
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗରେ ପୁଲିସ ଜଣେ ମହିଳାଙ୍କୁ ଗିରଫ କରିଛି। ଅସ୍ତରଙ୍ଗ ପୁଲିସ ତାଙ୍କୁ ଭୁବନେଶ୍ୱରରୁ ଗିରଫ କରି କୋର୍ଟ ଚାଲାଣ କରିଛି।
ତାଙ୍କ ନାଁ ଦିବ୍ୟା ଭାରତୀ ଜେନା।ଏହି ମାମଲାରେ ସମ୍ପୃକ୍ତ ଥିବା ତାଙ୍କର ଜଣେ ସହଯୋଗୀ ଫେରାର ଅଛି।
ଦିବ୍ୟା ପୁରୀ ଜିଲ୍ଲା ଅସ୍ତରଙ୍ଗ ବାଲିଡ଼ିହା ଗାଁର ଦୁଇ ଜଣ ଝିଅଙ୍କୁ ଚାକିରି କରାଇ ଦେବାକୁ କହି ସେମାନଙ୍କଠାରୁ ୨୦ ହଜାର ଟଙ୍କା ନେଇଥିଲେ। ଏପରିକି ସେମାନଙ୍କର ସମସ୍ତ ସାର୍ଟିଫିକେଟ୍ ମଧ୍ୟ ନେଇଥିଲେ ବୋଲି ଅଭିଯୋଗ ହୋଇଛି।
from OdishaReporter https://ift.tt/2njf5yP
No comments:
Post a Comment