ଏହି ସବୁ ଲକ୍ଷଣ କହିବ ଆପଣଙ୍କ ପୂର୍ବ ଜନ୍ମର କଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 7, 2018

ଏହି ସବୁ ଲକ୍ଷଣ କହିବ ଆପଣଙ୍କ ପୂର୍ବ ଜନ୍ମର କଥା

past1

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ମଣିଷର ମନ ଏବଂ ଚିତ୍ତ ମଧ୍ୟରେ ପ୍ରଭେଦ ରହିଛି। କୁହାଯାଏ, ଚିତ୍ତ ହେଉଛି, କେବେ ନଷ୍ଟ ହେଉ ନଥିବା ଏକ ହାର୍ଡଡିସ୍କ। ଏଥିରେ ବର୍ତ୍ତମାନର ଜନ୍ମ ଅପେକ୍ଷା ପୂର୍ବ ଜନ୍ମ ସଂପର୍କିତ ତଥ୍ୟ ସାଇତା ହୋଇ ରହିଥାଏ। ଏମିତି ବି କୁହାଯାଉଛି, ମଣିଷର ଚିତ୍ତରେ ଏକ ଲକ୍ଷ ଜନ୍ମର ସ୍ମୃତି ସଂରକ୍ଷିତ ହୋଇ ରହିଥାଏ। ଗୁରୁତ୍ୱପୂର୍ଣ୍ଣ କଥା, ଚିତ୍ତରେ ସଂରକ୍ଷିତ ଏହି ସ୍ମୃତି ଯୋଗୁ ପୂର୍ବ ଜନ୍ମରେ ଘଟିଥିବା କିଛି ଘଟଣା ଏହି ଜନ୍ମରେ ଅଧିକ ସ୍ପଷ୍ଟ ଭାବେ ଜଣାପଡ଼େ।

ଏବେ ପ୍ରଶ୍ନ ଉଠୁଛି, ଏହା କିପରି ସମ୍ଭବ ହୋଇଥାଏ ?ପୂର୍ବ ଜନ୍ମ ସଂପର୍କରେ ସଙ୍କେତ  ଆପଣଙ୍କୁ କିପରି ମିଳିପାରୁଛି?  କୁହାଯାଏ, ଏହିସବୁ ସଙ୍କେତକୁ ବୁଝି ପାରୁଥିବା ବ୍ୟକ୍ତି ହିଁ ପୂର୍ବଜନ୍ମର ଠିକଣାରେ ପହଞ୍ଚି ଯାଇଥାଏ। ଏଥିପାଇଁ ଜୈନ ଏବଂ ହିନ୍ଦୁ ଧର୍ମରେ ପୂର୍ବ ଜନ୍ମକୁ ସ୍ମରଣ କରିବା ପାଇଁ କିଛି ନିର୍ଦ୍ଦିଷ୍ଟଉପାୟ ରହିଛି। ଆସନ୍ତୁ ଜାଣିବା, କ’ଣ ସବୁ ଏହି ସଙ୍କେତ।

୧. କିଛି ଘଟଣାରୁ ମିଳେ ସଙ୍କେତ
ଆପଣଙ୍କ ନିତିଦିନିଆ ଜୀବନରେ ଏପରି କିଛି ଘଟଣା ଘଟେ, ଯେଉଁଥିରୁ ଏହି ସଙ୍କେତ ମିଳେ ଯେ ଆପଣଙ୍କ ପୂର୍ବ ଜନ୍ମ ମଧ୍ୟ ହୋଇଥିଲା। ବିନା କାରଣରେ କୌଣସି ପ୍ରସଙ୍ଗ ବା ସାମଗ୍ରୀକୁ ଭୟ କରିବା ଏପରି ଏକ ସଙ୍କେତ। ଉଦାହରଣ ହେଉଛି, କୌଣସି ରଙ୍ଗ, ସଂଖ୍ୟା, ସ୍ୱାଦ, ବସ୍ତ୍ର, ଗନ୍ଧ ଓ ସ୍ଥାନ ଇତ୍ୟାଦିକୁ ଆପଣ କୌଣସି କାରଣ ନଥାଇ ଭୟ କରୁଛନ୍ତି କା ଡରୁଛନ୍ତି। ଏହା ବ୍ୟତୀତ ଯଦି ଆପଣ ଅନ୍ଧାର, ଉଚ୍ଚସ୍ଥାନ ଓ ପାଣିକୁ ଡରୁଛନ୍ତି କିମ୍ୱା କିଛି କପଡା ଓ ଟୋପିକୁ ନାପସନ୍ଦ କରୁଛନ୍ତି, ତେବେ ଏହା ପୂର୍ବ ଜନ୍ମର ସଙ୍କେତ। କିଛି ଲୋକଙ୍କୁ ଏହି ଭୟ ଏପରି ଗ୍ରାସ କରିଥାଏ ଯେ ତାଙ୍କର ବଞ୍ଚିବା କଷ୍ଟକର ହୋଇପଡ଼ିଥାଏ।

past2

୨. ପରିଚିତ ସ୍ଥାନ
ଆପଣ କୌଣସି ସହର, ଗଳି, ଗାଁକୁ ଯାଇଥିବା ସମୟରେ ଏପରି ଲାଗେ ଯେମିତି ପୂର୍ବରୁ ଆପଣ ଏହି ସ୍ଥାନକୁ ଆସି ସାରିଛନ୍ତି। ସେହି ସ୍ଥାନରେ ଏପରି କିଛି ଥାଏ, ଯାହା ଆପଣଙ୍କୁ ଆକର୍ଷିତ କରିଥାଏ। ହୋଇପାରେ, ଏହି ଜନ୍ମରେ ଆପଣ ସେହି ସ୍ଥାନକୁ ପ୍ରଥମଥର ପାଇଁ ଯାଇଛନ୍ତି। କିନ୍ତୁ ସେହି ସ୍ଥାନ ଆପଣଙ୍କୁ ଜାଣିବା ପରି ମନେ ହୋଇଥାଏ। ଅନେକ ସମୟରେ ସ୍ୱପ୍ନରେ ମଧ୍ୟ ଆପଣ ଏହିସବୁ ସ୍ଥାନ ଦେଖନ୍ତି, ମାତ୍ର ଏହା ଉପରେ ଧ୍ୟାନ ଦେଇ ନଥା’ନ୍ତି।

୩. ପରିଚିତ ଚେହେରା
ଅଧିକାଂଶ ଲୋକଙ୍କୁ ଜଣେ ଅଜଣା ବ୍ୟକ୍ତିଙ୍କୁ ଦେଖିବା ପରେ ଲାଗେ ଯେ ସେ ସେହି ବ୍ୟକ୍ତିଙ୍କୁ ପୂର୍ବରୁ କେବେ ଦେଖିଛନ୍ତି। କିନ୍ତୁ କେଉଁଠି ଦେଖିଛନ୍ତି, ମନେ ପଡ଼ିନଥାଏ। ତେବେ ଏହା ମଧ୍ୟ ହୋଇପାରେ ଯେ ସେହି ବ୍ୟକ୍ତିଙ୍କ ସହିତ ଆପଣଙ୍କର ପୂର୍ବ ଜନ୍ମରେ କିଛି ସମ୍ପର୍କ ଥିଲା। ଏହି କାରଣରୁ ପ୍ରଥମ ଥର ପାଇଁ ଦେଖୁଥିଲେ ମଧ୍ୟ ସେହି ବ୍ୟକ୍ତି ଆପଣଙ୍କୁ ପରିଚିତ ଲାଗିଆଥାନ୍ତି।

୪. କୌଣସି ସ୍ୱପ୍ନ ବାରମ୍ୱାର ଦେଖିବା

କିଛି ସ୍ୱପ୍ନକୁ ଆପଣ ବାରମ୍ବାର ଦେଖିଥାଆନ୍ତି। ଆପଣ ପିଲାବେଳେ କାଟିଥିବା କିଛି ସ୍ଥାନ ବାରମ୍ବାର ଆପଣଙ୍କ ସ୍ୱପ୍ନରେ ଆସିଥାଏ। କୌଣସି ଘର, ଅଗଣାରେ ବୁଲୁଥିବା ହେଉ କିମ୍ବା ରାସ୍ତାରେ ଚାଲୁଥିବାର ଦୃଶ୍ୟ ମଧ୍ୟ ଆପଣଙ୍କ ସ୍ୱପ୍ନରେ ଆସିଥାଏ। ଏପରିକି ବେଳେବେଳେ କୌଣସି ସହର ଏବଂ ସ୍ଥାନରେ ଲେଖା ଯାଇଥିବା କିଛି ଲେଖାକୁ ଆପଣ ସ୍ୱପ୍ନରେ ପଢ଼ିବାକୁ ଲାଗନ୍ତି। କିନ୍ତୁ ନିଦ ଭାଙ୍ଗିଗଲେ, ଆପଣ ଏହି ସବୁକୁ ଭୁଲି ଯା’ନ୍ତି ଏବଂ ଯେତେ ଚେଷ୍ଟା କଲେ ମଧ୍ୟ ସେହି ସ୍ୱପ୍ନ ବିଷୟରେ ମନେ ପଡ଼ିନଥାଏ। ଅନେକ ସମୟରେ ଆପଣ କିଛି ସ୍ୱପ୍ନ ଦେଖି ଭୟଭୀତ ହୋଇ ପଡ଼ନ୍ତି। ହୋଇପାରେ, ଏହିସବୁ ସ୍ୱପ୍ନ ସହିତ ଆପଣଙ୍କର ପୂର୍ବ ଜନ୍ମର ସମ୍ପର୍କ ରହିଛି।

୫. କିଛି ସ୍ମୃତି
ଅନେକ ସମୟରେ ପୂର୍ବ ଜନ୍ମର ସ୍ମୃତି ଆପଣଙ୍କୁ ଅନୁସରଣ କରିଥାଏ। କେବେକେବେ ଲାଗିଥାଏ, ଆପଣଙ୍କ ସହିତ ଏବେ ଯେଉଁ ଘଟଣା ଘଟୁଛି, ତାହା ପୂର୍ବରୁ ମଧ୍ୟକେବେ ଘଟିଥିଲା। କିନ୍ତୁ କେବେ ଘଟିଥିଲା, ତାର କୌଣସି ନିର୍ଦ୍ଦିଷ୍ଟ ସୂଚନା ନଥାଏ। ଆହୁରି ମଧ୍ୟ ଅନେକ ସମୟରେ ଗୋଟିଏ ଘଟଣା ଆପଣଙ୍କ ସହିତ ବାରମ୍ବାର ଘଟିଥାଏ। ହୋଇପାରେ ଏହି ସବୁ ଘଟଣାର ସମ୍ପର୍କ ଆପଣଙ୍କର ପୂର୍ବ ଜନ୍ମ ସହିତ ରହିଛି। ଯାହା ଆପଣ ଜାଣିପାରୁ ନାହାନ୍ତି।

କୁହାଯାଉଛି, ଏସବୁକୁ ବୁଝି ପାରିଲେ ବା ଧ୍ୟାନର ସହ ଅନୁସରଣ କଲେ, ଆପଣ ପୂର୍ବ ଜନ୍ମ ସମ୍ପର୍କରେ ଜାଣିପାରିବେ।



from OdishaReporter https://ift.tt/2OTWLZQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages