
ଆଠଗଡ଼ (ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ଆଠଗଡ଼-ମୁଣ୍ଡୁଳୀ ରାସ୍ତାର ବନଖଣ୍ଡି ଠାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ରଶେସ ଦାସ। ତାଙ୍କ ଘର ଅନୁଗୋଳ ଥାନା ଅନ୍ତର୍ଗତ ତୁରଙ୍ଗ ଗାଁରେ।
ରଶେସ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପଢ଼ୁଥିଲେ। ସେ ଯୁକ୍ତ ତିନିର କମ୍ପ୍ୟୁଟର୍ ସାଇନ୍ସର ପ୍ରଥମ ବର୍ଷର ଛାତ୍ର ଥିଲେ।
ଗତକାଲି ରାଖୀ ପୂର୍ଣ୍ଣିମା ଥିବାରୁ ସେ ଘରକୁ ଯାଇଥିଲେ। ଆଜି ସକାଳେ ବାଇକ୍ ଯୋଗେ କଟକ ଫେରୁଥିଲେ। ତେବେ ବନଖଣ୍ଡି ଠାରେ ଏକ ୱାଗନର୍ କାର୍ ସହିତ ତାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା।
ଗୁରୁତର ଅବସ୍ଥାରେ ତାଙ୍କୁ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଦୁର୍ଘଟଣା ପରେ ୱାଗନର୍ କାର୍ଟି ଫେରାର୍ ହୋଇଯାଇଛି।
from Odisha Reporter https://ift.tt/2MzPjFE
No comments:
Post a Comment