
ମୁମ୍ବାଇ: ଏମିତି ଖବର ଯାହା ଆପଣ କେବେ ଶୁଣି ନଥିବେ। ଏହି ଖବର ଯେତିକି ଅଜବ ସେତିକି ରୋଚକ। ଭଡ଼ା ଆଦାୟ ପାଇଁ ଶେଷରେ ଭାରତୀୟ ରେଲୱେକୁ ଛେଳି ନିଲାମ କରିବାକୁ ପଡ଼ିଲା। କଥା ଟା ଶୁଣି ଆପଣଙ୍କୁ ବିଶ୍ୱାସ ହେଉ ନଥିବ। କିନ୍ତୁ ଘଟଣାଟି ସତ। ଏନ୍ଡିଟିଭି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମୁମ୍ବାଇ ଲୋକାଲ ଟ୍ରେନ୍ରେ ଜଣେ ଯାତ୍ରୀ ବିନା ଟିକେଟରେ ଯାତ୍ରା କରୁଥିବା ବେଳେ ସାଙ୍ଗରେ ଏକ ଛେଳି ବି ଆଣିଥିଲେ । ହେଲେ ସେ ଟିକେଟ କରି ନଥିଲେ।
ତେବେ ଷ୍ଟେଶନରେ ଓହ୍ଲାଇବା ପରେ ଚେକିଂ ଚାଲୁଥିବାରୁ ଧରାପଡ଼ିବା ଭୟରେ ସମ୍ପୃକ୍ତ ବ୍ୟକ୍ତି ଜଣକ ସେଠାରେ ଛେଳି ଛାଡ଼ି ଫେରାର ହୋଇଯାଇଥିଲେ। କିନ୍ତୁ ସେଣ୍ଟ୍ରାଲ ରେଲୱେ ଅଧୀନରେ ଯାଉଥିବା ମୁମ୍ବାଇର ମସଜିଦ୍ ବନ୍ଦର ରେଲୱେ ଷ୍ଟେଶନ ପକ୍ଷରୁ ମଙ୍ଗଳବାର ଉକ୍ତ ଛେଳିଟିକୁ ଜବତ କରାଯାଇଥିଲା।
ରେଲୱେ ଅଧିକାରୀଙ୍କ କହିବା ଅନୁଯାୟୀ ଛେଳିଟିକୁ ନେଇ ଛତ୍ରପତି ଶିବାଜୀ ମହାରାଜା ଟର୍ମିନାଲ ଲଗେଜ୍ ବିଭାଗ ନିକଟରେ ରଖାଯାଇଥିଲା। ସେଠାରେ ତା’ର ଦେଖାଶୁଣା କରାଯାଇଥିଲା। ଗୁରୁବାର ଛେଳିଟିକୁ ନିଲାମ କରାଯାଇଥିଲା। ପ୍ରଥମେ ଛେଳିଟିକୁ କେହି ନେଇ ନଥିଲେ। କିନ୍ତୁ ପରେ ୨୫୦୦ ଟଙ୍କାର ନିଲାମ କରାଯାଇଥିବା ଜଣାପଡ଼ିଛି । ଛେଳିଟିର ନାଁ ‘ବସନ୍ତୀ’ ରଖାଯାଇଥିଲା। ତେବେ ଫେରାର ହୋଇଯାଥିବା ବ୍ୟକ୍ତି ଜଣକର ପରିଚୟ ମିଳିପାରି ନାହିଁ।
from OdishaReporter https://ift.tt/2MfhzsT
No comments:
Post a Comment