କୋଡ଼ିଏ ବର୍ଷପରେ ଏକାଠି ନଜର ଆସିବେ ଧର୍ମେନ୍ଦ୍ର-ଶତ୍ରୁଘ୍ନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 7, 2018

କୋଡ଼ିଏ ବର୍ଷପରେ ଏକାଠି ନଜର ଆସିବେ ଧର୍ମେନ୍ଦ୍ର-ଶତ୍ରୁଘ୍ନ

Dharmendra-and-Shatrughan

ନୂଆଦିଲ୍ଲୀ: ଧର୍ମେନ୍ଦ୍ର ଏବଂ ଶତ୍ରୁଘ୍ନ ସିହ୍ନାଙ୍କ ମଧ୍ୟରେ ଥିବା ବନ୍ଧୁତାକୁ ବଲିଉଡ୍‌ର ସବୁଠାରୁ ଘନିଷ୍ଠ ଭାବେ ଗଣା ଯାଇଥାଏ। ଦୁହେଁ ଅନେକ ଫିଲ୍ମରେ ସାଙ୍ଗ ହୋଇ କାମ କରି ସାରିଛନ୍ତି। ଦର୍ଶକ ପୁଣି ୨୦ ବର୍ଷ ପରେ ଦୁହିଁଙ୍କୁ ପରଦାରେ ଏକାଠି ଦେଖିବାକୁ ପାଇବେ। ଦୁହେଁ ‘ୟମ୍‌ଲା ପଗଲା ଦିୱାନା ଫିର୍‌ ସେ’ରେ ନଜର ଆସିବେ।30DFR_BLACKMAIL1

ପୂର୍ବ ସପ୍ତାହରେ ଦୁଇ ଅଭିନେତା ଏହି ଫିଲ୍ମର ସୁଟିଂରେ ଅଂଶଗ୍ରହଣ କରିଛନ୍ତି। ଯାହାର ଫଟୋ ସୋଶାଲ୍‌ ମିଡିଆରେ ଦେଖିବାକୁ ମିଳିଛି। ଫିଲ୍ମରେ ଶତ୍ରୁଘ୍ନ ସିହ୍ନା ବିଚାରପତି ଭୂମିକାରେ ଦେଖିବାକୁ ମିଳିବେ ଏବଂ ଧର୍ମେନ୍ଦ୍ର ଓକିଲଙ୍କ ଭୂମିକାରେ ନଜର ଆସିବେ। ଫିଲ୍ମଟି ୧୫ ଅଗଷ୍ଟରେ ରିଲିଜ୍‌ ହେବାକୁ ଯାଉଛି। ଏଥିରେ ସନ୍ନି ଏବଂ ବବି ଦେଓଲ୍‌ ମଧ୍ୟ ନଜର ଆସିବେ।
ଧର୍ମେନ୍ଦ୍ର-ଶତ୍ରୁଘ୍ନଙ୍କ ପରିବାର ମଧ୍ୟରେ ଭଲ ବନ୍ଧୁତ୍ତ୍ୱପୂର୍ଣ୍ଣ ସମ୍ପର୍କ ରହି ଆସିଛି। ଶତ୍ରୁଘ୍ନ ସିହ୍ନାଙ୍କୁ ଧର୍ମେନ୍ଦ୍ର ନିଜର ଛୋଟ ଭାଇ ବୋଲି  ମାନିଥାଆନ୍ତି। ଦୁହେଁ ଏକାଠି ‘ବ୍ଲାକ୍‌ମେଲ୍‌’ ଏବଂ ‘ତିସ୍‌ରୀ ଆଁଖ୍‌’ ପରି ଫିଲ୍ମରେ କାମ କରି ସାରିଛନ୍ତି। ଏବେ ଦେଖିବାକୁ ବାକି ରହିଲା ‘ୟମ୍‌ଲା ପଗଲା ଦିୱାନା ଫିର୍‌ ସେ’ରେ ଦୁହିଁଙ୍କର ଯୋଡ଼ି ଦର୍ଶକଙ୍କୁ କେତେ ପସନ୍ଦ ଆସୁଛି।



from OdishaReporter https://ift.tt/2KB1fkx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages