ସ୍ତ୍ରୀ ଓ ଦୁଇ ପିଲାଙ୍କ ସହ ନିଜକୁ ଜାଳି ଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 2, 2018

ସ୍ତ୍ରୀ ଓ ଦୁଇ ପିଲାଙ୍କ ସହ ନିଜକୁ ଜାଳି ଦେଲେ

burnt

ଚଣ୍ଡିଗଡ଼: ପଞ୍ଜାବର କାଲାସିଙ୍ଗିଆ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ପ୍ରବାସୀ ଭାରତୀୟ (ଏନ୍‌ଆର୍‌ଆଇ) ନିଜ ସ୍ତ୍ରୀ ଓ ଦୁଇ ଛୁଆଙ୍କୁ ନିଆଁ ଲଗାଇ ହତ୍ୟା କରିବା ସହ ନିଜେ ଆତ୍ମହତ୍ୟା କରିଛନ୍ତି। ତାଙ୍କ ନାଁ କୁଲବିନ୍ଦର ସିଂହ (୩୫)।

କୁଲବିନ୍ଦର ଜୋର୍ଡାନ୍‌ରେ ରହୁଥିଲେ। ତାଙ୍କ ସ୍ତ୍ରୀଙ୍କର ଆଉ କାହା ସହ ସଂପର୍କ ଥିବା ଜାଣିପାରି ସେ ଏଭଳି ଚରମ ନିଷ୍ପତ୍ତି ନେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ସେ ତାଙ୍କ ସ୍ତ୍ରୀଙ୍କର ଏକ ଭିଡିଓ ଦେଖିବା ପରେ ଏଭଳି ପଦକ୍ଷେପ ନେଇଥିଲେ।

ତାଙ୍କର ଦୁଇ ଛୁଆ ଅଭି (୫) ଓ ସୋନାଲ (୮)ଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ତାଙ୍କ ସ୍ତ୍ରୀଙ୍କ ଶରୀରର ୮୦ ଭାଗ ଜଳି ଯାଇଥିଲା। ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ପୁଲିସ ଗାଁର ଚାରି ଜଣ ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ କରିଛି। ଏମାନେ ପ୍ରାୟ ତିନି ମାସ ତଳେ କୁଲ୍‌ବିନ୍ଦରଙ୍କ ସ୍ତ୍ରୀଙ୍କର ଏହି ଭିଡିଓ ପ୍ରସ୍ତୁତ କରିଥିଲେ। ସେମାନେ ଏହି ଭିଡିଓ ଦେଖାଇ ତାଙ୍କୁ ବ୍ଲାକ୍‌ମେଲ୍ କରୁଥିଲେ ଓ ପରେ ଭିଡିଓଟିକୁ କୁଲ୍‌ବିନ୍ଦରଙ୍କ ନିକଟକୁ ପଠାଇ ଦେଇଥିଲେ।

 

 



from OdishaReporter https://ift.tt/2vtqq2Y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages