ ମଥାରେ ଉଠିଥିବା କେଶ ପାଇଁ ଖୁବ୍ ଚିନ୍ତାରେ ରହିଥାନ୍ତି।
ପାର୍ଲର୍ରେ ୱାକ୍ସ୍ ଏବଂ ଥ୍ରେଡ୍ କରିବାର କିଛି ଦିନ ପରେ ସେହି କେଶ ପୁଣି ଉଠି ଯାଇଥାଏ। ଫଳରେ ଏହା ଝିଅମାନଙ୍କ ପାଇଁ ପ୍ରମୁଖ ସମସ୍ୟା ସାଜିଥାଏ।
କିନ୍ତୁ ଆଉ ସେଥିପାଇଁ ଚିନ୍ତା କରିବାର ଆବଶ୍ୟକତା ନାହିଁ। ଆମେ ଆଜି ଆପଣଙ୍କୁ ଏମିତି କିଛି ଘରୋଇ ଉପଚାର କହିବୁ, ଯାହା ପ୍ରୟୋଗ କରି ଆପଣ ନିଜ ମୁହଁରେ ଥିବା କେଶକୁ ବିନା କୌଣସି ଯନ୍ତ୍ରଣାରେ ଅତି ସହଜରେ ସଫା କରିପାରିବେ। ଜାଣନ୍ତୁ, କିପରି କରିବେ ଏହି ଘରୋଇ ଉପଚାର।
୧. ଚାରି ଚାମଚ ମହୁରେ ଦୁଇ ଚାମଚ ଲେମ୍ୱୁ ରସ ଭଲରେ ମିଶାନ୍ତୁ। ଏହି ମିଶ୍ରଣକୁ ତୁଳା ସାହାଯ୍ୟରେ ମୁହଁରେ ଲଗାନ୍ତୁ। ୧୦ ମିନିଟ୍ ରଖିବା ପରେ ମୁହଁକୁ ଭଲ ଭାବରେ ଧୋଇ ଦିଅନ୍ତୁ। ଏହିପରି ସପ୍ତାହକୁ ଦୁଇଥର ଲଗାନ୍ତୁ। କିଛି ଦିନ ପରେ ଆପଣ ଲକ୍ଷ୍ୟ କରିବେ, ଆପଣଙ୍କ ମୁହଁର କେଶ କମ୍ ହେବାରେ ଲାଗିଛି।
୨. ଓଟସ୍ ଏକ ଭଲ ଏକ୍ସଫଲିଏସନ୍(Exfoliation) ଏଜେଣ୍ଟ୍। ଏହା ଆପଣଙ୍କ ମୁହଁରେ ଥିବା କେଶକୁ ସଫା କରିବା ପାଇଁ ସାହାଯ୍ୟ କରିଥାଏ। ଅଧା ଚାମଚ ଓଟସ୍ରେ କିଛି ବୁନ୍ଦା ଲେମ୍ୱୁ ରସ ମିଶାନ୍ତୁ। ଏହାକୁ ଭଲ ଭାବରେ ମିଶାଇ ମୁହଁରେ ଲଗାନ୍ତୁ। ଏହି ମିଶ୍ରଣକୁ ୧୫-୨୦ ମିନିଟ୍ ଯାଏ ଲଗାଇ ରଖିବା ପରେ ମୁହଁ ଧୋଇ ଦିଅନ୍ତୁ। ଏହିପରି ଭାବେ ସପ୍ତାହକୁ ଦୁଇଥର କରନ୍ତୁ।
୩. ଏକ ଚାମଚ ମହୁରେ କିଛି ଦହି ମିଶାନ୍ତୁ। ଏହାକୁ ମୁହଁରେ ଲଗାଇ ୧୫ ମିନିଟ୍ ରଖନ୍ତୁ। ମୁହଁ ଶୁଖିବା ପରେ ହାତରେ କିଛି ଚିନି ଆଣି ମୁହଁରେ ରଗଡ଼ି ସେହି ମିଶ୍ରଣକୁ ଛଡ଼ାନ୍ତୁ। ମୁହଁ ଧୋଇବା ପରେ ଟୋନର୍ କିମ୍ୱା ମଇଶ୍ଚରାଇଜର୍ ଲଗାଇବା ପାଇଁ ଭୁଲନ୍ତୁ ନାହିଁ।
୪. ଏକ କପ୍ ମକା ଅଟା, ଏକ ଚାମଚ ଚିନି ଏବଂ ଗୋଟିଏ ଅଣ୍ଡା ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣକୁ ମୁହଁରେ ୧୫ ମିନିଟ୍ ଲଗାଇ ରଖିବା ପରେ ଧୋଇ ଦିଅନ୍ତୁ। ଏହିପରି ସପ୍ତାହକୁ ତିନି ଥର ଲଗାନ୍ତୁ।
୫. ଗୋଟିଏ କପ୍ ମସୁର ଡାଲିକୁ ରାତିରେ ବତୁରାଇ ରଖନ୍ତୁ। କିଛି କଞ୍ଚା ଆଳୁ ଏବଂ ବତୁରା ମସୁର ଡାଲିକୁ ବାଟି ଦିଅନ୍ତୁ। ଏଥିରୁ ପ୍ରସ୍ତୁତ ହୋଇଥିବା ମିଶ୍ରଣକୁ ମୁହଁରେ ଲଗାନ୍ତୁ ଏବଂ ଶୁଖିବା ପରେ ମୁହଁ ଧୋଇ ଦିଅନ୍ତୁ। ମୁହଁରେ ହୋଇଥିବା କେଶକୁ ସଫା କରିବା ପାଇଁ ଏହା ସବୁଠାରୁ ଭଲ ଘରୋଇ ଉପଚାର।
from Odisha Reporter https://ift.tt/2MTRDGI
No comments:
Post a Comment