ଆଜି ଘରେ ତିଆରି କରନ୍ତୁ ବଟର୍‌ ଚିକେନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 7, 2018

ଆଜି ଘରେ ତିଆରି କରନ୍ତୁ ବଟର୍‌ ଚିକେନ୍‌

ଅଧିକାଂଶ ଲୋକଙ୍କର ପ୍ରିୟ ଖାଦ୍ୟ ହେଉଛି ଚିକେନ୍‌। ସେଥିପାଇଁ ରେଷ୍ଟୁରାଣ୍ଟ ଓ ଘରେ ସବୁବେଳେ ଚିକେନ୍‌ର ବିଭିନ୍ନ ଆଇଟମ୍‌ କରାଯାଇଥାଏ।

ଚିକେନ୍‌ କରି, ଚିଲି ଚିକେନ୍‌, ଚିକେନ୍‌ ଦୋପିଆଜି,ଚିକେନ୍‌ ବିରିୟାନି ଓ ବଟର ଚିକେନ୍‌ ଆଦି ଆପଣମାନେ ହୋଟେଲରେ ପ୍ରାୟ ଖାଉଥିବେ।

ଥରେ ଘରେ ବଟର ଚିକେନ୍‌ ବନାଇ ଖାଆନ୍ତୁ। ଏହାକୁ ତିଆରି କରିବାକୁ ବେଶୀ କଷ୍ଟ କରିବାକୁ ପଡ଼ିବ ନାହିଁ। ଆସନ୍ତୁ ଜାଣିବା କିପରି ତିଆରି କରିବେ ବଟର ଚିକେନ୍‌ ।

ଆବଶ୍ୟକ ସାମଗ୍ରୀ: ଚିକେନ୍‌, ବଟର୍‌, ପିଆଜ ବଟା, ଅଦାବଟା, ରସୁଣ ବଟା, ଟମାଟୋ, ଲଙ୍କା ଗୁଣ୍ଡ, ଚିକେନ୍ ମସଲା, କସୁରୀ ମେଥି, ହଳଦୀ,

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନ୍‌କୁ ଧୋଇ ଦିଅନ୍ତୁ। ପରେ କଡ଼େଇରେ ବଟର୍‌କୁ ଅଳ୍ପ ଆଞ୍ଚରେ ଗରମ କରନ୍ତୁ। ଏହା ତରଳିଲା ପରେ ପିଆଜ, ରସୁଣ, ଅଦାବଟା ଓ ଟମାଟୋ ପକାଇ କଷନ୍ତୁ।

ପରେ ସେଥିରେ ଲଙ୍କା ଗୁଣ୍ଡ ଓ  ଚିକେନ୍ ମସଲା ପକାଇ ଗୋଳାନ୍ତୁ। ମସଲା କଷି ହେବା ପରେ ଚିକେନ୍‌ ଏବଂ ଅଳ୍ପ ବଟର୍‌ ପକାଇ କମ୍‌ ଆଞ୍ଚରେ କଷନ୍ତୁ। ଆବଶ୍ୟକ ଅନୁଯାୟୀ ଲୁଣ ଓ ହଳଦୀ ପକାନ୍ତୁ।

ଏହାପରେ ସେଥିରେ ଅଳ୍ପ ପାଣି ଦେଇ ଚିକେନ୍‌ ସିଝିବା ପର୍ଯ୍ୟନ୍ତ ଅଳ୍ପ ଆଞ୍ଚ ଦିଅନ୍ତୁ। ଏହା ହୋଇ ଯିବା ପରେ ସେଥିରେ କସୁରୀ ମେଥି ପକାଇ ଚୂଲାରୁ ଓହ୍ଲାଇ ଦିଅନ୍ତୁ ଓ ପରିବାର ଲୋକଙ୍କୁ ଗରମ ଗରମ ପରଷନ୍ତୁ।



from OdishaReporter https://ift.tt/2niTkiu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages