
ନଟିଂହାମ୍: ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟ୍ ହାରିଥିବା ଭାରତ ତୃତୀୟ ମ୍ୟାଚ୍ ଜିତିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ଦଳ ବିଜୟ ଦ୍ୱାରରେ ଛିଡ଼ା ହୋଇଛି। କାରଣ ୫୨୧ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଇଂଲଣ୍ଡ ଚତୁର୍ଥ ଦିନରେ ୯ ୱିକେଟ୍ ହରାଇ ୩୧୧ ରନ୍ କରିଛି। ଘରୋଇ ଦଳକୁ ଏହି ମ୍ୟାଚ୍ ଜିତିବାକୁ ଆଉ ୨୧୦ ରନ୍ କରିବାକୁ ଥିବା ବେଳେ ମାତ୍ର ଗୋଟିଏ ୱିକେଟ୍ ନେଲେ ଭାରତ ଏଥିରେ ବିଜୟୀ ହେବ। ତେଣୁ ଭାରତର ପଲ୍ଲା ଭାରି ରହିଛି।
ପ୍ରଥମ ଇନିଂସ୍ରେ ଭାରତୀୟ ବୋଲର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଯାଦୁ ଚାଲିଥିବା ବେଳେ ଗତକାଲି ଚକ୍ମା ଦେଇଥିଲେ ଯଶପ୍ରୀତ୍ ବୁମ୍ରା। ସେ ୫ଟି ୱିକେଟ୍ ନେଇ ବିପକ୍ଷ ଟିମ୍କୁ ଧରାଶୟୀ କରି ଦେଇଥିଲେ। ଗୋଟିଏ ସମୟରେ ଲାଗୁଥିଲା ଇଂଲଣ୍ଡ ଏହି ମ୍ୟାଚ୍ ବି ଛଡ଼ାଇ ନେବ। କାରଣ ବେନ୍ ଷ୍ଟୋକ୍ସ ଓ ଜୋସ୍ ବଟ୍ଲର୍ ଭଲ ବ୍ୟାଟିଂ କରୁଥିଲେ। ତେବେ ଷ୍ଟୋକ୍ସଙ୍କୁ ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ୍ କରିଥିବା ବେଳେ ବଟ୍ଲର୍ଙ୍କୁ ଏଲ୍ବିଡବ୍ଲ୍ୟୁ କରିଥିଲେ ବୁମ୍ରା।
ଷ୍ଟୋକ୍ସ ୬୨ ରନ୍ କରି ଆଉଟ୍ ହୋଇଥିବା ବେଳେ ବଟ୍ଲର୍ ୧୦୬ ରନ୍ କରିଥିଲେ।
ଭାରତ ପକ୍ଷରୁ ଇଶାନ୍ତ ଶର୍ମା ଦୁଇଟି ୱିକେଟ୍ ନେଇଥିବା ବେଳେ ବୁମ୍ରା ୫ଟି, ମହମ୍ମଦ ଶାମି ଓ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏ ୱିକେଟ୍ ନେଇଛନ୍ତି
ଇଂଲଣ୍ଡର ଆଦିଲ ରଶିଦ୍ ଓ ଜେମ୍ସ ଆଣ୍ଡରସନ୍ କ୍ରିଜ୍ରେ ଅଛନ୍ତି। ରଶିଦ୍ ୩୦ ରନ୍ କରିଥିବା ବେଳେ ଆଣ୍ଡରସନ୍ ୮ ରନ୍ କରି କ୍ରିଜ୍ରେ ଅଛନ୍ତି। ଆଜି ପଞ୍ଚମ ଦିନରେ ଦୁହେଁ ଦଳକୁ ବିଜୟୀ କରାଇବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବେ। ତେବେ କେତେ ସମୟ ସେମାନେ ଭାରତୀୟ ବୋଲର୍ଙ୍କୁ ଅଟକାଇ ପାରୁଛନ୍ତି, ତାହା ଦେଖିବାକୁ ବାକି ରହିଲା।
ଏହି ମ୍ୟାଚ୍ର ପ୍ରଥମ ଇନିଂସ୍ରେ ଭାରତ ୩୨୯ ରନ୍ କରି ଅଲ୍ଆଟ୍ ହୋଇଥିଲା। ଏହା ପରେ ଇଂଲଣ୍ଡ ମାତ୍ର ୧୬୧ ରନ୍ରେ ଅଲ୍ ଆଉଟ୍ ହୋଇଯାଇଥିଲା
ଦ୍ୱିତୀୟ ଇନିଂସ୍ରେ ଭାରତ ୩୫୨ ରନ୍ରେ ପାଳି ଘୋଷଣା କରିଥିଲା ଓ ଇଂଲଣ୍ଡକୁ ୫୨୧ ରନ୍ର ବିଜୟ ଲକ୍ଷ୍ୟ ଦେଇଥିଲା।
ଗତକାଲି ଚତୁର୍ଥ ଦିନ ସକାଳେ ଇଂଲଣ୍ଡର ପ୍ରଥମ ଚାରୋଟି ୱିକେଟ୍ ଶୀଘ୍ର ପଳାଇଥିଲା। ପ୍ରଥମ ୪ ବ୍ୟାଟ୍ସ୍ମ୍ୟାନ୍ ମିଶି ମାତ୍ର ୫୯ ରନ୍ କରିଥିଲେ। ଓପନର୍ ଆଲିଷ୍ଟର୍ କୁକ୍ ଓ ଜେନିଙ୍ଗ୍ସଙ୍କୁ ଇଶାନ୍ତ ଶର୍ମା ଆଉଟ୍ କରିଥିଲେ। ଦୁହେଁ ଯଥାକ୍ରମେ ୧୭ ଓ ୧୩ ରନ୍ କରି ଆଉଟ୍ ହୋଇଥିଲେ। ଜୋ ରୁଟ୍ ୧୩ ରନ୍ କରିଥିବା ବେଳେ ବୁମ୍ରାଙ୍କ ଦ୍ୱାରା ଆଉଟ୍ ହୋଇଥିଲେ। ସେହିପରି ପୋପ୍ ୧୬ ରନ୍ କରି ଶାମିଙ୍କ ବଲ୍ରେ କ୍ୟାଚ୍ ଆଉଟ୍ ହୋଇଥିଲେ।
ପ୍ରଥମ ୪ଟି ୱିକେଟ୍ ପରେ ବେନ୍ ଷ୍ଟୋକ୍ସ ଓ ଜୋସ୍ ବଟ୍ଲର୍ ଦୀର୍ଘ ସମୟ ଧରି ମ୍ୟାଚ୍କୁ ନିଜ ନିୟନ୍ତ୍ରଣରେ ରଖିଥିଲେ। ତେବେ ଏ ଦୁହେଁ ଆଉଟ୍ ହେଲା ପରେ ଇଂଲଣ୍ଡର ଆଉ ତିନିଟି ୱିକେଟ୍ ମଧ୍ୟ ଶୀଘ୍ର ପଡ଼ି ଯାଇଥିଲା।
from Odisha Reporter https://ift.tt/2MJoFsX
No comments:
Post a Comment