କଟକ (ଓଡ଼ିଶା ରିପୋର୍ଟର): ବୁଧବାର ସାରା ଦେଶ ପାଳିବ ସ୍ୱାଧୀନତା ଦିବସ। ଏହି ଦିନଟି ଆସିଲେ ମନେପଡ଼େ କଟକ ଦରଘା ବଜାରସ୍ଥିତ ପୁରୁଣା ଜେଲ୍ କଥା। ଦେଶ ସ୍ୱାଧୀନତା ପ୍ରାପ୍ତି ପାଇଁ ଅନେକ ସଂଗ୍ରାମୀ ଏଠାରେ ଜୀବନ କାଟିଥିଲେ। ସେ ସଂଗ୍ରାମୀଙ୍କ ଜୀବନ ସ୍ମୃତିକୁ ବଞ୍ଚେଇ ରଖିବାକୁ ୨୦୧୦ ମସିହାରେ ସରକାର ଏହାକୁ ସ୍ମାରକୀ ଭାବେ ଘୋଷଣା କରିଥିଲେ।
ଇତିମଧ୍ୟରେ ସ୍ମାରକୀ ଘୋଷଣାକୁ ୮ବର୍ଷ ବିତି ଗଲାଣି। ହେଲେ ଏବେ ପୁରୁଣା ଜେଲ୍ର ଅବସ୍ଥା ଦୟନୀୟ ହୋଇ ପଡ଼ିରହିଛି। କାନ୍ଥରୁ ସିମେଣ୍ଟ ଖସି ଗଲାଣି। ଆଉ କେଉଁଠି ଛାତ ଦୁର୍ବଳ ହୋଇଗଲାଣି। ବାହାର ଅବସ୍ଥା ନକହିବା ଭଲ।

ଏହି ଜେଲ୍ଟିକୁ ସ୍ମାରକୀ ଭାବେ ଗଢ଼ି ତୋଳିବାକୁ ସରକାର ଘୋଷଣା କରିବା ପରେ ଏହାର ପୁନରୁଦ୍ଧାର ଦାୟିତ୍ୱ ଇନ୍ଟାକ୍ ନାମକ ସଂସ୍ଥାକୁ ଦିଆଯାଇଥିଲା। ସିଡିଏ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଥିଲା। ହେଲେ ଏହା ଭିତରେ ୮ ବର୍ଷ ବିତିଯାଇଥିଲେ ମଧ୍ୟ କାମ ଗୋଟିଏ ପାଦ ବି ଆଗେଇ ପାରିନଥିବା ଅଭିଯୋଗ ହୋଇଛି।
from OdishaReporter https://ift.tt/2w7mmFZ
No comments:
Post a Comment